ETV Bharat / sports

‘ଅବସର ନିଅନି ମାହି’ - BCCI

ଧୋନି ଅବସର ନିଅନ୍ତୁ ନାହିଁ । ଭାରତୀୟ ଦଳକୁ ଧୋନିଙ୍କର ଆବଶ୍ୟକତା ରହିଛି । ତାଙ୍କ ସ୍ଥାନ ଦଳରେ ପୂରଣ ହେବା କଷ୍ଟକର । ଏମିତି କହି କ୍ରିକେଟ ପ୍ରେମୀ ଧୋନିଙ୍କୁ ଅବସର ନନେବାକୁ ଅନୁରୋଧ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Jul 14, 2019, 1:02 AM IST

କଟକ: ଭାରତ ଚଳିତ ବିଶ୍ବକପରୁ ବିଦାୟ ନେଇସାରିଛି । ଏପଟେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ରେ ସିଂହ ଧୋନି କ୍ରିକେଟକୁ ଅଲବିଦା କହିବେ ବୋଲି ଚର୍ଚ୍ଚା ହେଉଛି । ବିଶ୍ବକପର ସେମିଫାଇନାଲ ମ୍ୟାଚରେ ଧୋନି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ମଧ୍ୟ, ଟିମକୁ ଜିତାଇ ପାରିନଥିଲେ । ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ ହୋଇ ଧୋନି ପ୍ୟାଭିଲିୟନ ଫେରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଟକ

ତେବେ ପଡିଆ ଛାଡିବା ବେଳେ ଧୋନିଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ପରେ ସୋସିଆଲ ମିଡିଆରେ ଟିମ ଇଣ୍ଡିଆର ପରାଜୟ ସହିଯିବୁ, ହେଲେ ଧୋନିଙ୍କ ଆଖିରେ ଲୁହ ଦେଖିପାରିବୁନି ବୋଲି ଭାରତୀୟ ଫ୍ୟାନ୍ସ ମତ ଦେଇଥିଲେ ।

ତେବେ ଧୋନି ଅବସର ନିଅନ୍ତୁ ନାହିଁ । ଭାରତୀୟ ଦଳକୁ ଧୋନିଙ୍କର ଆବଶ୍ୟକତା ରହିଛି । ତାଙ୍କ ସ୍ଥାନ ଦଳରେ ପୂରଣ ହେବା କଷ୍ଟକର । ଏମିତି କହି କ୍ରିକେଟ ପ୍ରେମୀ ଧୋନିଙ୍କୁ ଅବସର ନନେବାକୁ ଅନୁରୋଧ କରିଛନ୍ତି । କଟକର କିଛି ଯୁବ କ୍ରିକେଟ ପ୍ରେମୀ ମଧ୍ୟ ଧୋନି ଦଳରେ ରୁହନ୍ତୁ ଓ 2023 ବିଶ୍ବକପ ପର୍ଯ୍ଯନ୍ତ ଖେଳନ୍ତୁ ବୋଲି କହିଛନ୍ତି ।

କେତେକ ପୂର୍ବତନ ରଣଜୀ ଖେଳାଳି ମଧ୍ୟ ଧୋନିଙ୍କୁ ଅବସର କଥା ମନକୁ ନ ଆଣିବାକୁ ପରାମର୍ଶ ଦେଇଛନ୍ତି । ତେବେ ବିଶ୍ବକପ ଆରମ୍ଭରୁ ଧୋନିଙ୍କ ରନ ସଂଗ୍ରହ ହାରକୁ ନେଇ ପ୍ରଶ୍ନ ଉଠୁଥିଲା । ସେମିଫାଇନାଲରେ ଭାରତକୁ ଧୋନି ହିଁ ଜିତାଇ ପାରିଥାନ୍ତେ ବୋଲି ସେମାନେ ହିଁ ମତ ଦେଉଛନ୍ତି । ମାତ୍ର ଧୋନି ଏପର୍ଯ୍ଯନ୍ତ ନୀରବ ରହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: କ୍ରିକେଟ ରୁ ସନ୍ୟାସ ନେବେକି ମାହି । କିଏ ମାରିବ ଦମଦାର ହେଲିକ୍ୟାପ୍ଟର ସଟ । ଭାଙ୍ଗିଯିବ କି ଟିମ ଇଣ୍ଡିଆ ର ମିଡ଼ିଲ ଅର୍ଡର ଫର୍ମାଟ । ଚଳିତ ବିଶ୍ୱକପ ରେ ଟିମ ଇଣ୍ଡିଆ ପରାସ୍ତ ହେବାପରେ ମହେନ୍ଦ୍ର ସିଂ ଧୋନି ଙ୍କ ଅବସର କୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । କିନ୍ତୁ ଏହି ଆଲୋଚନା କୁ ନାପସନ୍ଦ କରିଛନ୍ତି କ୍ରୀଡ଼ାପ୍ରେମୀ, ସେଲିବ୍ରେଟି ଓ ପୁର୍ବତନ କ୍ରିକେଟର । କାରଣ ଧୋନି ଯଦି ଟିମ ର ହାତ ବର୍ତମାନ ଛାଡ଼ନ୍ତି ତେବେ ଟିମ ଇଣ୍ଡିଆ ହୋଇପାରେ ଧରାଶାୟୀ । ଯାହା ଆଗାମୀ ଦିନ ମାନଙ୍କରେ ଟିମ ଇଣ୍ଡିଆ ନିଶ୍ଚିତ ଅସୁବିଧା ର ସମୁଖୀନ ହେବ ବୋଲି ସ୍ପଷ୍ଟ ବାରି ହୋଇପଡୁଛି ।

ଧୋନି ତାଙ୍କ କ୍ୟାରିୟର ର ଟୁର୍ଣ୍ଣାମେଂଟ ଖେଳୁଥିବା ଆଲୋଚନା ହେଉଥିଲା । କିନ୍ତୁ

2019 ବିଶ୍ୱକପ ରେ ସେମି ରେ ପରାସ୍ତ ହେଲା ଟିମ ଇଣ୍ଡିଆ । ଲିଗ ପର୍ଯ୍ୟାୟ ରେ ବେଶ ପ୍ରଭବୀ ପ୍ରଦର୍ଶନ କରିଥିବା ମେନ ଇନ ବ୍ଲୁ । କିନ୍ତୁ ସେମି ରେ ନୂଜିଲାଣ୍ଡ ଠୁ ପରାସ୍ତ ହୋଇଥିଲେ ।

Body:ଭିଓ୧: ଧୋନି ଙ୍କ ଅନ୍ତର୍ଜାତୀୟ କ୍ୟାରିୟର ରେ ପୁରିଛି 15 ବର୍ଷ । 2004 ମସିହାରେ ବାଂଲାଦେଶ ବିପକ୍ଷରେ କ୍ରିକେଟ ମଇଦାନକୁ ଓଲ୍ହାନ୍ତି ମାହି । ସେହି ଦିନଠୁ ଆଜି ପର୍ଯ୍ୟନ୍ତ ଟିମ ପାଇଁ ଏକ ମେରୁଦଣ୍ଡ ସାଜିଛନ୍ତି ଏମଏସଡି । କିନ୍ତୁ ଚଳିତବିଶ୍ୱକପ ରେ ଟିମ ଇଣ୍ଡିଆ ସେମି ରେ ପରାସ୍ତ ହେବାପରେ ଧୋନି ଙ୍କ ଅବସର ନେଇ ଆରମ୍ଭ ହୋଇଛି ଏକ ବଡ଼ ଆଲୋଚନା । ଯାହା ପାଇଁ ଦେଶ ରେ ଏକ ପ୍ରକାର ଦୁଃଖ ର ଅବକାଶ ଖେଳିଯାଇଛି । କିନ୍ତୁ ଧୋନି ଏଯାବତ ଚୁପ ରହିଛନ୍ତି ଯାହା ବେସି କଷ୍ଟ ଦେଉଛି ।

ବାଇଟ : ପବନ ଅଗ୍ରୱାଲ ( ପୁର୍ବତନ ରଣଜୀ ଖେଳାଳୀ )

ଭିଓ୨: ଯଦି ଏହି ନିରବତା ବାସ୍ତବ ରେ ହଁ ରେ ପରିଣତ ହୁଏ ତେବେ ସମଗ୍ର ଦେଶ ସୋଇଯିବ ଦୁଃଖ ଶଯ୍ୟା ରେ । କାରଣ ଵର୍ତମାନ ପରିସ୍ଥିତି ରେ ଯଦି ଏମଏସଡ଼ି ଦଳ ଛାଡ଼ନ୍ତି ତେବେ ଟିମ ପାଇଁ ଏହା ବେଶ ମହଙ୍ଗା ପଡିବ । ଏମିତି କି ଫ୍ୟାନ୍ସ ମାନେ ଧୋନୀଙ୍କୁ 2023 ବିଶ୍ୱକପ ରେ ମଧ୍ୟ ଦେଖିବାକୁ ଚାହାନ୍ତି । କାରଣ ତାଙ୍କର ଟିମ ପ୍ରତି ଅବଦାନ ଅତୁଳନୀୟ ।

ବାଇଟ: ଫ୍ୟାନ୍ସ
ବାଇଟ: ଫ୍ୟାନ୍ସ
ବାଇଟ: ଫ୍ୟାନ୍ସ

Conclusion:ଫାଭିଓ: ମାହିଙ୍କ ନିରବତା ଏଜବତ ସମସ୍ତଙ୍କୁ ଚକିତ କରିଛି । କାରଣ ଧୋନି ଯଦି ଟିମ ଇଣ୍ଡିଆ କୁ ବାଏ ବାଏ କୁହନ୍ତି ତେବେ କିଛି ଫ୍ୟାନ୍ସ ମଧ୍ୟ ଦୁନିଆ କୁ ବାଏ ବାଏ କହିବାର ସମ୍ଭାବନା ରହିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.