ETV Bharat / sports

Cricket World Cup 2023: ବିଶ୍ବକପ୍‌ ଇତିହାସରେ ଦ୍ବିତୀୟ ସଫଳତମ ଟିମ୍‌ ଭାରତ, ପଛରେ ପଡ଼ିଲା ଶକ୍ତିଶାଳୀ ନ୍ୟୁଜିଲାଣ୍ଡ

author img

By ETV Bharat Odisha Team

Published : Oct 30, 2023, 5:06 PM IST

ରବିବାର ଲକ୍ଷ୍ନୌରେ ଇଂଲଣ୍ଡ ବିପକ୍ଷ ବିଜୟ ସହ ନୂଆ ରେକର୍ଡ କଲା ଟିମ୍‌ ଇଣ୍ଡିଆ । ଦିନିକିଆ ବିଶ୍ବକପ୍‌ ଇତିହାସରେ ୫୯ ତମ ବିଜୟ ସହ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ବନିଲା ଦ୍ବିତୀୟ ସଫଳତମ ଟିମ୍‌ । ଅଧିକ ପଢ଼ନ୍ତୁ

ବିଶ୍ବକପ୍‌ ଇତିହାସରେ ଦ୍ବିତୀୟ ସଫଳତମ ଟିମ୍‌ ଭାରତ

ହାଇଦ୍ରାବାଦ: ଜାରି ରହିଥିବା ଆଇସିସି ବିଶ୍ବକପ୍‌ ୨୦୨୩ରେ ରବିବାର ଏକ ନୂଆ କୀର୍ତ୍ତିମାନ ହାସଲ କରିଛି ଟିମ୍‌ ଇଣ୍ଡିଆ । ରବିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡକୁ ୧୦୦ ରନ୍‌ରେ ମାତ୍‌ ଦେଇ ଏହି ନୂଆ ରେକର୍ଡର ଅଧିକାରୀ ହୋଇଛି ଟିମ୍‌ ଇଣ୍ଡିଆ । ଏହି ବିଜୟ ସହ ବିଶ୍ବକପ୍‌ ଇତିହାସରେ ଭାରତ ଦ୍ବିତୀୟ ସଫଳତମ ଟିମ୍‌ ହେବାର କୀର୍ତ୍ତିମାନ ହାସଲ କରିଛି । ଚଳିତ ବିଶ୍ବକପ୍‌ରେ କ୍ରମାଗତ ୬ଷ୍ଠ ବିଜୟ ସହ ଏହା ଦିନିକିଆ ବିଶ୍ବକପ୍‌ ଇତିହାସରେ ଭାରତର ୫୯ତମ ବିଜୟ । ୭୩ ବିଜୟ ସହ ତାଲିକାର ଶୀର୍ଷରେ ରହିଛି ଅଷ୍ଟ୍ରେଲିଆ ।

  • " class="align-text-top noRightClick twitterSection" data="">

ଆଇସିସି ଦିନିକିଆ ବିଶ୍ବକପ୍‌ରେ ସର୍ବାଧିକ ମ୍ୟାଚ୍‌ ଜିତିଥିବା ଦଳଗୁଡ଼ିକ ମଧ୍ୟରେ ଭାରତ ଏବେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି । ଏହି ସ୍ଥାନରେ ପହଞ୍ଚିବା ପାଇଁ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ପଛରେ ପକାଇଛି ଭାରତ । ବିଶ୍ବକପ୍‌ରେ ଏଯାଏଁ କିୱି ଦଳ ୫୮ଟି ମ୍ୟାଚ୍‌ ଜିତିଥିବା ବେଳେ ଭାରତର ବିଜୟ ସଂଖ୍ୟା ୫୯ ଛୁଇଁଛି । ୭୩ ମ୍ୟାଚ୍‌ ବିଜୟ ସହ ଏହି ତାଲିକାର ଶୀର୍ଷରେ ୫ ଥରର ବିଶ୍ବ ବିଜେତା ଅଷ୍ଟ୍ରେଲିଆ ରହିଛି । ଏହି ୩ ଦଳ ବ୍ୟତୀତ ସର୍ବାଧିକ ବିଜୟ ତାଲିକାର ଚତୁର୍ଥରେ ରହିଛି ଇଂଲଣ୍ଡ । ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ୫୦ଟି ମ୍ୟାଚ୍‌ ଜିତିଥିବାବେଳେ ଯଥାକ୍ରମେ ୪୭ ଓ ୪୩ ମ୍ୟାଚ୍‌ ଜିତି ଚତୁର୍ଥ ଓ ପଞ୍ଚମରେ ରହିଛନ୍ତି ପାକିସ୍ତାନ ଓ ଦକ୍ଷିଣ ‌ଆଫ୍ରିକା ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଇଂଲଣ୍ଡକୁ ଧୂଳି ଚଟାଇଲେ ଭାରତୀୟ ବୋଲର, ୧୦୦ ରନରେ ଜିତିଲା ଭାରତ

ଅନ୍ୟପଟେ ଦିନିକିଆ ବିଶ୍ବକପ୍‌ରେ ଭାରତର ମ୍ୟାଚ୍‌ ବିଜୟ ପ୍ରତିଶତ ଦ୍ବିତୀୟ ସର୍ବାଧିକ ରହିଛି । ବିଶ୍ବକପ୍‌ରେ ଭାରତର ବିଜୟ ପ୍ରତିଶତ ୬୫.୫୬% ରହିଥିବାବେଳେ ଅଧିକ ମ୍ୟାଚ୍‌ ଜିତିଥିବା ଅଷ୍ଟ୍ରେଲିଆ ବିଜୟ ପ୍ରତିଶତରେ ମଧ୍ୟ ପ୍ରଥମ ସ୍ଥାନରେ ରହିଛି । ଏହି ସୂଚୀରେ ତୃତୀୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ରହିଛି ୬୧.୩୪% । ପ୍ରକାଶ ଥାଉ, ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ କେବଳ ୨୨୯ ରନ କରିଥିଲା । ଜବାବରେ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ଶାମିଙ୍କ ଘାତକ ବୋଲିଂ ଆଟାକ୍‌କୁ ସାମ୍ନା କରିପାରିନଥିଲା ଇଂଲଣ୍ଡ । ଶେଷରେ ଦଳ ୩୪.୫ ଓଭରରେ ୧୨୯ ରନ ପାଇଁ ସମସ୍ତ ୱିକେଟ୍‌ ହରାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.