ETV Bharat / sports

Duleep Trophy 2023 Final: ୭୫ ରନରେ ପଶ୍ଚିମାଞ୍ଚଳକୁ ହରାଇ ଦକ୍ଷିଣାଞ୍ଚଳ ଚମ୍ପିଆନ୍‌

author img

By

Published : Jul 16, 2023, 10:22 PM IST

ଦୁଲୀପ ଟ୍ରଫି ୨୦୨୩ର ଚମ୍ପିଆନ ହୋଇଛି ଦକ୍ଷିଣାଞ୍ଚଳ । ଫାଇନାଲରେ ପଶ୍ଚିମାଞ୍ଚଳକୁ ୭୫ ରନରେ ମାତ ଦେଇ ୧୪ ଥର ପାଇଁ ଏହି ଟାଇଟଲ ହାସଲ କରିଛି ଦକ୍ଷିଣାଞ୍ଚଳ । ଅଧିକ ପଢ଼ନ୍ତୁ

Duleep Trophy 2023 Final
Duleep Trophy 2023 Final

ବାଙ୍ଗାଲୋର: ସରିଲା ଦୁଲୀପ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ । ଫାଇନାଲ୍‌ରେ ପଶ୍ଚିମାଞ୍ଚଳକୁ ହରାଇ ଚମ୍ପିଆନ୍‌ ହୋଇଛି ଦକ୍ଷିଣାଞ୍ଚଳ । ତେବେ ୧୦ ବର୍ଷ ପରେ ଦୁଲୀପ ଟ୍ରଫି ହାତେଇବାରେ ସଫଳ ହୋଇଛି ଦକ୍ଷିଣାଞ୍ଚଳ । ୭୫ ରନ୍‌ରେ ପଶ୍ଚିମାଞ୍ଚଳକୁ ହରାଇ ଏହି ସଫଳତା ହାସଲ କରିଛି ଦକ୍ଷିଣାଞ୍ଚଳ । ଏହା ଦକ୍ଷିଣାଞ୍ଚଳ ପାଇଁ ୧୪ତମ ଦୁଲୀପ ଟ୍ରଫି ବିଜୟ । ତେବେ ସମଗ୍ର ପ୍ରତିଯୋଗିତାରେ ନିଜର ପ୍ରଭାବ ବିସ୍ତାର କରି ରଖିଥିବା ଦ୍ରୁତ ବୋଲର ବିଦୱଥ କେବରପ୍ପା ଫାଇନାଲ୍‌ରେ ୬ ୱିକେଟ ସହିତ ଉଭୟ ପ୍ଲେୟର ଅପ୍‌ ଦି ମ୍ୟାଚ୍‌ ଓ ପ୍ଲେୟର ଅଫ୍‌ ଦି ସିରିଜ୍‌ ପୁରସ୍କାର ହାସଲ କରିଛନ୍ତି ।

ଦୁଲୀପ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣାଞ୍ଚଳ ୭୫ ରନ୍‌ରେ ପଶ୍ଚିମାଞ୍ଚଳକୁ ପରାସ୍ତ କରିଛି । ଏହା ପୂର୍ବରୁ ୨୦୧୨ରେ ଉତ୍ତରାଞ୍ଚଳ ସହ ଯୁଗ୍ମ ଚମ୍ପିଆନ ହୋଇଥିଲା ଦକ୍ଷିଣାଞ୍ଚଳ । ତେବେ ଏହାକୁ ମିଶାଇ ୧୪ଶ ଥର ପାଇଁ ଏହି ଟାଇଟଲ ହାସଲ କରିଛି ଦକ୍ଷିଣାଞ୍ଚଳ । ପ୍ରଥମ ଇନିଂସରେ ୨୧୩ ଓ ଦ୍ବିତୀୟ ଇନିଂସରେ ୨୩୦ ରନ କରିଥିଲା ଦଳ । ଜବାବରେ ପଶ୍ଚିମାଞ୍ଚଳ ପ୍ରଥମ ଇନିଂସରେ ୧୪୬ ରନ କରିଥିଲା । ଫଳରେ ବିଜୟ ପାଇଁ ଦଳକୁ ୨୯୮ ରନର ଟାର୍ଗେଟ୍‌ ରହିଥିଲା । ହେଲେ ଦ୍ରୁତ ବୋଲର ବିଦୱଥ କେବରପ୍ପାଙ୍କ ପ୍ରଭାବୀ ପ୍ରଦର୍ଶନ ପଶ୍ଚିମାଞ୍ଚଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା । ଦ୍ବିତୀୟ ଇନିଂସରେ ୨୨୨ ରନରେ ହିଁ ଅଲ୍‌ ଆଉଟ ହୋଇ ଯାଇଥିଲା ଦଳ ।

ଏହା ମଧ୍ୟ ପଢ଼ନ୍ତୁ...ମଉଳିଲା ଧାୱନଙ୍କ କମ୍‌ବ୍ୟାକ୍‌ ଆଶା; ଏସିଆନ୍‌ ଗେମ୍ସରେ ନେତୃତ୍ବ ନେବେ ଗାଏକ୍‌ୱାଡ, ରିଙ୍କୁଙ୍କୁ ଡକରା

ଦଳ ପକ୍ଷରୁ ପ୍ରିୟଙ୍କ ପାଞ୍ଚଲ ୯୫ ରନ କରି ଏକାକୀ ସଂଘର୍ଷ କରିଥିଲେ ମଧ୍ୟ ତାହା ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନଥିଲା । ପଶ୍ଚିମାଞ୍ଚଳ ପକ୍ଷରୁ ଅନୁଭବୀ ବ୍ୟାଟର ଚେତେଶ୍ବର ପୂଜାରା, ସୂର୍ଯ୍ୟକୁମାର ଯାଦବ, ପୃଥ୍ବୀ ଶ ଓ ସର୍ଫରାଜ ଖାଁଙ୍କ ପରି ଷ୍ଟାର୍‌ ବ୍ୟାଟର ରହିଥିଲେ ମଧ୍ୟ ଦକ୍ଷିଣାଞ୍ଚଳ ବୋଲିଂକୁ ସାମ୍ନା କରିପାରି ନଥିଲେ । ଦକ୍ଷିଣାଞ୍ଚଳ ପକ୍ଷରୁ ପ୍ରଥମ ପାଳିରେ ୫ଟ ୱିକେଟ୍‌ ସଫଳତା ହାସଲ କରିଥିବା ବିଦୱଥ କେବରପ୍ପା ଦ୍ବିତୀୟ ପାଳିରେ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ । ଅନ୍ୟପଟେ ବାସୁକୀ କୌଶିକ ଓ ସାଇ କିଶୋର ୪ଟି ଲେଖାଁଏ ୱିକେଟ ନେଇ ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.