ETV Bharat / sports

ଭଜି ଲ୍ୟାବରେ ହେବ କୋରୋନା ଟେଷ୍ଟ - କୋଭିଡ-19 ଟେଷ୍ଟିଂ

ପୁଣେରେ କୋଭିଡ-19 ଟେଷ୍ଟ ପାଇଁ ଏକ ମୋବାଇଲ ଲାବୋରୋଟରୀର ଆରମ୍ଭ କରିଛନ୍ତି ଟିମ ଇଣ୍ଡିଆର ଟର୍ବୋନେଟର ହରଭଜନ ସିଂହ । ଅଧିକ ପଢନ୍ତୁ...

Cricketer Harbajan Singh to provide mobile Covid-19 testing lab in Pune
ଭଜି ଲ୍ୟାବରେ ହେବ କୋରୋନା ଟେଷ୍ଟ
author img

By

Published : Apr 23, 2021, 9:11 PM IST

ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ କବଳରେ ଦେଶବାସୀ କଲବଲ ହେଉଥିବାବେଳେ ସହାୟତାର ହାତ ବଢାଇଛନ୍ତି କ୍ରିକେଟର ହରଭଜନ ସିଂହ । କେବଳ କ୍ରିକେଟ ମଇଦାନରେ ଦର୍ଶକଙ୍କୁ ମନୋରଞ୍ଜନ ନୁହେଁ ବରଂ ଜୀବନମରଣର ସଂଘର୍ଷରେ ଜୁଝିହେଉଥିବା ଭାରତୀୟଙ୍କ ପାଇଁ ହରଭଜନ ମର୍ମାହତ ହୋଇଛନ୍ତି । ପୁନେରେ କୋଭିଡ-19 ଟେଷ୍ଟ ପାଇଁ ଏକ ମୋବାଇଲ ଲାବୋରୋଟରୀର ଆରମ୍ଭ କରିଛନ୍ତି ଟିମ ଇଣ୍ଡିଆର ଟର୍ବୋନେଟର ଭଜି । ଏହି ଲାବୋରୋଟରୀରେ ଶନିବାର ଠାରୁ ସେବା ଆରମ୍ଭ ହେବ ।

"ଦେଶରେ କୋଭିଡ-19ର ଭୟାଭୟତା ସ୍ଥିତିରେ ହରଭଜନ କିଛି ଦିନ ପୂର୍ବରୁ କୋଭିଡ-19 ଟେଷ୍ଟିଂ ଲାବ୍‌ ଆରମ୍ଭ କରିବାକୁ ବିଚାର କରିଥିଲେ । ଏହି ମୋବାଇଲ ଲାବ୍‌ ଆସନ୍ତାକାଲିଠୁ(ଶନିବାର) ଭାଡଗାନଂସେରୀରେ ସେବା ଯୋଗାଇବା ଆରମ୍ଭ କରିବ ।" ଏହା କହିଛନ୍ତି ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ।

ମାଇଁଲାବ୍‌ ଡିସକୋଭରୀ ସଲ୍ୟୁସନ ନାମକ ସହରର ଏକ ପ୍ରତିଷ୍ଠିତ ଡାଇଗନୋଷ୍ଟିକ୍‌ସ କମ୍ପାନୀ ଏହି ମୋବାଇଲ ଲାବୋରୋଟରୀର ପରିଚାଳନା କରିବ । ଏହାଦ୍ବାରା ସହରରେ ଟେଷ୍ଟିଂର ମାତ୍ରା ବଢାଇବାକୁ ଲକ୍ଷ୍ୟ ରହିଛି ।

ଏହି କୋଭିଡ-19 ଟେଷ୍ଟିଂ କେନ୍ଦ୍ରରେ ଦୈନିକ 1,500 ନମୁନା ଟେଷ୍ଟ ହୋଇପାରିବ ଓ ମାତ୍ର ମାତ୍ର 4 ଘଣ୍ଟା ମଧ୍ୟରେ RT-PCR ଟେଷ୍ଟ ରିପୋର୍ଟ ପ୍ରଦାନ କରିବାକୁ । ସହରର ସବୁ ସ୍ଥାନକୁ ଏହି ମୋବାଇଲ ଲାବ ପରିଭ୍ରମଣ କରିବ ଓ ବିପିଏଲ ଲୋକଙ୍କୁ ମାଗଣାରେ ଟେଷ୍ଟିଂ ସୁବିଧା ଯୋଗାଇବ । ଅନ୍ୟ ଲୋକଙ୍କ ପାଇଁ ଟେଷ୍ଟିଂ ଫି ମାତ୍ର 500 ଟଙ୍କା ରହିଛି ।

ବର୍ତ୍ତମାନ ସହରରେ ପ୍ରାୟ 20000ରୁ ଅଧିକ କୋଭିଡ ଆକ୍ରାନ୍ତ ସନ୍ଦେହ ଥିବା ରୋଗୀଙ୍କୁ ଟେଷ୍ଟ କରାଯାଇପାରୁଛି ମାତ୍ର ଚିକିତ୍ସାରେ ବିଳମ୍ବ ଯୋଗୁଁ ଗୁରୁତ୍ବର ଅସୁସ୍ଥ ରୋଗୀ ପ୍ରାଣ ହରାଉଛନ୍ତି । ଏପ୍ରିଲ 22 ସୁଦ୍ଧା, ସହରରେ ମୋଟ 51,552 ଆକ୍ଟିଭ ରୋଗୀ ରହିଛନ୍ତି । 4,539 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, 4,851ଜଣ ସୁସ୍ଥ ହୋଇଛନ୍ତି । ତେବେ 56ଜଣଙ୍କର ମୃତ୍ୟୁ ହୋଇଛି । ଦିନରେ 22,277 ଟେଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.