ETV Bharat / sports

World Cup 2023 IND vs NZ: ପେସ୍ ବୋଲରଙ୍କୁ ସୁହାଇବ ଧର୍ମଶାଳା ପିଚ୍, ଜାଣନ୍ତୁ ବର୍ଷା ହେଲେ କଣ ରହିଛି ବିକଳ୍ପ - ବିଶ୍ବକପ 2023

ଆଇସିସି ଦିନିକିଆ ବିଶ୍ବକପ 2023ର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 21ତମ ଲିଗ ମ୍ୟାଚ ଖେଳାଯିବ । ଧର୍ମଶାଳାରେ ଏହି ମ୍ୟାଚ ଖେଳାଯିବ । ଅଧିକ ପଢ଼ନ୍ତୁ

World Cup 2023 IND vs NZ
Cricket World Cup 2023
author img

By ETV Bharat Odisha Team

Published : Oct 22, 2023, 11:25 AM IST

ଧର୍ମଶାଳା: ଆଇସିସି କ୍ରିକେଟ୍‌ ବିଶ୍ବକପ 2023ରେ ଆଜି ହିମାଚଳ ପ୍ରଦେଶ କ୍ରିକେଟ ଏସୋସିଏସନ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚ୍‌ ରୋମାଞ୍ଚକର ହେବାକୁ ଯାଉଛି । ଦୁଇ ଦଳ ଏଯାବତ ଅପରାଜେୟ ରହିଛନ୍ତି । 4ଟି ଲେଖାଏଁ ମ୍ୟାଚ୍‌ ଖେଳି ବିଜୟ ହାସଲ କରିଛନ୍ତି ଦୁଇ ଦଳ । ମହାମୁକାବିଲା ପୂର୍ବରୁ କଣ ରହିଛି ଧର୍ମଶାଳା ପିଚ୍‌ ରିପୋର୍ଟ ତାକୁ ନେଇ ପଢ଼ନ୍ତୁ ଏହି ଖବର ।

ପିଚ କ୍ୟୁରେଟର ସୁନୀଲ ଚୌହାନଙ୍କ କହିବା ଅନୁସାରେ, ପିଚ୍‌ ବିଦେଶୀ ବ୍ୟାଟର ଓ ବୋଲଙ୍କୁ ସହୟତା କରିଛି । ଏହି ପିଚ୍‌ ବିଦେଶୀ ବୋଲରଙ୍କ ପାଇଁ ଅନୁକୂଳ । ବିଦେଶୀ ବ୍ୟାଟର ଦ୍ରୁତ ପିଚରେ ବ୍ୟାଟିଂ କରିବାକୁ ପସନ୍ଦ କରିଥାନ୍ତି । ଦ୍ରୁତ ବୋଲରଙ୍କ ବଲରୁ ସୁଇଂ କରାଇବ ଏହି ପିଚ୍‌ । ଏହି ପିଚ୍‌ରେ 21,800 ଦର୍ଶକ ବସିବାର କ୍ଷମତା ରହିଛି । ନିକଟରେ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ବଡ଼ ସ୍କୋର କରିଥିଲା । ଇଂଲଣ୍ଡ ଦଳର ପେସ୍‌ ବୋଲର ଏହି ପିଚର ଫାଇଦା ନେଇଥିଲେ । ଭାରତୀୟ ଦଳ ଏହି ପିଚ୍‌ରେ 2015 ଅକ୍ଟୋବର 2 ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି20 ମ୍ୟାଚ୍‌ ଖେଳିଥିଲା । 7 ୱିକେଟରେ ବିଜୟ ହାସଲ କରିଥିଲା ଭାରତ ।

ଏହା ବି ପଢନ୍ତୁ...World Cup 2023: ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର, ଶୀର୍ଷ ସ୍ଥାନ ପାଇଁ ଲଢ଼ିବ ରୋହିତ ସେନା

ଧର୍ମଶାଳାରେ ବର୍ଷା ଆଶଙ୍କା ଜାଣନ୍ତୁ କଣ ରହିଛି ବିକଳ୍ପ: ଧର୍ମଶାଳାରେ ସ୍ଥାନୀୟ ତାପମାତ୍ରା ସର୍ବାଧିକ 18ଡିଗ୍ରୀ ରହିବ ଓ ସର୍ବନିମ୍ନ 11 ଡିଗ୍ରୀ ରହିବ । 42 ପ୍ରତିଶତ ବର୍ଷା ଆଶଙ୍କା ରହିଛି । ଯଦି ଆଜି ଖେଳାଯିବାକୁ ଥିବା ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ବର୍ଷା ପାଇଁ ବାତିଲ ହୁଏ ତେବେ ବିକଳ୍ପ ଆକାରରେ ଆଇସିସି ନିୟମ ଅନୁସାରେ ରିଜର୍ଭ ଡେ ପ୍ରାବଧାନ ନାହିଁ । ଯଦି ମ୍ୟାଚ୍‌ ବାତିଲ ହୁଏ ତେବେ ଦୁଇ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ କରିବେ । ଚଳିତ ବିଶ୍ବକପରେ ଏବେ ସୁଦ୍ଧା ବର୍ଷା ପାଇଁ କୌଣସି ମ୍ୟାଚ୍‌ ବାତିଲ ହୋଇନାହିଁ । ଅକ୍ଟୋବର 17 ତାରିଖରେ ଧର୍ମଶାଳାରେ ନେଦରଲାଣ୍ଡସ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ବର୍ଷା ହୋଇଥିଲା 42 ଓଭର ଖେଳ ହୋଇଥିଲା ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 13ଟି ଆଇସିସି ମ୍ୟାଚ୍‌ ଖେଳାଯାଇଛି । ଏଥିରେ ନ୍ୟୁଜିଲାଣ୍ଡ 10ଟି ମ୍ୟାଚ୍‌ ଜିତିଥିବା ବେଳେ ଭାରତ 3ଟି ମ୍ୟାଚ ଜିତିଛି । 2003ରେ ଶେଷ ଥର ଭାରତ କିୱି ଦଳକୁ ପରାସ୍ତ କରିଥିଲା । 2019 ବିଶ୍ବକପ ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ଦଳ ପରାସ୍ତ କରିଥିଲା । ଭାରତ ଆଜି ପୂର୍ବ ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଆଜିର ମୁକାବିଲା କଡା ହେବାକୁ ଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.