ETV Bharat / sports

Cricket World Cup 2023: ଡେରାଇଲ୍‌ ମିଚେଲ୍‌ଙ୍କ ଦମଦାର ଶତକ, ଶାମିଙ୍କୁ ୫ ୱିକେଟ୍‌, ଭାରତ ଆଗରେ ଟାର୍ଗେଟ୍‌ ୨୭୪

author img

By ETV Bharat Odisha Team

Published : Oct 22, 2023, 6:08 PM IST

Updated : Oct 22, 2023, 6:29 PM IST

ଧର୍ମଶାଳାରେ ବିଗ୍‌ ଫାଇଟ୍‌ । ପ୍ରଥମେ ବ୍ୟାଟିଂ କରି ଡେରାଇଲ୍‌ ମିଚେଲ୍‌ଙ୍କ ଦମଦାର ଶତକୀୟ ପାଳି (୧୩୦) ବଳରେ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୨୭୩ ରନ କରିଛି ନ୍ୟୁଜିଲାଣ୍ଡ । ଜୟଯାତ୍ରା ଜାରି ରଖି ସେମିଫାଇନାଲ ଆଡ଼କୁ ବଢ଼ିବାକୁ ଭାରତ ଆଗରେ ଟାର୍ଗେଟ ୨୭୪ । ଅଧିକ ପଢ଼ନ୍ତୁ

ଭାରତ ଆଗରେ ଟାର୍ଗେଟ୍‌ ୨୭୪
ଡେରାଇଲ୍‌ ମିଚେଲ୍‌ଙ୍କ ଦମଦାର ଶତକ- ଶାମିଙ୍କୁ ୫ ୱିକେଟ୍‌

ଧର୍ମଶାଳା: ବିଶ୍ବକପ୍‌ ୨୦୨୩ରେ ଆଜି ହିମାଚଳ ପ୍ରଦେଶର ଧର୍ମଶାଳାରେ ବିଗ୍‌ ଫାଇଟ୍‌ରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ଉଭୟ ଦଳ କ୍ରମାଗତ ଭାବେ ଚଳିତ ବିଶ୍ବକପରେ ୪ଟି ଲେଖାଏଁ ମ୍ୟାଚ୍‌ ଖେଳି ବିଜୟଧାରା ଜାରି ରଖିଛନ୍ତି । ଆଜି କାହାର ବିଜୟ ଧାରା ଭାଙ୍ଗୁଛି ଓ କିଏ ଜାରି ରଖୁଛି ତାହା ଉପରେ ସାରା ବିଶ୍ବର ନଜର ରହିଛି । ଏହାରି ଭିତରେ ପ୍ରଥମେ ବ୍ୟାଟିଂ କରି ଖରାପ ଆରମ୍ଭ ସତ୍ତ୍ବେ ୨୭୩ ରନ ସ୍କୋର କରିଛି କିୱି ଦଳ । ଡେରାଇଲ୍‌ ମିଚେଲ୍‌ (୧୩୦)ଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳି ବଳରେ ଏହି ବଡ଼ ସ୍କୋର କରିଛି ନ୍ୟୁଜିଲାଣ୍ଡ । ତେବେ ଭାରତ ଏହାର ବିଜୟଧାରା ଜାରି ରଖିବାକୁ ହେଲେ ଦଳ ଆଗରେ ୨୭୪ ରନର ବିଜୟଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ଚଳିତ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଆଜି ୫ ୱିକେଟ୍‌ ସଫଳତା ହାସଲ କରିଛନ୍ତି ।

ନ୍ୟୁଜିଲାଣ୍ଡ ବ୍ୟାଟିଂ: ଆଜି ଟସ୍‌ ଜିତି ପ୍ରଥମେ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ଆହ୍ବାନ ଦେଇଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ହେଲେ ନ୍ୟୁଜିଲାଣ୍ଡକୁ ସେତେ ଭଲ ଆରମ୍ଭ ମିଳିନଥିଲା । ଓପନର ଡେଭନ କନ୍‌ୱେ ଖାତା ଖୋଲିବା ଆଗରୁ ମହମ୍ମଦ ସିରାଜଙ୍କ ବଲରେ ପାଭିଲିୟନ ଫେରିଥିଲେ । ଏହାପରେ ଆଜି ଚଳିତ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଶାମି ନିଜର ପ୍ରଥମ ଓଭରର ପ୍ରଥମ ବଲରେ ୱିଲ୍‌ ୟଙ୍ଗ୍‌ (୧୭)ଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ । ଦଳୀୟ ସ୍କୋର ୧୯ ରନ ହୋଇଥିବା ୨ଟି ୱିକେଟ୍‌ ହରାଇଥିଲା କିୱି ଦଳ । ଏହାପରେ ରାଚିନ ରବୀନ୍ଦ୍ର ଓ ଡେରାଇଲ ମିଚେଲ୍‌ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ଉଭୟ ଭାରତୀୟ ବୋଲରଙ୍କୁ ରକ୍ଷଣାତ୍ମକ ଶୈଳୀରେ ଖେଳି ନିଜ ନିଜର ଅର୍ଦ୍ଧଶତକ ହାସଲ କରିନେଇଥିଲେ । ରବୀନ୍ଦ୍ର ଓ ଡେରାଇଲ ମିଚେଲ୍‌ ତୃତୀୟ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୧୫୯ ରନ ଯୋଡ଼ିଥିଲେ । ଏହାପରେ ଶାମିଙ୍କ ଦ୍ବିତୀୟ ଶିକାର ପାଲଟିଥିଲେ ରବୀନ୍ଦ୍ର । ସେ ୮୭ ବଲରୁ ୬ ଚୌକା ଓ ଗୋଟିଏ ଛକା ବଳରେ ଧୈର୍ଯ୍ୟପୂର୍ଣ୍ଣ ୭୫ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହାପରେ କିୱି ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଗୋଟିଏ ପଟେ ଡେରାଇଲ ମିଚେଲ୍‌ ନିଜ ଖେଳ ଜାରି ରଖିଥିବାବେଳେ ଅନ୍ୟପଟେ ୱିକେଟ୍‌ ଫିଙ୍ଗି ଚାଲିଲେ କିୱି ବ୍ୟାଟର । ମିଚେଲ୍‌ ୧୨୭ ବଲରୁ ୯ ଚୌକା ଓ ୫ ଛକା ସହିତ ୧୩୦ ରନର ଦମଦାର ପାଳି ଖେଳି ଦଳୀୟ ସ୍କୋରକୁ ୨୭୦ ପାର କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍‌ ଫିଲିପ୍ସ (୨୩)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିପାରିନଥିଲେ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ପ୍ରଥମ ମ୍ୟାଚ୍‌ରେ ଶାମିଙ୍କ କମାଲ, ପ୍ରଥମ ବଲ୍‌ରେ ୱିଲ ୟଙ୍ଗ୍‌ଙ୍କୁ କଲେ ବୋଲ୍

ଭାରତ ବୋଲିଂ: ଭାରତ ପକ୍ଷରୁ ଆରମ୍ଭରୁ ବେଶ ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ଚତୁର୍ଥ ଓଭରରେ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ମହମ୍ମଦ ସିରାଜ । ତେବେ ସେ ଏହି ଗୋଟିଏ ୱିକେଟ୍‌ ହିଁ ନେବାରେ ସକ୍ଷମ ହୋଇଥିଲେ । କୁଲଦୀପ ଯାଦବ ୨ଟି ୱିକେଟ୍‌ ନେଇଥିଲେ ମଧ୍ୟ ସେ ୧୦ ଓଭରରୁ ୭୩ ରନ ବ୍ୟୟ କରି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ବୁମ୍‌ରା ଗୋଟିଏ ୱିକେଟ୍‌ ହାସଲ କରିଥିବାବେଳେ ଅଭିଜ୍ଞ ଶାମି ଦଳକୁ ୫ ୱିକେଟ୍‌ ସଫଳତା ଦେିଥିଲେ । ସେ ଆଜି ଚଳିତ ବିଶ୍ବକପ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 22, 2023, 6:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.