ETV Bharat / sports

World cup 2023:10 ମ୍ୟାଚ ପରେ କଣ ରହିଛି ପଏଣ୍ଟ ଟେବୁଲ ସ୍ଥିତି, ଜାଣନ୍ତୁ ରନ ଓ ୱିକେଟ ହାସଲରେ କିଏ ଆଗରେ

author img

By ETV Bharat Odisha Team

Published : Oct 13, 2023, 3:13 PM IST

ଆଇସିସି ଦିନିକିଆ ବିଶ୍ବକପ 2023ରେ ମୋଟ 10ଟି ମ୍ୟାଚ ଖେଳା ସରିଛି । ଜାଣନ୍ତୁ କଣ ରହିଛି ପଏଣ୍ଟ ଟେବୁଲ ସ୍ଥିତି ।

Cricket World cup 2023
Cricket World cup 2023

ହାଇଦ୍ରାବାଦ: ଭାରତରେ କ୍ରିକେଟର ସବୁଠୁ ବଡ ମହାକୁମ୍ଭ ଦିନିକିଆ ବିଶ୍ବକପ 2023 ଜାରି ରହିଛି । ଅକ୍ଟୋବର 5ରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭ ନଭେମ୍ବର 19 ଯାଏ ଚାଲିବ । 46 ଦିନରେ ମୋଟ 48ଟି ମ୍ୟାଚ ଖେଳାଯିବ । ଏଯାବତ ମୋଟ 10ଟି ମ୍ୟାଚ ସରିଛି । ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ 10ତମ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ ପରେ କଣ ରହିଛି ପଏଣ୍ଟ ଟେବୁଲ ସ୍ଥିତି । ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ପଏଣ୍ଟ ଟେବୁଲ ଶୀର୍ଷରେ ଦକ୍ଷିଣ ଆଫ୍ରିକା: ସାଉଥ ଆଫ୍ରିକା ବିଶ୍ବକପରେ ତାର 2ଟି ମ୍ୟାଚ୍‌ ଖେଳି ସାରିଛି । ସମସ୍ତ ମ୍ୟାଚ ଜିତି 4 ପଏଣ୍ଟ ସହ ଟେବୁଲ ଶୀର୍ଷରେ ରହିଛି ଦଳ । ଦଳର ରନରେ 2.360 ରହିଛି । ଏହାପଛକୁ 4 ପଏଣ୍ଟ ପାଇଁ ନ୍ୟୁଜିଲାଣ୍ଡ ରହିଛି । ଦଳର ରନରେଟ 1.958 ରହିଛି । ତୃତୀୟ ସ୍ଥାନରେ ଆୟୋଜକ ଭାରତ 4 ପଏଣ୍ଟ ସହ ରହିଛି । ଭାରତର ରନରେଟ୍‌ 1.500 ପାକିସ୍ତାନ ଚତୁର୍ଥ ସ୍ଥାନରେ ରହିଛି । ସଭା ଶେଷରେ ଆଫଗାନିସ୍ତାନ ରହିଛି ।

ବ୍ୟାଟିଂରେ ଡି କକଙ୍କ ନାମରେ ସର୍ବାଧିକ ରନ: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟର କ୍ବିଣ୍ଟନ ଡି କକ ଚଳିତ ବିଶ୍ବକପରେ ସର୍ବାଧିକ ରନ କରିଛନ୍ତି । ସେ ଦୁଇଟି ମ୍ୟାଚରେ ମୋଟ 109 ରନ କରିଛନ୍ତି । ଲଗାତାର 2ମ୍ୟାଚରେ ଶତକ ହାସଲ କରିଛନ୍ତି । ଏହାପରେ ପାକିସ୍ତାନ ମହମ୍ମଦ ରିଜୱାନୀ 199 ରନ କରି ଦ୍ବିତୀୟରେ ରହିଛନ୍ତି । ଶ୍ରୀଲଙ୍କାର କୁଶଲ ମେଣ୍ଡିସ 198 ରନ କରି ତୃତୀୟ ଓ ନ୍ୟୁଜିଲାଣ୍ଡର ଡେଭନ କନୱେ ଓ ରବୀନ୍ଦ୍ର ରାଚିନ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଏହା ବି ପଢନ୍ତୁ...World cup 2023: ରାତି ପାହିଲେ ଭାରତ-ପାକିସ୍ତାନ ଫାଇଟ୍‌, ଅହମ୍ମଦାବାଦରେ ଟିମ୍‌ ଇଣ୍ଡିଆ

ମିଚେଲ ଷ୍ଟଇନିସ ହାତେଇଛି ଅଧିକ ୱିକେଟ: ବିଶ୍ବକପ 2023ରେ 10ଟି ମ୍ୟାଚ ପରେ ନ୍ୟୁଜିଲାଣ୍ଡର ମିଚେଲ ଷ୍ଟଇନିସ ସର୍ବାଧିକ ୱିକେଟ ହାସଲକାରୀ ଖେଳାଳି ହୋଇଛନ୍ତି । 2ଟି ମ୍ୟାଚ ଖେଳି 7 ୱିକେଟ ନେଇ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ଏହାପରେ ମ୍ୟାଟ ହେନେରୀ ସର୍ବାଧିକ 6ଟି ୱିକେଟ ନେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସମାନ ୱିକେଟ ନେଇ ତୃତୀୟ ସ୍ଥାନରେ ହାସନ ଅଲ୍ଲୀ ରହିଛନ୍ତି । ଭାରତର ଯଶପ୍ରୀତ ବୁମରା 6ଟି ୱିକେଟ ନେଇ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଏହା ବି ପଢନ୍ତୁ...World cup 2023: ଆଜି ନ୍ୟୁଜିଲାଣ୍ଡ-ବାଂଲାଦେଶ ଭେଟ, ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ କେନ ସେନା

ପ୍ରକାଶ ଥାଉ କି, ଅକ୍ଟୋବର 5 ତାରିଖରୁ ଆଇସିସି କ୍ରିକେଟ ବିଶ୍ବକପର 13ତମ ସଂସ୍କରଣ ଆରମ୍ଭ ହୋଇଛି । ନ୍ୟୁଜିଲାଣ୍ଡ ଓ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଥିଲା । ଯେଉଁଥିଲେ ନ୍ୟୁଜିଲାଣ୍ଡ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ମୋଟ 10ଟି ଭେନ୍ୟୁରେ 10 ଦଳ ମଧ୍ୟରେ ସମୁଦାୟ 48ଟି ମ୍ୟାଚ ଖେଳାଯିବ । 10 ମ୍ୟାଚ ସରିଛି । ନଭେମ୍ବର 19 ତାରି ଟ୍ରଫି ଟକ୍କର ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.