ETV Bharat / sports

Cricket World Cup 2023: ପରାଜୟ ସ୍ବୀକାର କଲେ ସ୍ମିଥ୍‌, କହିଲେ ଭାରତୀୟ ସ୍ପିନରଙ୍କୁ ଖେଳିବାକୁ ସଙ୍ଘର୍ଷ କରୁଥିଲୁ

author img

By ETV Bharat Odisha Team

Published : Oct 9, 2023, 7:45 PM IST

ବିଶ୍ବକପ୍‌ ୨୦୨୩ରେ ଅଷ୍ଟ୍ରେଲିଆ ଏହାର ପ୍ରଥମ ମ୍ୟାଚ୍‌ରେ ଭାରତ ଠାରୁ ହାରିଯାଇଛି । ଏହି ମ୍ୟାଚ୍‌ରେ ଭାରତୀୟ ସ୍ପିନ୍‌ ଆଟାକ୍‌ରେ କଙ୍ଗାରୁ ଦଳ କେବଳ ୧୯୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ତେବେ ଭାରତୀୟ ସ୍ପିନରଙ୍କୁ ଖେଳିବାକୁ ଅଷ୍ଟ୍ରେଲୀୟ ବ୍ୟାଟରମାନେ କିପରି ସଙ୍ଘର୍ଷ କରିଥିଲେ, ସେନେଇ କହିଛନ୍ତି ଭେଟେରାନ ବ୍ୟାଟର ଷ୍ଟିଭ୍‌ ସ୍ମିଥ୍‌ । ଅଧିକ ପଢ଼ନ୍ତୁ

ପରାଜୟ ସ୍ବୀକାର କଲେ ସ୍ମିଥ୍‌
ପରାଜୟ ସ୍ବୀକାର କଲେ ସ୍ମିଥ୍‌

ଚେନ୍ନାଇ: ରବିବାର ବିଶ୍ବକପ୍‌ ୨୦୨୩ରେ ନିଜ ନିଜର ପ୍ରଥମ ମୁକାବିଲା ଖେଳିବାକୁ ମୁହାଁମୁହିଁ ହୋଇଥିଲେ ଆୟୋଜକ ଭାରତ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚ୍‌ର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ହେଲେ ଭାରତୀୟ ସ୍ପିନରଙ୍କ ଜୋରଦାର ଆକ୍ରମଣରେ ଘାଇଲା ହୋଇଥିଲେ କଙ୍ଗାରୁ ବ୍ୟାଟର । ୧୯୯୯ ମସିହାରୁ ବିଶ୍ବକପ୍‌ ଓପନିଂ ମ୍ୟାଚ୍‌ ହାରି ନଥିବା ଅଷ୍ଟ୍ରେଲିଆ ଗତକାଲି ମ୍ୟାଚ୍‌ରେ ଭାରତ ଠାରୁ ୬ ୱିକେଟ୍‌ର ପରାଜୟ ମୁଣ୍ଡେଇଥିଲା । ଭାରତୀୟ ସ୍ପିନ୍‌ ଆଟାକ୍‌ର ସମ୍ମୁଖୀନ ହୋଇନପାରି କେବଳ ୧୯୯ ରନ୍‌ରେ ସୀମିତ ହୋଇଯାଇଥିଲା ଦଳ । ତେବେ ଏହାର କାରଣ ଦଳର ଭେଟେରାନ ବ୍ୟାଟର ଷ୍ଟିଭ୍‌ ସ୍ମିଥ୍‌ କହିଛନ୍ତି । ଅଷ୍ଟ୍ରେଲୀୟ ବ୍ୟାଟରମାନେ ଚେପକ୍‌ରେ ଭାରତୀୟ ସ୍ପିନରଙ୍କୁ ଖେଳିବାକୁ ସଙ୍ଘର୍ଷ କରିଥିଲେ ବୋଲି ସ୍ମିଥ୍‌ ସ୍ବୀକାର କରିଛନ୍ତି ।

ଏହି ମ୍ୟାଚ୍‌ରେ ୭୧ ବଲର ସମ୍ମୁଖୀନ ହୋଇ ୫ ଚୌକା ବଳରେ ସଙ୍ଘର୍ଷପୂର୍ଣ୍ଣ ୪୬ ରନ କରିଥିଲେ ସ୍ମିଥ୍‌ । ତେବେ ସେ ଭାରତୀୟ ସ୍ପିନ୍‌ ଆଟାକ୍‌କୁ ନେଇ କହିଛନ୍ତି, "ଭାରତର ସମସ୍ତ ସ୍ପିନର ବାସ୍ତବରେ ଆକର୍ଷଣୀୟ ବୋଲିଂ କରିଥିଲେ । ସେମାନଙ୍କ ବୋଲିଂ ମଧ୍ୟ ୱିକେଟ୍‌ ପାଇଁ ଯୋଗ୍ୟ ଥିଲା । ସେମାନେ ସମସ୍ତେ ବହୁତ ଗୁଣାତ୍ମକ ସ୍ପିନର, ସେଥିପାଇଁ ସେମାନଙ୍କୁ ଖେଳିବା ବହୁତ ଆହ୍ବାନପୂର୍ଣ୍ଣ ଥିଲା । ପ୍ରକୃତରେ ସମସ୍ତ ଭାରତୀୟ ସ୍ପିନର ଏକତ୍ର ଭାବେ ଭଲ ପ୍ରଦର୍ଶନ କରିଥିଲେ । ଏଥିପାଇଁ ଆମେ ସେମାନଙ୍କୁ ଖେଳିବାକୁ ସଙ୍ଘର୍ଷ କରିଥିଲୁ ।" ସ୍ମିଥ ମଧ୍ୟ ବିରାଟ କୋହଲି ଓ କେଏଲ୍‌ ରାହୁଲଙ୍କ ବ୍ୟାଟିଂକୁ ପ୍ରଶଂସା କରିଥିଲେ । ସେ କହିଥିଲେ, "ଏହା ଖେଳ ଥିଲା । ଦୁର୍ଭାଗ୍ୟବଶତଃ ଆମେ ଏହାକୁ ଭଲରେ ଖେଳିପାରିଲୁ ନାହିଁ । ବିରାଟ ଏବଂ ରାହୁଲ ବେଶ ଆରାମ୍‌ରେ ଖେଳିଲେ । ସେମାନେ ପ୍ରକୃତରେ ସ୍ମାର୍ଟ କ୍ରିକେଟ୍ ଖେଳିଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup: ଚେପକ ପିଚ୍ ଟେଷ୍ଟ ମ୍ୟାଚ ଟ୍ରାକ ପରି କହିଲେ ଜାଡେଜା

ସେ ଆହୁରି କହିଛନ୍ତି, "ଏହି ପିଚ୍‌ରେ ଆପଣ ଯେତେବେଳେ ଇଚ୍ଛା ସବୁଆଡେ ବଡ଼ ସଟ୍‌ ଖେଳିପାରିବେ ନାହିଁ । ଯେହେତୁ ସେମାନଙ୍କ ଆଗରେ କେବଳ ୨୦୦ ରନ୍‌ର ଲକ୍ଷ୍ୟ ରହିଥିଲା, ସେମାନଙ୍କ ହାତରେ ଅଧିକ ସମୟ ମଧ୍ୟ ଥିଲା । ଶୀଘ୍ର ୩ ୱିକେଟ୍‌ ହରାଇବା ପରେ ଏଭଳି ସମୟ ନେଇ ଖେଳିବା ସେମାନଙ୍କ ପାଇଁ ଆବଶ୍ୟକ ଥିଲା ଏବଂ ଏକ ସହଭାଗିତା ଗଢ଼ିବାର ଆବଶ୍ୟକ ଥିଲା, ଯାହା ସେମାନେ (କୋହଲି-ରାହୁଲ) ପ୍ରକୃତରେ ଭଲଭାବେ କରିପାରିଥିଲେ । ଚେପକ୍‌ ପିଚ୍‌ରେ ବ୍ୟାଟିଂ କରିବା କଠିନ । ସନ୍ଧ୍ୟା ପରେ ଚାରିଆଡେ କାକର ପଡ଼ିଯିବା ପରେ ହେଉଥିବା ବୋଲିଂ ଏହାକୁ ଅଧିକ କଠିନ କରିଥାଏ । ଏହା ଏକ ଚ୍ୟାଲେଞ୍ଜିଂ ମ୍ୟାଚ୍‌ ଥିଲା । ଯେହେତୁ ସ୍ପିନରଙ୍କୁ ଏହି ପିଚ୍‌ ସୁହାଉଥିଲା, ଆମେ ମଧ୍ୟ ପେସର୍‌ଙ୍କ ସହ ସ୍ପିନ୍‌ ବୋଲରମାନଙ୍କୁ ନେଇ ଖେଳିବାକୁ ଚେଷ୍ଟା କରିଥିଲୁ । ନିଶ୍ଚିତ ଭାବେ ଏହା କଷ୍ଟସାଧ୍ୟ ଥିଲା । ସମାନ ଭାବେ କେବଳ ୨୦୦ ରନ୍‌ର ଲକ୍ଷ୍ୟ ମଧ୍ୟ ଅଳ୍ପ ଥିଲା । ଯଦି ଆମେ ୨୫୦ ବା ଏହା ଠାରୁ ଅଧିକ ସ୍କୋର କରିପାରିଥାନ୍ତୁ, ଆମେ ଏକ ଆକର୍ଷଣୀୟ ଖେଳ ପାଇଁ ଚେଷ୍ଟା କରିଥାନ୍ତି । ଅନ୍ୟପଟେ ସନ୍ଧ୍ୟାରେ କାକର ଆସିବା ପରେ ବ୍ୟାଟିଂ କରିବା ଟିକିଏ ସହଜ ହୋଇଥିଲା । ଆମେ ଏହାର ପୂର୍ବାନୁମାନ କରିପାରିନଥିଲୁ । କିନ୍ତୁ ଆମେ ୩ଟି ପ୍ରାରମ୍ଭିକ ୱିକେଟ୍‌ ହାସଲ କରିବାରେ ସଫଳ ହୋଇଥିଲୁ ଏବଂ ଚତୁର୍ଥ ୱିକେଟ୍‌ ମଧ୍ୟ ଅତିଶୀଘ୍ର ଆମ ହାତକୁ ଆସିଥିଲା ।"

ତେବେ ଅଷ୍ଟ୍ରେଲିଆର ପରବର୍ତ୍ତୀ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲକ୍ଷ୍ନୌରେ ରହିଛି । ଯେହେତୁ ଏଠାରେ ପୂର୍ବରୁ କଙ୍ଗାରୁ ଦଳ ମ୍ୟାଚ୍‌ ଖେଳିନାହିଁ, ଏହା ସେମାନଙ୍କ ପାଇଁ କଠିନ ହେବ ବୋଲି ସ୍ମିଥ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଦକ୍ଷିଣ ଆଫ୍ରିକୀୟ ଦଳ ପ୍ରଥମ ମ୍ୟାଚ୍‌ରେ ବଡ଼ ବିଜୟ ସହିତ ବେଶ ଆତ୍ମବିଶ୍ବାସର ସହ ରହିଛନ୍ତି । ସେମାନଙ୍କ ଖେଳ ମଧ୍ୟ ଆମେ ଦେଖୁଥିଲୁ । ଦିଲ୍ଲୀ ପିଚ୍‌ ବ୍ୟାଟିଂକୁ ସୁହାଇଥାଏ ଏବଂ ସେଠାରେ ସେମାନେ ଏକ ବିଶାଳ ସ୍କୋର କରିଥିଲେ । ହେଲେ ଲକ୍ଷ୍ନୌ ପିଚ୍‌ ବିଷୟରେ ଆମେ ସମସ୍ତେ ଅଜ୍ଞ । ଆମେ ସେଠାରେ ସେହିଭଳି ଖେଳିବୁ, ଯେଉଁଭଳି ପିଚ୍‌ ଅବସ୍ଥା ସୁହାଇବ । ସେଠାକୁ ଯିବାପରେ ଆମେ ସେ ଉପରେ ଧ୍ୟାନ ଦେବୁ । ମାର୍କସ ଷ୍ଟୋଇନିସ୍‌ ଦଳରେ ଯୋଗଦେବାପରେ ଦଳର କ୍ଷମତାରେ ମଧ୍ୟ ବୃଦ୍ଧି ଘଟିଛି । ତାଙ୍କୁ ଦଳରେ ସ୍ଥାନ ଦେଇ କିପରି ଦଳକୁ ସନ୍ତୁଳିତ କରିହେବ, ସେ ଉପରେ ମଧ୍ୟ ଦୃଷ୍ଟି ଦେବୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.