ହାଇଦ୍ରାବାଦ : ଟି୨୦ ବିଶ୍ବକପ ସ୍କାଡ ଘୋଷଣା ପରେ ଟ୍ବିଟରରେ ନିଜ ଖୁସି ବ୍ୟକ୍ତ କରିଲେ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ । ଟି-୨୦ ବିଶ୍ବକପରେ ଖେଳିବା ନେଇ ସେ ଲେଖିଛନ୍ତି ସ୍ବପ୍ନ ସାକାର ହୁଏ । ୨୦୦୭ ମସିହାରେ ଆରମ୍ଭ ହୋଇଥିବା ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ ଭାରତ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ବ ଟି-୨୦ ବିଶ୍ବକପ ହାତେଇଥିଲା । ତେବେ ସେତେବେଳେ ଭାରତକୁ ବିଶ୍ବକପ ଟ୍ରଫି ଦେବାର ସହଭାଗୀ ରହିଥିଲେ ଭାରତୀୟ ବ୍ୟାଟର ଦିନେଶ କାର୍ତ୍ତିକ । ଆଇସିସି ଟି-୨୦ ବିଶ୍ବକପର ଅଷ୍ଟମ ସଂସ୍କରଣ ଚଳିତ ବର୍ଷ ଅକ୍ଟୋବର ୧୬ ତାରିଖରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଛି ।
-
Dreams do come true 💙
— DK (@DineshKarthik) September 12, 2022 " class="align-text-top noRightClick twitterSection" data="
">Dreams do come true 💙
— DK (@DineshKarthik) September 12, 2022Dreams do come true 💙
— DK (@DineshKarthik) September 12, 2022
ଏନେଇ ବିସିସିଆଇ ଆଜି ଟି-୨୦ ସ୍କ୍ବାଡ ଘୋଷଣା କରିଛି । ଯେଉଁଥିରେ ଦିନେଶ କାର୍ତ୍ତିକଙ୍କ ନାମ ସ୍ଥାନ ପାଇଛି । ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବଶ୍ବକପରେ ଖେଳିବା ପାଇଁ ଦିନେଶ କାର୍ତ୍ତିକ ଏପ୍ରିଲ ମାସରେ ଟ୍ବିଟରରେ ପୋଷ୍ଟ କରିଥିଲେ । ତେବେ ୨୦୦୭ ରେ ଖେଳାଯାଇଥିବା ଟି-୨୦ ବିଶ୍ବକପରେ ଦିନେଶ କାର୍ତ୍ତିକ ସାମିଲ ରହିଥିଲେ । ପୁଣି ଥରେ ୧୫ ବର୍ଷ ପରେ ଟି-୨୦ ବିଶ୍ବକପ ଟୁର୍ଣ୍ଣମେଣ୍ଟ ଖେଳିବାର ସୁଯୋଗ ପାଇଛନ୍ତି ଦେନେଶ କାର୍ତ୍ତିକ । ତେବେ ଏନେଇ ଦିନେଶ କାର୍ତ୍ତିକ କହିଛନ୍ତି ଭାରତ ପାଇଁ ଖେଳିବାର ପ୍ରେରଣା ସବୁ ସମୟରେ ମଜବୁତ ରହିଛି । ଆଜି ( ସୋମବାର ) ଘୋଷଣା ହୋଇଛି ଆଇସିସିସି ଟି-୨୦ ବିଶ୍ବକପ ସ୍କ୍ବାଡ । ତେବେ ସ୍କ୍ବାଡରେ ଦିନେଶ କାର୍ତ୍ତିକଙ୍କ ନାମ ଘୋଷଣା ପରେ ସେ ଉତ୍ସାହିତ ଥିବା ଜଣାପଡିଛି । ଏନେଇ କାର୍ତ୍ତିକ ଟ୍ବିଟର ମାଧ୍ୟମରେ ତାଙ୍କର ଖୁସି ବ୍ୟକ୍ତ କରିଛନ୍ତି । ସେ ଟ୍ବିଟରରେ ନିଜର ଖୁସି ଜାହିର କରି ଲେଖିଛନ୍ତି ସ୍ବପ୍ନ ସାକାର ହୁଏ ।
ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଖେଳିବାକୁ ଘୋଷଣା କରାଯାଇଥିବା ଦଳରେ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ସାମିଲ କରାଯାଇଛି । ଦିନେଶ କାର୍ତ୍ତିକ ୨୦୨୨ ମସିହାରେ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ନିଜର ସ୍ଥାନ ମଜବୁତ କରିଥିଲେ । ଦିନେଶ କାର୍ତ୍ତିକ ଆଇପିଏଲ ଫ୍ରାଞ୍ଚାଇଜରେ RCB ତରଫରୁ ଖେଳି ନିଜର ଦମଦାର ପ୍ରଦର୍ଶନ ବଳରେ RCBର ଫିନିସର ଭୂମିକା ନିଭାଉଥିଲେ । ଏହା ସହିତ ଅଧିକ ରନ ସଂଗ୍ରହକାରୀ ହିସାବରେ ତାଙ୍କର ଷ୍ଟ୍ରାଇକ ରେଟ ଅଧିକ ରହିଥିଲା ।
ଭାରତୀୟ ଟି୨୦ ବିଶ୍ବକପ ପାଇଁ ସ୍କ୍ବାଡ୍
ରୋହିତ ଶର୍ମା(କ୍ୟାପଟେନ୍), କେଏଲ ରାହୁଲ(ଭାଇସ୍ କ୍ୟାପଟେନ୍), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଜଶପ୍ରୀତ ବୁମରା, ଭୁବନେଶ୍ବର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ ।
ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପାଇଁ ମଧ୍ୟ ଭାରତୀୟ ଟିମ
ରୋହିତ ଶର୍ମା(କ୍ୟାପଟେନ୍), କେଏଲ ରାହୁଲ (ଭାଇସ କ୍ୟାପଟେନ୍), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦିନଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ହର୍ଷଲ ପଟେଲ୍, ଦୀପକ ଚହର, ଜଶପ୍ରୀତ ବୁମରା ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ମଧ୍ୟ ଭାରତୀୟ ଟିମ
ରୋହିତ ଶର୍ମା(କ୍ୟାପଟେନ୍), କେଏଲ ରାହୁଲ(ଭାଇସ କ୍ୟାପଟେନ୍), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦୀନେଶ କାର୍ତ୍ତିକ(ୱିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ, ୟୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ମହମ୍ମଦ ସାମି, ହର୍ଷଲ ପଟେଲ୍, ଦୀପକ ଚହର, ଜଶପ୍ରୀତ ବୁମରା ।