ETV Bharat / sports

Cricket World Cup 2023: ବାଂଲାଦେଶର ଲଢ଼ୁଆ ବ୍ୟାଟିଂ, ଅଷ୍ଟ୍ରେଲିଆ ଆଗରେ ୩୦୭ ରନ୍‌ ଟାର୍ଗେଟ୍‌

ପୁଣେରେ ଅଷ୍ଟ୍ରେଲିଆ ବିପକ୍ଷରେ ବାଂଲାଦେଶର ଦମଦାର ବ୍ୟାଟିଂ । ପ୍ରଥମେ ବ୍ୟାଟିଂ କରି ତୋହିଦ୍‌ ହ୍ରିଦୋୟ ୭୪ ରନର ଧୈର୍ଯ୍ୟପୂର୍ଣ୍ଣ ପାଳି ବଳରେ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୩୦୬ ରନ୍‌ର ଲଢ଼ୁଆ ସ୍କୋର କରିଛି । ଜବାବରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ୩୦୭ ରନ ଆବଶ୍ୟକ । ଅଧିକ ପଢ଼ନ୍ତୁ

Australia need 307 runs to win
ଅଷ୍ଟ୍ରେଲିଆ ଆଗରେ ୩୦୭ ରନ୍‌ ଟାର୍ଗେଟ୍‌
author img

By ETV Bharat Odisha Team

Published : Nov 11, 2023, 3:29 PM IST

ପୁଣେ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ପୁଣେ ଷ୍ଟାଡିୟମରେ ଶନିବାର ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ ଓ ଅଷ୍ଟ୍ରେଲିଆ । ବିଶ୍ବକପ୍‌ ୨୦୨୩ର ୪୩ତମ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି କରିଥିଲା । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ୩୦୬ ରନ୍‌ର ଲଢ଼ୁଆ ସ୍କୋର କରିଛି । ଫଳରେ ଅଷ୍ଟ୍ରେଲିଆ ଆଗରେ ୩୦୭ ରନ୍‌ର ଟାର୍ଗେଟ୍‌ ରଖିଛି ବାଂଲାଦେଶ । ବାଂଲାଦେଶ ପକ୍ଷରୁ ତୋହିଦ୍‌ ହ୍ରିଦୋୟ ସର୍ବାଧିକ ୭୪ ରନର ପାଳି ଖେଳିଥିବାବେଳେ ଶାକିବ୍‌ ଅଲ୍‌ ହାସନଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ବ ନେଉଥିବା ନାଜମୋଲ ହୋସେନ ଶାଣ୍ଟୋଙ୍କ ୪୫ ରନ୍‌ର ପାଳି ଦ୍ବିତୀୟ ସର୍ବାଧିକ ଥିଲା ।

ବାଂଲାଦେଶ ବ୍ୟାଟିଂ: ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶର ଦୁଇ ଓପନର ତାନଜିଦ୍‌ ହାସନ ଏବଂ ଲିଟନ ଦାସ ଦଳକୁ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍‌ ପାଇଁ ଉଭୟ ଦଳୀୟ ଖାତାରେ ୭୬ ରନ ଯୋଡ଼ିଥିଲେ । ତାନଜିଦ୍‌ ୪୩ ବଲରେ ୩୬ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଲିଟନ ୪୫ ବଲରୁ ୩୬ ରନ୍‌ ସଂଗ୍ରହ କରିଥିଲେ । ଆହତ କାରଣରୁ ବିଶ୍ବକପ୍‌ରୁ ବାଦ ପଡ଼ିଥିବା ଶାକିବ୍‌ଙ୍କ ବଦଳରେ ଆଜି ଦଳର ନେତୃତ୍ବ ନେଉଥିବା ନାଜମୁଲ ହୋସେନ ଶାଣ୍ଟୋ ୫୭ ବଲ୍‌ରେ ୪୫ ରନ୍‌ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ହେଲେ ତୋହିଦ୍‌ ହ୍ରିଦୋୟ ୭୯ ବଲ୍‌ରେ ୫ ଚୌକା ଏବଂ ୨ ଛକା ସହାୟତାରେ ୭୪ ରନ୍‌ର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିଜ୍ଞ ମହମ୍ମଦୁଲ୍ଲା (୩୨)ଙ୍କୁ ଛାଡ଼ିଦେଲେ କୌଣସି ବ୍ୟାଟର ୩୦ ରନ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ବାଂଲାଦେଶ ୩୦୬ ରନ୍‌ କରିବାରେ ସକ୍ଷମ ହୋଇଥିଲା ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଜି ଅଷ୍ଟ୍ରେଲିଆ ଓ ବାଂଲାଦେଶ ମୁକାବିଲା, ସେମିରେ ପ୍ରବେଶ ପାଇଁ ଲଢିବ ପାକ୍

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଜି ବାଂଲାଦେଶ ବିପକ୍ଷ ମ୍ୟାଚ ଖେଳିବେନି ମ୍ୟାକ୍ସୱେଲ୍‌ !

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ସେନ୍‌ ଆବଟ୍‌ ଓ ଆଡାମ ଜାମ୍ପା ଦଳକୁ ୨ଟି ଲେଖାଏଁ ସଫଳତା ଦେଇଥିଲେ । ମାର୍କସ ଷ୍ଟୋଇନିସ୍‌ ୫ ଓଭରରେ ଯଦିଓ ୪୫ ବହୁମୂଲ୍ୟ ରନ ବ୍ୟୟ କରିଥିଲେ, ହେଲେ ସେ ଗୋଟିଏ ୱିକେଟ୍‌ ମଧ୍ୟ ଅକ୍ତିଆର କରିଥିଲେ । ଅନ୍ୟ କୌଣସି ବୋଲର ଦଳକୁ ଆଶାନୁରୂପ ସଫଳତା ଦେଇପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.