ETV Bharat / sports

ବିଶ୍ବକପ: କୋହଲିଙ୍କ ରେକର୍ଡର ସମକକ୍ଷ ହେଲେ ୱାର୍ଣ୍ଣର

ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ ୱାର୍ଣ୍ଣର କ୍ରିକେଟ କ୍ୟାରିୟରର 16ତମ ଶତକ ହାସଲ କରିଛନ୍ତି । ସେ 110ଟି ଇନିଂସରୁ 16ଟି ଶତକ ମାରି ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ସହ ସମକକ୍ଷ ହୋଇଛନ୍ତି ।

author img

By

Published : Jun 20, 2019, 9:24 PM IST

Updated : Jun 20, 2019, 9:39 PM IST

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

ନଟିଂହାମ: ବିଶ୍ବକପ ମ୍ୟାଚରେ ଅଷ୍ଟ୍ରେଲିଆ ବାଲାଂଦେଶ ଲଢେଇ ଜାରି ରହିଛି । ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଷ୍ଟାର ଓପନର ଡେଭିଡ ୱାର୍ଣ୍ଣର କ୍ରିକେଟ କ୍ୟାରିୟରର 16ତମ ଶତକ ହାସଲ କରିଛନ୍ତି । ୱାର୍ଣ୍ଣର 147 ବଲରେ 166 ରନର ପାଳି ଖେଳିଛନ୍ତି । ଫଳରେ ଅଷ୍ଟ୍ରେଲିଆ 381ରନ କରିପାରିଛି ।

ତେବେ ୱାର୍ଣ୍ଣର ଏହି ଶତକ ମାରି ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ସହ ସମକକ୍ଷ ହୋଇଛନ୍ତି । ବିରାଟ କୋହଲି ମଧ୍ୟ ପୂର୍ବରୁ 110 ଇଂନିସରେ 16 ତମ ଶତକ ହାସଲ କରିଥିଲେ ।

ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ଭେଟେରାନ ଓପନର ହାସିମ ଅମଲା ପ୍ରଥମରେ ରହିଛନ୍ତି । ଅମଲା ମାତ୍ର 94 ଇନିଂସରେ 16ଟି ଶତକୀୟ ପାଳି ଖେଳି ମାଇଲଷ୍ଟୋନ ଠିଆ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
Last Updated : Jun 20, 2019, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.