ଓଭାଲ୍: ଆଜିର ମ୍ୟାଚ ପର୍ବରୁ କଙ୍ଗାରୁ କ୍ୟାମ୍ପରେ ବଡ ଦୁର୍ଘଟଣା । ବିସ୍ଫୋରକ ୱାର୍ଣ୍ଣର ଏକ ଜବରଦସ୍ତ ସର୍ଟ ଖେଳି ନିଜ ଦଳର ବୋଲରଙ୍କୁ ମେଡିକାଲ ପଠାଇଦେଇଛନ୍ତି । ତାଙ୍କ ନାଁ ଜୟ କିଷନ । ସେ ଜଣେ ଭାରତୀୟ ବଂଶୋଦ୍ଭବ ।
ଆଜିର ମ୍ୟାଚ ପାଇଁ ଶନିବାର ଅଭ୍ୟାସ କରୁଥିଲା କଙ୍ଗାରୁ ଟିମ୍ । ତେବେ ଅଭ୍ୟାସର ଶେଷ ଭାଗରେ ୱାର୍ଣ୍ଣର ଏକ ବଲ୍କୁ ବେଶ ଜୋରରେ ପ୍ରହାର କରିଥିଲେ । ବଲଟି ସିଧା ଯାଇ କିଷନଙ୍କ ମୁଣ୍ଡରେ ମାଡ଼ ହୋଇଥିଲା । ଫଳରେ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା ।
ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହି ଘଟଣା ପରେ ପୁରା ଅଭ୍ୟାସ ସେସନକୁ ବନ୍ଦ କରି ଦିଆଯାଇଥିଲା ।