ETV Bharat / sports

ପାକିସ୍ତାନ ଦେଖିବ ଭାରତର ଶ୍ରେଷ୍ଠ ପ୍ରଦର୍ଶନ: ବିରାଟ - virat koholi

ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି କ୍ୟାପଟେନ ବିରାଟ କୋହଲି କହଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(Twitter@ICC)
author img

By

Published : Jun 13, 2019, 10:42 PM IST

Updated : Jun 13, 2019, 11:04 PM IST

ନଟିଂହାମ: ଭାରତ ପାକିସ୍ତାନ ମ୍ୟାଚ ନେଇ ମତ ରଖିଛନ୍ତି କ୍ୟାପଟେନ ବିରାଟ କୋହଲି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ ଟିମ ଇଣ୍ଡିଆ
ଫୋକସରେ ଏବେ ପାକିସ୍ତାନ ମ୍ୟାଚ । ଭାରତ ପାକିସ୍ତାନ ମ୍ୟାଚ ବିଶ୍ବର ସବୁଠୁ ବଡ ମ୍ୟାଚ ହେବାକୁ ଯାଉଛି । ଏମିତି ଏକ ମ୍ୟାଚରେ ଖେଳୁଥିବାରୁ ସେ ଗର୍ବିତ ବୋଲି କହିଛନ୍ତି ।

16 ଜୁନ ରବିବାର ଚଳିତ ବିଶ୍ବକପରେ ଭାରତ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ ଖେଳାଯିବ ।ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରିବ । ସବୁ ଖେଳାଳି ନିଜର 100 ପ୍ରତିଶତ ଦେବେ । ଯାହାକି ଦଳ ପାଇଁ ବିଶ୍ବକପ ଭଳି ଟୁର୍ଣ୍ଣାମେଣ୍ଟରେ ସହାୟକ ହେବ । 2015 ବିଶ୍ବକପରେ ମଧ୍ୟ ପାକିସ୍ତାନ ଭାରତ ମ୍ୟାଚକୁ ବଡ ମ୍ୟାଚ ରୂପେ ଗଣାଯାଇଥିଲା ।

ଉଭୟ ଦେଶର ଫ୍ୟାନ୍ସ ମ୍ୟାଚ ଆରମ୍ଭକୁ ଚାହିଁରହିଛନ୍ତି । ତେବେ ପଡିଆ ଭିତରକୁ ପ୍ରବେଶ କଲେ ଭାରତ କେବଳ ଭଲ କ୍ରିକେଟ ଖେଳି ବିଜୟୀ ହେବା ଲକ୍ଷ୍ୟରେ ରହିଛି । ବର୍ଷା ପାଇଁ ଖେଳ ସମ୍ଭବ ନ ହେବାରୁ ଭାରତ ଓ ନ୍ୟୁଜିଲାଣ୍ଡ 1 ପଏଣ୍ଟ ଲେଖାଏଁ ପାଇଛନ୍ତି । ଏହାକୁ ନେଇ ଦଳ ଚିନ୍ତିତ ନୁହେଁ ବୋଲି କୋହଲି କହଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

GSG

Conclusion:
Last Updated : Jun 13, 2019, 11:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.