ETV Bharat / sports

ଟିମ ଇଣ୍ଡିଆରୁ ଫିଜିଓ ପାଟ୍ରିକ ଫରହାର୍ଟଙ୍କ ବିଦାୟ - ପାଟ୍ରିକ ଫରହାଟଙ୍କ

ଭାରତୀୟ ଦଳର ଫିଜିଓ ପାଟ୍ରିକ ଫରହାର୍ଟଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ସେ ବିଦାୟ ନେଇଛନ୍ତି । ଫରହାର୍ଟ କହିଛନ୍ତି ତାଙ୍କ ଶେଷ ଦିନରେ ଖେଳାଳିଙ୍କୁ ସେ ଯେମିତି ମୁହଁରେ ଦେଖିବାକୁ ଚାହୁଁଥିଲେ, ତାହା ସମ୍ଭବ ହେଲା ନାହିଁ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jul 11, 2019, 5:54 PM IST

ନୂଆଦିଲ୍ଲୀ: ଫିଜିଓ ପାଟ୍ରିକ ଫରହାର୍ଟ ଭାରତୀୟ ଦଳରୁ ବିଦାୟ ନେଇଛନ୍ତି । ଫରହାର୍ଟଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ 18 ରନରେ ପରାଜିତ ହୋଇ ଟିମ ଇଣ୍ଡିଆ ବିଶ୍ବକପରୁ ବିଦାୟ ନେଇଛି । ଏହି ଅଷ୍ଟ୍ରେଲିୟାନ ଫିଜିଓ 30 ବର୍ଷର ଅଭିଜ୍ଞତା ସହ 2015ରେ ଟିମ ଇଣ୍ଡିଆରେ ଯୋଗ ଦେଇଥିଲେ ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପାଟ୍ରିକ ଫରହାର୍ଟ ବିଦାୟକାଳୀନ ଭାବପୂର୍ଣ୍ଣ ଟ୍ବିଟ ବିସିସିଆଇ ଉଦ୍ଦେଶ୍ୟରେ ଲେଖିଛନ୍ତି । ଫରହାର୍ଟ ଭାରତୀୟ ଦଳ ସହ କାମ କରିବାକୁ ସୁଯୋଗ ଦେଇଥିବାରୁ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ ଖେଳାଳି ଓ ସହଯୋଗୀ କର୍ମଚାରୀଙ୍କୁ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଫରହାର୍ଟ କହିଛନ୍ତି ତାଙ୍କ ଶେଷ ଦିନରେ ଖେଳାଳିଙ୍କୁ ସେ ଯେମିତି ମୁହଁରେ ଦେଖିବାକୁ ଚାହୁଁଥିଲେ, ତାହା ସମ୍ଭବ ହେଲାନାହିଁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.