ETV Bharat / sports

Cricket World Cup 2023: ୪୩ ଓଭର ମ୍ୟାଚ୍‌-ସ୍କଟ୍‌ ଏଡୱାଡ୍ସଙ୍କ ଲଢ଼ୁଆ ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ ୨୪୬ - ଦକ୍ଷିଣ ଆପ୍ରିକା ବନାମ ନେଦରଲ୍ୟାଣ୍ଡ

ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ ମଧ୍ୟରେ ଆଜି ଧର୍ମଶାଳାରେ ଖେଳାଯାଉଛି ବିଶ୍ବକପ୍‌ ୨୦୨୩ ମ୍ୟାଚ୍‌ । ବର୍ଷା ବ୍ୟାଘାତ କାରଣରୁ ଉଭୟ ଦଳକୁ ୪୩ ଓଭର ଲେଖାଏଁ ଖେଳିବାକୁ ଧାର୍ଯ୍ୟ କରାଯାଇଛି । ପ୍ରଥମେ ବ୍ୟାଟିଂ କରି ଅଧିନାୟକ ସ୍କଟ୍‌ ଏଡୱାଡ୍ସଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ନେଦରଲ୍ୟାଣ୍ଡ ୨୪୫ ରନ ସଂଗ୍ରହ କରିଛି । ହ୍ୟାଟ୍ରିକ୍‌ ବିଜୟ ପାଇଁ ଦକ୍ଷିଣ ଆଫ୍ରିକା ଆଗରେ ଲକ୍ଷ୍ୟ ରହିଛି ୨୪୬ । ଅଧିକ ପଢ଼ନ୍ତୁ

ସ୍କଟ୍‌ ଏଡୱାଡ୍ସଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ୨୪୫ ରନ କଲା ନେଦରଲ୍ୟାଣ୍ଡ

author img

By ETV Bharat Odisha Team

Published : Oct 17, 2023, 7:39 PM IST

Updated : Oct 17, 2023, 7:52 PM IST

ଧର୍ମଶାଳା: ବିଶ୍ବକପ୍‌ ୨୦୨୩ରେ ଆଜି ଧର୍ମଶାଳାରେ ଦକ୍ଷିଣ ଆଫ୍ରିକା ଓ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି । ବର୍ଷା ବ୍ୟାଘାତରୁ ବିଳମ୍ବରେ ମ୍ୟାଚ୍‌ ଆରମ୍ଭ ହୋଇଥିବାରୁ ନିର୍ଦ୍ଧାରିତ ଓଭରରୁ ୭ ଓଭର ଲେଖାଏଁ ବାଦ ଦିଆଯାଇଛି । ଫଳରେ ଉଭୟ ଦଳ ୫୦ ଓଭର ପରିବର୍ତ୍ତେ ୪୩ ଓଭର ଲେଖାଏଁ ଖେଳିବେ । ତେବେ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ସ୍କଟ୍‌ ଏଡୱାଡ୍ସଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୪୩ ଓଭରରେ ୮ ୱିକେଟ୍‌ ହରାଇ ୨୪୫ ରନ କରିଛି ନେଦରଲ୍ୟାଣ୍ଡ । ବିଶ୍ବକପ୍‌ ୨୦୨୩ରେ ଦୁଇଟି ମ୍ୟାଚ୍‌ ଖେଳି ଅପରାଜିତ ଥିବା ଦକ୍ଷିଣ ଆଫ୍ରିକାକୁ ହ୍ୟାଟ୍ରିକ ବିଜୟ ପାଇଁ ୨୪୬ ରନର ଆବଶ୍ୟକତା ରହିଛି ।

ନେଦରଲ୍ୟାଣ୍ଡ ବ୍ୟାଟିଂ: ଆଜି ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଦକ୍ଷିଣ ଆଫ୍ରିକୀୟ ଅଧିନାୟକ ଟେମ୍ବା ବାଭୁମା । ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିବା ନେଦରଲ୍ୟାଣ୍ଡ ଦଳୀୟ ସ୍କୋର ୨୨ ରନ ହୋଇଥିବା ବେଳେ ପ୍ରଥମ ୱିକେଟ୍‌ ହରାଇଥିଲା । କେବଳ ୨ ରନ କରି ପାଭିଲିୟନ ଫେରିଥିଲେ ଓପନର ବିକ୍ରମଜିତ ସିଂହ । ଏହାପରେ ତୁରନ୍ତ ମାକ୍ସ ଓଡ୍‌ୱଡ୍‌ ମଧ୍ୟ ଆଉଟ୍‌ ହୋଇଥିଲେ । ତେବେ ସେ ୧୮ ରନର ପାଳି ଖେଳିଥିଲେ । କଲିନ ଅକରମାନ୍‌ ୧୩ ରନ କରି ଆଉଟ୍‌ ହୋଇଥିବାବେଳେ ବସ ଡିଲେଡ୍‌ ୨ ରନ କରି ପାଭିଲିୟନ ଫେରିଥିଲେ । ଗୋଟିଏ ପଟେ ଅଧିନାୟକ ସ୍କଟ୍‌ ଏଡୱାର୍ଡ୍ସ ପାଳିକୁ ସମ୍ଭାଳି ଆଗକୁ ନେଉଥିବାବେଳେ ଅନ୍ୟପଟେ ଦଳୀୟ ବ୍ୟାଟରମାନେ ନିଜ ୱିକେଟ ହରାଇ ଚାଲିଥିଲେ । ସାଇବ୍ରାଣ୍ଡ ଏଞ୍ଜେଲବ୍ରେଚ୍‌ ୧୯, ତେଜା ନିଦାମାନୁରୁ ୨୦, ଲୋଗାନ ଭାନ୍‌ ବିକ୍‌ ୧୦ ଓ ରୋଇଲୋଫ ଭାନ୍‌ଡେର୍‌ ମେରୱେ ୨୯ ରନ କରି ଆଉଟ୍‌ ହୋଇଥିଲେ । ତେବେ ଅଧିନାୟକ ସ୍କଟ୍‌ ଏଡ୍‌ୱାର୍ଡ୍ସ ୬୯ ବଲରୁ ୧୦ ଚୌକା ଓ ଗୋଟିଏ ଛକା ସହ ସର୍ବାଧିକ ୭୮ ରନର ଲଢ଼ୁଆ ପାଳି ଖେଳି ଦଳୀୟ ସ୍କୋରକୁ ୨୪୫ ରନରେ ପହଞ୍ଚାଇଥିଲେ । ଶେଷକୁ ଆର୍ଯ୍ୟାନୁ ଦତ୍ତ ୯ ବଲରୁ ୨୩ ରନର ବିସ୍ଫୋରକ ପାଳି ଖେଳି ଦଳୀୟ ଖାତାରେ ଉପଯୋଗୀ ଯୋଗଦାନ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଜି ଦକ୍ଷିଣ ଆଫ୍ରିକା- ନେଦରଲାଣ୍ଡସ ମୁକାବିଲା, ଜାଣନ୍ତୁ କାହା ପଲ୍ଲା ଭାରି

ଦକ୍ଷିଣ ଆଫ୍ରିକା ବୋଲିଂ: ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି, କାଗିସୋ ରାବାଡା ଓ ମାର୍କୋ ଜାନ୍‌ସେନ୍‌ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ସେହିଭଳି ଗେର୍ଲାଡ୍‌ କଏଜି ଓ କେଶବ ମହାରାଜଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଏମାନଙ୍କ ମଧ୍ୟରୁ ମାର୍କୋ ଜାନ୍‌ସେନ୍‌ ଆଜି ବେଶ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ । ୮ ଓଭର ବୋଲିଂ କରିଥିବା ବେଳେ ସେ କେବଳ୨୭ ରନ ବ୍ୟୟରେ ୨ଟି ସଫଳତା ହାତେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 17, 2023, 7:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.