ETV Bharat / sports

ଟିମ ଇଣ୍ଡିଆର ଫିଲ୍ଡିଂ କୋଚ ହେବେ ଜଣ୍ଟି ରୋଡ୍ସ ! - ଆର. ଶ୍ରୀଧର ଟିମ ଇଣ୍ଡିଆ ଫିଲ୍ଡିଂ କୋଚ

ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଜଣ୍ଟି ରୋଡ୍ସ ଭାରତୀୟ ଦଳର ଫିଲ୍ଡିଂ କୋଚ ପାଇଁ ଆବେଦନ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Jul 25, 2019, 11:28 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ଟିମ ଇଣ୍ଡିର ମୁଖ୍ୟ କୋଚ ଓ ସପୋର୍ଟ ଷ୍ଟାଫ ପାଇଁ ଆବେଦନ ଗ୍ରହଣ କରୁଛି । ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଜଣ୍ଟି ରୋଡ୍ସ ଭାରତୀୟ ଦଳର ଫିଲ୍ଡିଂ କୋଚ ପାଇଁ ଆବେଦନ କରିଛନ୍ତି । ଆର. ଶ୍ରୀଧର ବର୍ତ୍ତମାନ ଟିମ ଇଣ୍ଡିଆ ଫିଲ୍ଡିଂ କୋଚ ଅଛନ୍ତି । ତେବେ ବିସିସିଆଇ ବିଶ୍ବକପ ପରେ ଅଧିକ 45ଦିନର ସମୟ ବର୍ତ୍ତମାନର ସପୋର୍ଟ ଷ୍ଟାଫଙ୍କୁ ପ୍ରଦାନ କରିଛି ।

ଜଣ୍ଟି କୌଣସି ଜାତୀୟ ଦଳରେ କାର୍ଯ୍ୟ କରିନାହାଁନ୍ତି । ତେବେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ 9ଟି ସଂସ୍କରଣରେ କୋଚ ରହିଛନ୍ତି । ଜାତୀୟ ଦଳରେ କାର୍ଯ୍ୟ କରିନଥିଲେ 3ବର୍ଷ ଆଇପିଏଲରେ କାର୍ଯ୍ୟ କରିଥିବା ଦରକାର ବୋଲି, ବିସିସିଆଇ ପକ୍ଷରୁ ଯୋଗ୍ୟତା ମାନଦଣ୍ଡ ରଖାଯାଇଛି । ଏନେଇ ଜଣେ ବିସିସିଆଇ ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ଜଣ୍ଟି ରୋଡ୍ସ ବିଶ୍ବ କ୍ରିକେଟରେ ଫିଲ୍ଡିଂର ମାନକୁ ବଦଳାଇ ଦେଇଛନ୍ତି । ସେ 1992 କ୍ରିକେଟ ବିଶ୍ବକପରେ ପାକିସ୍ତାନର ଇଞ୍ଜାମାମ ଉଲ-ହକଙ୍କୁ ଅବିଶ୍ବସନୀୟ ରନ ଆଉଟ କରିଥିଲେ । ତାହା ଏବେ ବି ସ୍ମରଣୀୟ ହୋଇ ରହିଛି । ତେବେ ଜଣ୍ଟି ମୁମ୍ବାଇ ଇଣ୍ଡିଆନ୍ସରେ କାର୍ଯ୍ୟ କରିଥିବାରୁ ଟିମ ଇଣ୍ଡିଆର ଫିଲ୍ଡିଂକୁ ଭଲ ଭାବେ ବୁଝିପାରିବେ । ତେବେ ଗତ କିଛି ବର୍ଷ ଧରି ଭାରତୀୟ ଦଳର ଫିଲ୍ଡିଂ ବିଶ୍ବସ୍ତରୀୟ ରହିଛି ।

Intro:Body:

TEST

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.