ETV Bharat / sports

Cricket World Cup 2023: କ୍ଲାସିନ୍‌-ଜାନ୍‌ସେନ୍‌ଙ୍କ ବିସ୍ଫୋରଣ, ଇଂଲଣ୍ଡ ଆଗରେ ୪୦୦ ରନର ବିଶାଳ ଟାର୍ଗେଟ୍‌ - କ୍ଲାସିନ୍‌ ଜାନସେନ୍‌ଙ୍କ ବିସ୍ଫୋରଣ

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ହେନ୍‌ରିଚ୍‌ କ୍ଲାସିନ୍‌ ଓ ମାର୍କୋ ଜାନ୍‌ସେନ୍‌ଙ୍କ ବିସ୍ଫୋରକ ପାଳି ବଳରେ ଦକ୍ଷିଣ ଆଫ୍ରିକା ୩୯୯ ରନ କରିଛି । ଜବାବରେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୪୦୦ ରନର ବିଶାଳ ଟାର୍ଗେଟ୍‌ ରହିଛି । ଅଧିକ ପଢ଼ନ୍ତୁ

ଇଂଲଣ୍ଡ ଆଗରେ ୪୦୦ ରନର ବିଶାଳ ଟାର୍ଗେଟ୍‌
ଇଂଲଣ୍ଡ ଆଗରେ ୪୦୦ ରନର ବିଶାଳ ଟାର୍ଗେଟ୍‌
author img

By ETV Bharat Odisha Team

Published : Oct 21, 2023, 6:17 PM IST

Updated : Oct 21, 2023, 8:02 PM IST

ମୁମ୍ବାଇ: ବିଶ୍ବକପ୍‌ ୨୦୨୩ରେ ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଉଭୟ ଦଳ ନିଜ ନିଜର ଗତ ମ୍ୟାଚ୍‌ରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏହି ମ୍ୟାଚ୍‌ ଖେଳୁଛନ୍ତି । ତେବେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୩୯୯ ରନର ବିଶାଳ ସ୍କୋର କରିଛି । ପ୍ରଥମରୁ କ୍ବିଣ୍ଟନ ଡିକକ୍‌ଙ୍କ ଝଟ୍‌କା ସତ୍ତ୍ବେ ଓପନର ରିଜା ହେଣ୍ଡ୍ରିକ୍ସ ୮୫ ରନର ଦମଦାର ପାଳି ଖେଳିଥିଲେ । ରସି ଭାନ୍‌ଡେର୍‌ ଡୁସନଙ୍କ ୬୦ ରନ ଓ ମାର୍କୋ ଜାନ୍‌ସେନ୍‌ଙ୍କ ୭୫ ରନ ସହିତ ହେନ୍‌ରିଚ୍‌ କ୍ଲାସିନ୍‌ ୧୦୯ ରନର ବିସ୍ଫୋରକ ପାଳି ଖେଳି ଦଳୀୟ ସ୍କୋରକୁ ୩୯୯ରେ ପହଞ୍ଚାଇଥିଲେ । ଇଂଲଣ୍ଡ ପକ୍ଷରୁ ରିସି ଟପ୍‌ଲି ୩ ୱିକେଟ୍‌ ନେଇଥିଲେ । ଏବେ ବିଜୟ ପାଇଁ ଇଂଲଣ୍ଡ ଆଗରେ ୪୦୦ ରନର ବିଶାଳ ଟାର୍ଗେଟ ରହିଛି ।

ଦକ୍ଷିଣ ଆଫ୍ରିକା ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ଆହ୍ବାନ ଦେଇଥିଲା ଇଂଲଣ୍ଡ । ଏହାପରେ ପ୍ରଥମ ଓଭରରେ ହିଁ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟ୍‌କା ମଧ୍ୟ ଦେଇଥିଲା ବଟଲର ବାହିନୀ । ଓପନର କ୍ବିଣ୍ଟନ ଡିକକ୍‌ ପ୍ରଥମ ବଲରେ ଚୌକା ମାରି ଷ୍ଟାଇଲ୍‌ରେ ପାଳି ଆରମ୍ଭ କରିଥିବାବେଳେ ଏହାର ପରବର୍ତ୍ତୀ ବଲ୍‌ରେ ହିଁ ଆଉଟ୍‌ ହୋଇଥିଲେ । ଏହାପରେ ରିଜା ହେଣ୍ଡ୍ରିକ୍ସ ଓ ରସି ଭାନ୍‌ଡେର୍‌ ଡସେନ୍‌ଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ଦ୍ବିତୀୟ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୧୨୧ ରନ୍‌ ଯୋଡ଼ିଥିଲେ । ଦଳୀୟ ସ୍କୋର ୧୨୫ ରନ ହୋଇଥିବାବେଳେ ୬୧ ବଲରୁ ୬୦ ରନ କରିଥିବା ରସି ଡସେନ୍‌ ଆଉଟ୍‌ ହୋଇଥିଲେ । ଏହାପରେ ହେଣ୍ଡ୍ରିକ୍ସ ୭୫ ବଲରୁ ୯ ଚୌକା ଓ ୩ ଛକା ବଳରେ ୮୫ ରନ କରି ପାଭିଲିୟନ ଫେରିଥିଲେ । ବାଭୁମା ଅସୁସ୍ଥ ଥିବାରୁ ଅଧିନାୟକ ଭାର କାନ୍ଧେଇ ଏଡେନ୍‌ ମାର୍କ୍ରମ ୪୨ ରନ କରିଥିଲେ । ମିଲର ୫ ରନ କରି ଆଉଟ୍‌ ହେବାପରେ କ୍ଲାସିନ୍‌ ଓ ମାର୍କୋ ଜାନ୍‌ସେନ୍‌ ଶୋ' ପ୍ରାୟ ୪୯ ଓଭର ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ଇଂଲିସ୍‌ ବୋଲରଙ୍କୁ ପ୍ରବଳ ଧୋଇଥିଲେ କ୍ଲାସିନ୍‌ ଓ ଜାନ୍‌ସେନ୍‌ । କ୍ଲାସିନ୍‌ ୬୭ ବଲରୁ ୧୨ ଚୌକା ଓ ୪ ଛକା ବଳରେ ୧୦୯ ରନର ବିସ୍ଫୋରକ ପାଳି ଖେଳି ଶେଷ ଓଭରର ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ । ଅନ୍ୟପଟେ ୪୨ ବଲରୁ ୩ ଚୌକା ଓ ୬ ଛକା ସହିତ ଅପରାଜିତ ୭୫ ରନ କରି ଦଳୀୟ ସ୍କୋରକୁ ୩୯୯ ରନ୍‌ରେ ପହଞ୍ଚାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଜି ନେଦରଲାଣ୍ଡ୍ସ ଓ ଶ୍ରୀଲଙ୍କା ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ

ଇଂଲଣ୍ଡ ବୋଲିଂ: ଇଂଲଣ୍ଡ ପକ୍ଷରୁ ଆଜି ପ୍ରାୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ରିସି ଟପ୍‌ଲି ଯଦିଓ ସର୍ବାଧିକ ୩ ୱିକେଟ୍‌ ସଫଳତା ହାସଲ କରିଥିଲେ, ସେ ୮.୫ ଓଭର ବୋଲିଂ କରି ୮୮ ରନ ବ୍ୟୟ ମଧ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗସ୍‌ ଆଟକିନସନ୍‌ ଓ ଆଦିଲ ରସିଦ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲେ । ଉଭୟ ଯଥାକ୍ରମେ ୯ ଓ ୧୦ ଓଭର ଲେଖାଏଁ ବୋଲିଂ କରି ୬୦ ଓ ୬୧ ରନ୍‌ ବ୍ୟୟ କରିଥିଲେ ।

  • " class="align-text-top noRightClick twitterSection" data="">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 21, 2023, 8:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.