କେପ୍ଟାଉନ: ଟେଷ୍ଟ କ୍ରିକେଟରେ ମଧ୍ୟ ନୋ ବଲ୍ ବଦଳରେ ଫ୍ରି ହିଟ୍ ନିୟମ ରଖିବାକୁ ଆସିଲା ପ୍ରସ୍ତାବ । ଟ୍ବିଟ୍ କରି ଏଭଳି ଏକ ନୂଆ ପ୍ରସ୍ତାବ ରଖିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଫାଷ୍ଟ ବୋଲର ଡେଲ୍ ଷ୍ଟେନ୍ । ବର୍ତ୍ତମାନ ସୁଦ୍ଧା କେବଳ ସୀମିତ ଓଭର କ୍ରିକେଟରେ ଏହି ନିୟମ ରହିଛି । ଏହାଦ୍ବାରା ଟେଷ୍ଟ ମ୍ୟାଚ୍ରେ ଲୋୟର ଅର୍ଡର ବ୍ୟାଟରଙ୍କୁ ବ୍ୟାଟିଂ କରିବାକୁ ସୁବିଧା ହେବ ବୋଲି ସେ କହିଛନ୍ତି ।
-
Free hit for No Ball in Test Cricket…
— Dale Steyn (@DaleSteyn62) January 12, 2022 " class="align-text-top noRightClick twitterSection" data="
What you think?
Will definitely help the bowlers (when batting) survive those extended 7/8 and sometimes 9 ball overs we’ve seen happen before…
6 balls is Hard enough for the tailenders facing a top class life threatening fast bowler.
">Free hit for No Ball in Test Cricket…
— Dale Steyn (@DaleSteyn62) January 12, 2022
What you think?
Will definitely help the bowlers (when batting) survive those extended 7/8 and sometimes 9 ball overs we’ve seen happen before…
6 balls is Hard enough for the tailenders facing a top class life threatening fast bowler.Free hit for No Ball in Test Cricket…
— Dale Steyn (@DaleSteyn62) January 12, 2022
What you think?
Will definitely help the bowlers (when batting) survive those extended 7/8 and sometimes 9 ball overs we’ve seen happen before…
6 balls is Hard enough for the tailenders facing a top class life threatening fast bowler.
ଡେଲ୍ ଷ୍ଟେନ ଟ୍ବିଟ୍ କରି କହିଛନ୍ତି ଯେ, "ଟେଷ୍ଟ କ୍ରିକେଟରେ ନୋ ବଲ୍ ବଦଳରେ ଫ୍ରି ହିଟ୍ । ଆପଣମାନେ କଣ ଭାବୁଛନ୍ତି । ଏହାଦ୍ବାରା ବୋଲରମାନଙ୍କୁ ବା ଲୋୟର ଅର୍ଡର ବ୍ୟାଟରଙ୍କୁ ଅଧିକ ସମୟ ବ୍ୟାଟିଂ କରିବାକୁ ସୁଯୋଗ ମିଳିପାରିବ । ଯେତେବଳେ ସେମାନଙ୍କୁ ଧୂଆଁଦାର ବୋଲରଙ୍କ ସାମ୍ନା କରିବାକୁ ପଡ଼ୁଛି । ନୋ ବଲ୍ ଯୋଗୁଁ ବେଳେବେଳେ ଏହି ବ୍ୟାଟରମାନଙ୍କୁ ଗୋଟିଏ ଗୋଟିଏ ଓଭରରେ ୯ଟି ପର୍ଯ୍ୟନ୍ତ ସାମ୍ନା କରିବାକୁ ପଡ଼ୁଛି ।"
ଦକ୍ଷିଣ ଆଫ୍ରିକାର ଲୋୟର ଅର୍ଡର ବ୍ୟାଟରଙ୍କ ବିପକ୍ଷରେ ଭାରତର ଯଶପ୍ରୀତ ବୁମରା ବାଉଁଶର ବୋଲିଂ କରି ଘାଇଲା କରିଥିଲେ । ଲୋୟର ଅର୍ଡର ବ୍ୟାଟରଙ୍କ ପକ୍ଷରେ ବୁମରାଙ୍କ ବୋଲିଂ ସାମ୍ନା କରିବା ସମ୍ଭବପର ହୋଇ ପାରୁନଥିଲା । ଏହାପରେ ଡେଲ୍ ଷ୍ଟେନ୍ଙ୍କ ଏଭଳି ଏକ ଟ୍ବିଟ୍ ଦେଖିବାକୁ ମିଳିଛି । ବୁମରା ଓଭରରେ ଗୋଟିଏରୁ ଦୁଇଟି ନୋ ବଲ ପକାଇବା ସହ ବାଉଁଶର ସହ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଜବାବ ମାଗୁଥିବା ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ