ETV Bharat / sports

World Cup 2023: ଆଜି ଇଂଲଣ୍ଡ-ନେଦରଲାଣ୍ଡସ ମୁକାବିଲା, ବିପର୍ଯ୍ୟୟ ଘଟାଇବା ଲକ୍ଷ୍ୟରେ ସ୍କଟ ସେନା

author img

By ETV Bharat Odisha Team

Published : Nov 8, 2023, 12:05 PM IST

ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଆଜି 40ତମ ଲିଗ ମ୍ୟାଚରେ ଇଂଲଣ୍ଡ ଓ ନେଦରଲାଣ୍ଡସ ପରସ୍ପରକୁ ଭେଟିବେ । ଅଧିକ ପଢ଼ନ୍ତୁ

World Cup 2023
ଆଜି ଇଂଲଣ୍ଡ-ନେଦରଲାଣ୍ଡସ ମୁକାବିଲା

ପୁନେ: ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ 2023ରେ ଲିଗ ମ୍ୟାଚ ସରି ସରି ଆସୁଛି । ପାଖାପାଖି 80 ପ୍ରତିଶତ ମ୍ୟାଚ ସରିଲାଣି । ପ୍ରତି ଦଳ ପାଖରେ ଆଉ ଗୋଟିଏ କିମ୍ବା 2ଟି ଲିଗ ମ୍ୟାଚ ରହିଛି । ଆଜି 40ତମ ଲିଗ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଅନ ଇଂଲଣ୍ଡ ବନାମ ନେଦରଲାଣ୍ଡ ପରସ୍ପରକୁ ଭେଟିବେ । ଇଂଲଣ୍ଡ ସେମିଫାଇନାଲ ଦୌଡରୁ ବାଦ ପଡ଼ି ସାରିଛି । ଆଗାମୀ ଚମ୍ପିଆନ୍ସ ଟ୍ରଫି ଯୋଗ୍ୟତା ରେସ୍‌ରୁ ମଧ୍ୟ ବାଦ ପଡିଛି । ଶେଷ 2ଟି ଲିଗ୍‌ ମ୍ୟାଚ୍‌ ଖେଳି ଦଳ ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ । ରେକର୍ଡ ଅନୁଯାୟୀ ଇଂଲଣ୍ଡ ପଲ୍ଲା ଭାରିଥିଲେ ବି ବିପର୍ଯ୍ୟୟ ଘଟାଇବାକୁ ପ୍ରୟାସ କରିବ ନେଦରଲାଣ୍ଡସ ।

ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ 7ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଛି । 6ଟି ମ୍ୟାଚ୍‌ରେ ଦଳ ପରାସ୍ତ ହୋଇ ବିଶ୍ବକପ ସେମିଫାଇନାଲରୁ ବାଦ ପଡିଛି । 2025 ଚମ୍ପିଆନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିବାକୁ ହେଲେ ଦଳକୁ ଭଲ ପ୍ରଦର୍ଶନ କରି ପ୍ରଥମ 8ଜଣଙ୍କ ମଧ୍ୟରେ ରହିବାରୁ ହେବ । ତେଣୁ ଦଳକୁ ତାର ଶେଷ 2ଟି ଲିଗ୍‌ ମ୍ୟାଚରେ ବିରାଟ ବିଜୟ ହାସଲ କରିବାକୁ ହେବ । ଆଜି ନେଦରଲାଣ୍ଡସକୁ ହରାଇ ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ । ଜୋସ ବଟଲର ଆଉ 71 ରନ କଲେ 5 ହଜାର ରନ କ୍ଲବରେ ସାମିଲ ହେବେ ତେଣୁ ଆଜି ବଟଲରଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ପୂର୍ବରୁ ଉଭୟ ଦଳ ପରସ୍ପରକୁ 6 ଥର ଭେଟିଛନ୍ତି । ଇଂଲଣ୍ଡ ସମସ୍ତ ମ୍ୟାଚ୍‌ ଜିତିଛି ।

ଏହା ବି ପଢନ୍ତୁ...Cricket World Cup 2023: ୱାଙ୍ଖେଡେରେ ୱାନ୍‌ ମ୍ୟାନ୍‌ ଶୋ', ଅଷ୍ଟ୍ରେଲିଆକୁ ଅବିଶ୍ବସନୀୟ ଭାବେ ଜିତାଇଲେ ମ୍ୟାକ୍ସୱେଲ୍‌

ଅନ୍ୟପଟେ ନେଦରଲାଣ୍ଡସ 7ଟି ମ୍ୟାଚରୁ 2ଟି ବିଜୟ ଓ 5ଟି ମ୍ୟାଚରେ ପରାସ୍ତ ହୋଇଛି । ଆଜି ବଟଲର ବାହିନୀକୁ ପରାସ୍ତ କରିବାକୁ ଦଳ ସବୁ ଶକ୍ତି ଖଟାଇବ । ଟି-ଟ୍ବେଣ୍ଟି ବିଶ୍ବକପରେ ନେଦରଲାଣ୍ଡସ 2 ଥର ଇଂଲଣ୍ଡକୁ ପରାସ୍ତ କରିଛି । ଚଳିତ ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଥିଲା ଆଜି ଇଂଲଣ୍ଡ ବିପକ୍ଷରେ ବିପର୍ଯ୍ୟୟ ଘଟାଇବାକୁ ପ୍ରୟାସ କରିବ । ନେଦରଲାଣ୍ଡସ ତାର ଶେଷ 2ଟି ଲିଗ୍‌ ମ୍ୟାଚ୍‌ ଜିତିଲେ ଚମ୍ପିଆନ୍ସ ଟ୍ରଫି 2025 ଲାଗି ଯୋଗ୍ୟତା ଅର୍ଜନ କରିବାକୁ ସୁଯୋଗ ପାଇବ ।

ଏହା ବି ପଢନ୍ତୁ...World Cup 2023: Timed Outକୁ ନେଇ ମାଥ୍ୟୁସ-ସାକିବ ମୁହାଁମୁହିଁ, ସଚେତନତା ବାର୍ତ୍ତା ଦେଲା ଓଡିଶା STA

ପିଚ୍ ରିପୋର୍ଟ: ପୁନେ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଟସ ବିଜୀୟ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବା ଅନୁମାନ କରାଯାଉଛି । ଦ୍ବିତୀୟ ଭାଗରେ ବ୍ୟାଟିଂ ସହଜ ହେବ ।

ଇଂଲଣ୍ଡ ସମ୍ଭାବ୍ୟ ଦଳ: ଜନି ବେୟାରଷ୍ଟୋ, ଦାୱିଦ ମଲାନ, ଜୋ ରୁଟ, ବେନ୍‌ ଷ୍ଟୋକ୍ସ/ ହ୍ୟାରୀ ବ୍ରୁକ, ଜୋସ୍‌ ବଟଲର(ଅଧିନାୟକ), ମୋଇନ ଅଲ୍ଲୀ, ଲାଏମ ଲିଭିଙ୍ଗଷ୍ଟୋନ, କ୍ରିସ ୱକ୍ସ, ଡେଭିଡ ୱିଲି, ଗସ ଆଟକିନସନ, ଆଦିଲ ରସିଦ ।

ନେଦରଲାଣ୍ଡସ ସମ୍ଭାବ୍ୟ ଦଳ: ମାକ୍ସ ଓ'ଦାଉଦ. ୱେସଲି ବାରେସି, କଲିନ ଆକରମାନ, ସାଇବ୍ରାଣ୍ଡ ଏଙ୍ଗଲବ୍ରେଚ, ସ୍କଟ୍ ଏଡୱାର୍ଡ୍ସ (ଅଧିନାୟକ), ବାସ ଡି ଲିଡ. ଲୋଗାନ ଭାନ ବିକ, ରିଓଲ୍ଫ ଭାନ ଡର ମର୍ୱି, ସରିଜ ଅହମ୍ମଦ, ଆର୍ୟନ ଦତ୍ତ, ପଲ ଭାନ ମିକେରନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.