ETV Bharat / sports

WTC ଫାଇନାଲ: ବ୍ରେଟ ଲିଙ୍କ ମତ, ନ୍ୟୁଜିଲାଣ୍ଡ ପଲ୍ଲା ଭାରୀ

ଇଂଲଣ୍ଡର ପିଚ୍‌ ଦ୍ରୁତ ବୋଲିଂ ଅନୂକୁଳ ହୋଇଥିବାରୁ WTC ଫାଇନାଲରେ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡର ପଲ୍ଲା ଭାରୀ ରହିଥିବା କହିଛନ୍ତି ବ୍ରେଟ ଲି । ଅଧିକ ପଢନ୍ତୁ...

WTC Final: New Zealand might have an edge over India, feels Brett Lee
WTC ଫାଇନାଲ: ବ୍ରେଟ ଲିଙ୍କ ମତରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରୀ
author img

By

Published : Jun 4, 2021, 4:47 PM IST

ଦୁବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ 18ରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚକୁ ନେଇ କ୍ରିକେଟ ମହଲରେ ଦେଖାଦେଲାଣି ଉଷ୍ମତା । ଏକାଧିକ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟର ପ୍ରଥମ ଥର ପାଇଁ ଖେଳାଯାଉଥିବା ଏହି ମେଗା ଆଇସିସି ଇଭେଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଏହିକ୍ରମରେ ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ ଲି ମଧ୍ୟ ମତ ରଖିଛନ୍ତି । ଇଂଲଣ୍ଡର ପିଚ୍‌ ଦ୍ରୁତ ବୋଲିଂ ଅନୂକୁଳ ହୋଇଥିବାରୁ WTC ଫାଇନାଲରେ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡର ପଲ୍ଲା ଭାରୀ ରହିଛି କହିଛନ୍ତି ଲି ।

ଆଇସିସିକୁ ବ୍ରେଟ ଲି କହିଛନ୍ତି, "ଇଂଲଣ୍ଡରେ ରହିଥିବା ବୋଲିଂ ସ୍ଥିତି ନ୍ୟୁଜିଲାଣ୍ଡ ପରିବେଶ ପରି । ଫଳରେ କିୱି ବୋଲରଙ୍କୁ ଘରୋଇ ପରିବେଶରେ ବୋଲିଂ କରୁଥିବାର ପ୍ରତୀତ ହେବ ଓ ଫାଇଦାମାନ ହେବ । ପିଚ୍‌ ଦ୍ରୁତ ବୋଲରଙ୍କୁ ସୁହାଇବ ଓ ବଲ୍‌ ବାଉନ୍ସ ଓ ସୁଇଂ କରିବ । ଫଳରେ ଏହାର ଫାଇଦା ନ୍ୟୁଜିଲାଣ୍ଡକୁ ଅଧିକ ମିଳିପାରେ ।"

ବ୍ୟାଟିଂକ୍ରମକୁ ତୁଳନା କଲେ ଉଭୟ ଟିମରେ ସୁଇଂ ବୋଲିଂକୁ ଖେଳିବାର ଦକ୍ଷ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରହିଛନ୍ତି । ମାତ୍ର ବୋଲରଙ୍କୁ ପିଚ୍‌ରୁ ଫାଇଦା ମିଳିବାକୁ ଥିବାରୁ ଯେଉଁ ଟିମର ବୋଲିଂ ଶ୍ରେଷ୍ଠ ହେବ ଟେଷ୍ଟ ମ୍ୟାଚ ଫାଇନାଲରେ ସେ ବିଜେତା ହେବ କହିଛନ୍ତି ଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.