ETV Bharat / sports

ବିସିସିଆଇର ଉତ୍ତର ଅପେକ୍ଷାରେ ଯୁବରାଜ ସିଂ - ସଚିବ ଜୟ ଶାହା

ବର୍ଷକ ପୂର୍ବେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିବା ଯୁବରାଜ ସିଂ ପୁଣି ଥରେ ଘରୋଇ କ୍ରିକେଟ ଖେଳିବାକୁ ଇଚ୍ଛା ପ୍ରକଟ କରିଛନ୍ତି । ଏନେଇ କିଛିଦିନ ତଳେ ଯୁବରାଜ ଆନୁଷ୍ଠାନିକ ଭାବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ ନିକଟକୁ ଏକ ଆବେଦନ ପତ୍ର ଲେଖିଥିଲେ ।

ବିସିସିଆଇର ଉତ୍ତର ଅପେକ୍ଷାରେ ଯୁବରାଜ ସିଂ
ବିସିସିଆଇର ଉତ୍ତର ଅପେକ୍ଷାରେ ଯୁବରାଜ ସିଂ
author img

By

Published : Sep 12, 2020, 12:05 PM IST

ନୂଆଦିଲ୍ଲୀ: ଯୁବରାଜ ସିଂ ଓ ପଞ୍ଜାବ କ୍ରିକେଟ ଆସୋସିଏସନ(ପିସିଏ) ବିସିସିଆର ଅନୁମତି ଅପେକ୍ଷାରେ । ବର୍ଷକ ପୂର୍ବେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିବା ଯୁବରାଜ ସିଂ ପୁଣି ଥରେ ଘରୋଇ କ୍ରିକେଟ ଖେଳିବାକୁ ଇଚ୍ଛା ପ୍ରକଟ କରିଛନ୍ତି ।

ଏନେଇ କିଛିଦିନ ତଳେ ଯୁବରାଜ ଆନୁଷ୍ଠାନିକ ଭାବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ ନିକଟକୁ ଏକ ଆବେଦନ ପତ୍ର ଲେଖିଥିଲେ । କିନ୍ତୁ ଏଯାଏଁ ବିସିସିଆଇ ପକ୍ଷରୁ କୌଣସି ଉତ୍ତର ଆସିନଥିବା ପିସିଏ ସମ୍ପାଦକ ପୁନିତ ବାଲି କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି, ବିସିସିଆଇ ଯୁବରାଜଙ୍କ ଅନୁରୋଧକୁ ଶୁଣିବେ ।

yuvraj
ବିସିସିଆଇ ଲୋଗୋ

2011 ବିଶ୍ବକପ ବିଜେତା ହିରୋ ଗତ କିଛି ମାସ ଧରି ମୋହାଲିର ପଞ୍ଜାବ ଷ୍ଟାଡିୟମରେ ଶୁଭମାନ ଗିଲ, ଅଭିଷେକ ଶର୍ମାଙ୍କ ସହ ଅଭ୍ୟାସ କରୁଥିବା ନଜର ଆସିଥିଲେ ।

ସୂଚନାଥାଉକି, ପଞ୍ଜାବ କ୍ରିକେଟ ଆସୋସିଏସନ ସିକ୍ସର କିଙ୍ଗ ଯୁବରାଜ ସିଂଙ୍କୁ ସନ୍ନ୍ୟାସକୁ ନେଇ ପୁର୍ନବିଚାର କରିବାକୁ ନିବେଦନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.