ETV Bharat / sports

IPL 2022: ଗାୟକୱାଡଙ୍କ ଧୂଆଁଧାର ପାଳି, ଗୁଜରାଟ ସମ୍ମୁଖରେ ୧୭୦ ରନ୍‌ ଟାର୍ଗେଟ - ସିଏସ୍‌କେ ବନାମ ଗୁଜରାଟ ଟାଟନ୍‌ସ୍‌

ଆଇପିଏଲ ୨୦୨୨ର ୨୯ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍‌ସକୁ ୧୭୦ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି ଚେନ୍ନାଇ ସୁପର କିଙ୍ଗ୍‌ସ୍‌ । ଅଧିକ ପଢ଼ନ୍ତୁ

IPL 2022: ଗାୟକୱାଡଙ୍କ ଧୂଆଁଦାର ପାଳି, ଗୁଜରାଟ ସମ୍ମୁଖରେ ୧୭୦ ରନ୍‌ ଟାର୍ଗେଟ

author img

By

Published : Apr 17, 2022, 9:28 PM IST

Updated : Apr 17, 2022, 9:36 PM IST

ମୁମ୍ବାଇ: ଆଇପିଏଲ ୨୦୨୨ର ୨୯ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍‌ସକୁ ୧୭୦ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି ଚେନ୍ନାଇ ସୁପର କିଙ୍ଗ୍‌ସ୍‌ । ଟସ୍‌ ଜିତି ପ୍ରଥମେ ଚେନ୍ନାଇକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଗୁଜରାଟ । ଚେନ୍ନାଇକୁ ଆଶାନୁରୂପକ ଆରମ୍ଭ ମିଳି ପାରିନଥିଲା ।

ଦଳୀୟ ସ୍କୋର ମାତ୍ର ୭ ରନ୍‌ ହୋଇଥିବାବେଳେ ରବିନ ଉତ୍ଥାପାଙ୍କ ୱିକେଟ ହରାଇଥିଲା CSK । ତେବେ ଅନ୍ୟପଟେ ଓପନର ଋତୁରାଜ ଗାୟକୱାଡ ବଡ଼଼ ସଟ୍‌ ଖେଳିବା ଜାରି ରଖିଥିଲେ । ସେ ୪୮ ବଲ୍‌ରୁ ୭୩ ରନ୍‌ କରିଥିଲେ । ରବିନ ଉତ୍ଥାପାଙ୍କ ଉପରେ ମୋଇନ ଅଲୀ ମଧ୍ୟ ବେଶୀ ସମୟ ପଡ଼ିଆରେ ବିତାଇ ପାରିନଥିଲେ । ତେବେ ଆମ୍ବତି ରାୟୁଡ଼ୁ ଓ ଗାୟକୱାଡଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଭାଗୀଦାରି ହୋଇଥିଲା । ଏହାପରେ ରାୟୁଡ଼ୁ ମଧ୍ୟ ପାଭିଲିୟନ ଫେରିଥିଲେ । ଶେଷ ବେଳକୁ ଅଧିନାୟକ ରବିନ୍ଦ୍ର ଜାଡେଜା ଆସି ବଡ଼ ସଟ୍‌ ଖେଳିଥିଲେ ।

ନିର୍ଦ୍ଧାରିତ ୨୦ ଓଭରରେ ଚେନ୍ନାଇ ୫ ୱିକେଟ ହରାଇ ୧୬୯ କରିବାକୁ ସକ୍ଷମ ହୋଇଥିଲା । ଗୁଜରାଟ ପକ୍ଷରୁ ମହମ୍ମଦ ଶାମୀ ଓ ୟଶ ଦୟାଲ ଗୋଟିଏ ଲେଖାଏଁ ୱିକେଟ ନେଇଥିବା ବେଳେ ଆଲଜାରି ଜୋଶେଫ ଦୁଇଟି ୱିକେଟ ନେଇଛନ୍ତି । ଏହି ପିଚ୍‌ରେ ଗୁଜରାଟ କିଭଳି ବ୍ୟାଟିଂ କରିବ ତାହାରି ଉପରେ ରହିବ ସଭିଁଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2022, 9:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.