ଲକ୍ଷ୍ନୌ: ଆଇସିସି କ୍ରିକେଟ ବିଶ୍ବକପ 2023 । ଆଜି ସୁପର ସନ୍ଣ୍ଡେରେ ସୁପର ମୁକାବିଲା । ବିଶ୍ବକପ୍ କ୍ରିକେଟ୍ 29ତମ ଲିଗ୍ ମ୍ୟାଚରେ ଲକ୍ଷ୍ନୌର ଏକ୍କନା ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଏଯାବତ ଅପରାଜେୟ ଥିବା ଭାରତ ଆଜି ଷଷ୍ଠ ବିଜୟ ସହ ସେମି ଫାଇନାଲ ପାଇଁ ପଥ ପରିଷ୍କାର କରିବାକୁ ପ୍ରୟାସ କରିବ । ସେହିପରି ମ୍ୟାଚ୍ ଜିତି କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି ବଟଲର ବାହିନୀ । ଇଂଲଣ୍ଡ ପାଇଁ ଏକ ପ୍ରକାର କର ବା ମର ପରିସ୍ଥିତି ହୋଇଛି । ଅପରାହ୍ନ 2ଟାରେ ମ୍ୟାଚ୍ ଆରମ୍ଭ ହେବ ।
- " class="align-text-top noRightClick twitterSection" data="">
ଭାରତ ବନାମ ଇଂଲଣ୍ଡ: ଚଳିତ ବିଶ୍ବକପ ସଂସ୍କରଣରେ ଭାରତ ଏଯାବତ ଅପରାଜେୟ ରହିଛି । ଦଳ 5ଟି ମ୍ୟାଚ୍ରେ ବିଜୟ ହାସଲ କରି ଟେବୁଲ ଦ୍ବିତୀୟରେ ରହିଛି । ଆଜି ଷଷ୍ଠ ମୁକାବିଲାରେ ଇଂଲଣ୍ଡକୁ ହରାଇ ଷଷ୍ଠ ବିଜୟ ସହ ଟେବୁଲ ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ ଟିମ୍ ଇଣ୍ଡିଆ । 2019 ବିଶ୍ବକପରେ ଭାରତ 7ଟି ଲିଗ୍ ମ୍ୟାଚ୍ ଜିତିଥିଲା । ମାତ୍ର ଇଂଲଣ୍ଡଠୁ ପରାସ୍ତ ହୋଇଥିଲା । ଇଂଲଣ୍ଡ 31ରନରେ ଜିତିଥିଲା । 2022 ଟି-ଟ୍ବେଣ୍ଟି ବିଶ୍ବକପରେ ମଧ୍ୟ ଭାରତକୁ 10 ୱିକେଟରେ ଇଂଲଣ୍ଡ ପରାସ୍ତ କରିଥିଲା । ଆଜି ଭାରତ 2019ରେ ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଏକମାତ୍ର ଦଳ ଭାରେ ଚଳିତ ବିଶ୍ବକପ ସଂସ୍କରଣରେ ଭାରତ ଏଯାବତ ଅପରାଜେୟ ରହିଛି । ଆଜି ଇଂଲଣ୍ଡକୁ ମାତ ଦେଇ ବିଜୟଧାରା ବିଜାୟ ରଖିବାକୁ ପ୍ରୟାସ କରିବ ରୋହିତ ସେନା ।
ସେପଟେ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଦଳ ଏଯାବତ 5ଟି ମ୍ୟାଚ ଖେଳି ମାତ୍ର ଗୋଟିଏରେ ବିଜୟ ହାସଲ କରିଛି । ପଏଣ୍ଟ ଟେବୁଲ ଶେଷରେ ରହିଛି ଡିଫେଣ୍ଡିଂ ଚମ୍ପିଆନ । ଆଜି ଦଳ ଏହି ମ୍ୟାଚ୍ ଜିତି କମବ୍ୟାକ୍ କରିବାକୁ ପ୍ରୟାସ କରିବ । ଇଂଲଣ୍ଡର ବ୍ୟାଟିଂ ଓ ବୋଲିଂ ବିଭାଗ ଦୁର୍ବଳ ରହିଛି । ଦଳକୁ ଆଜି ଏ ଦିଗରେ ସମସ୍ତ ତ୍ରୁଟି ସୁଧାରି ମୈଦାନକୁ ଓହ୍ଲାଇବାକୁ ହେବ ।
ହେଡ ଟୁ ହେଡ ଟକ୍କର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଢ଼େଇ ବହୁ ପୁରୁଣା । ଦୁଇ ଦଳ ମଧ୍ୟରେ ମୋଟ 106ଟି ଦିନିକିଆ ମ୍ୟାଚ୍ ଖେଳାଯାଇଛି । ସେଥିରୁ ଭାରତ 57ଟି ମ୍ୟାଚ୍ ଜିତିଛି । ଇଂଲଣ୍ଡ 44ଟି ମ୍ୟାଚ୍ରେ ବିଜୟ ହାସଲ କରିଥିଲା । 3ଟି ମ୍ୟାଚ୍ର କୌଣସି ପରିଣାମ ବାହାରି ନଥିବାବେଳେ 2ଟି ମ୍ୟାଚ୍ ବରାବର ରହିଥିଲା । ଘରୋଇ ଗ୍ରାଉଣ୍ଡରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା 55ଟି ମ୍ୟାଚରେ 33ଟି ମ୍ୟାଚ୍ ଜିତିଥିବାବେଳେ ଭାରତୀୟ ପିଚ୍ରେ ଇଂଲଣ୍ଡ 23ଟି ମ୍ୟାଚ୍ ଜିତିଛି । ବିଶ୍ବକପରେ ଦୁଇ ଦଳ ମଧ୍ୟରେ 8ଟି ମ୍ୟାଚ୍ ଖେଳାଯାଇଛି । ଭାରତ 3ଟି ମ୍ୟାଚ୍ ଜିତିଥିବା ବେଳେ ଇଂଲଣ୍ଡ 4ଟି ମ୍ୟାଚ ଜିତିଛି । ବିଶ୍ବକପ ରେକର୍ଡ ଦେଖିଲେ ଭାରତ ଉପରେ ବଟଲର ବାହିନୀର ପଲ୍ଲା ଭାରି ରହିଛି । ଆଜି ଅପରାଜେୟ ଭାରତ ଏହି ଧାରାକୁ ଭାଙ୍ଗିବାକୁ ପ୍ରୟାସ କରିବ ।
ପିଚ୍ ରିପୋର୍ଟ: ଏକନ୍ନା ଷ୍ଟାଡିୟମ ପିଚ୍ ବୋଲରଙ୍କୁ ସୁହାଇବ ବୋଲି ଅନୁମାନ କରାଯାଉଛି । ଏଠାରେ ଖେଳାଯାଇଥିବା 10ଟି ମ୍ୟାଚ୍ରେ ପ୍ରଥମ ଇନିଂସରେ ହାରାହାରି ସ୍କୋର୍ 262 ରହିଛି । ଏଠାରେ ଚଳିତ ବିଶ୍ବକପର 3ଟି ମ୍ୟାଚ୍ ଖେଳାଯାଇଛି । 311/7 ସର୍ବାଧିକ ସ୍କୋର୍ ରହିଛି । ଉଭୟ ଦ୍ରୁତ ଓ ସ୍ପିନ୍ ବୋଲର ଏଠାରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛନ୍ତି । ଟସ୍ ବିଜୟୀ ଦଳ ପ୍ରଥମରେ ଫିଲ୍ଡିଂ ନିଷ୍ପତ୍ତି ନେବ ।
ଭାରତୀୟ ସମ୍ଭାବ୍ୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନୀ, ଶାର୍ଦ୍ଦୁଳ ଠାକୁର, ଲୋକେଶ ରାହୁଲ, ଇଶାନ କିଶାନ, ଯଶପ୍ରୀତ ବୁମରା, କୁଳଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ।
ଇଂଲଣ୍ଡ ସମ୍ଭାବ୍ୟ ଦଳ: ଜୋଶ ବଟଲର (ଅଧିନାୟକ), ହ୍ୟାରୀ ବ୍ରୁକ, ଲିଆମ ଲିଭିଂଷ୍ଟୋନ, ଡାୱିଡ ମଲାନ, ଜୋ ରୁଟ, ମୋଇ ଅଲ୍ଲୀ, ବେନ ଷ୍ଟୋକ୍ସ, ସାମ କୁରାନ, ଡେଭିଡ ୱିଲି, କ୍ରିସ ୱକ୍ସ, ଜନ୍ନୀ ବେୟରାଷ୍ଟୋ, ଗସ ଆଟକିନକନ, ଆଦିଲ ରଶିଦ, ରିସି ଟୋପଲେ ଓ ମାର୍କ ଉଡ୍ ।