ETV Bharat / sports

ଫ୍ୟାନ୍ସ ପାଇଁ କ୍ୟାମେରା ଆଗରେ ଥାଇ-ଫାଇଭ କରିବି: ଧୱନ - ଫ୍ୟାନ୍ସ ପାଇଁ କ୍ୟାମେରା ଆଗରେ ଥାଇ-ଫାଇଭ କରିବି

କୋରୋନା ପର କ୍ରିକେଟ ମ୍ୟାଚରେ ଫାନ୍ସଙ୍କ ପାଇଁ କ୍ୟାମେରା ଆଗରେ ସେଲିବ୍ରେଟ କରିବେ ବୋଲି କହିଛନ୍ତି ଶିଖର ଧୱନ । ହାଇ ଫାଇଭ ନୁହେଁ ନିଜ ଷ୍ଟାଇଲେ ଥାଇ ଫାଇଭ କରିବେ କହିଲେ ଶିଖର । ଅଧିକ ପଢ଼ନ୍ତୁ...

Will do thigh-five celebrations, looking towards cameras for fans, Shikhar Dhawan, ଫ୍ୟାନ୍ସ ପାଇଁ କ୍ୟାମେରା ଆଗରେ ଥାଇ-ଫାଇଭ କରିବି, ଶିଖର ଧୱନ
ଫ୍ୟାନ୍ସ ପାଇଁ କ୍ୟାମେରା ଆଗରେ ଥାଇ-ଫାଇଭ କରିବି: ଧୱନ
author img

By

Published : Jun 11, 2020, 6:56 PM IST

ନୂଆଦିଲ୍ଲୀ: କେରୋନା ପରେ କ୍ରିକେଟ ଯେତେବେଳେ ଫେରିବ, ଫାଙ୍କା ଷ୍ଟାଡିୟମରେ ମ୍ୟାଚ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ଫ୍ୟାନ୍ସଙ୍କ ବିନା ଖାଲି ଷ୍ଟାଡିୟମରେ ମ୍ୟାଚ ଏକ ପ୍ରକାର ନୈରାଶ୍ୟଜନକ ହେବ । ଭାରତୀୟ ଓପନର ଶିଖର ଧୱନ ଫ୍ୟାନ୍ସଙ୍କ ସହ ସେଲିବ୍ରେଟ କରିବାକୁ ବେଶ୍‌ ଭଲପାଆନ୍ତି । ତେଣୁ ଫ୍ୟାନ୍ସଙ୍କ ବିନା କ୍ରିକେଟ ଭିନ୍ନ ହେବ ବୋଲି ସେ ମଧ୍ୟ ବିଶ୍ବାସ କରନ୍ତି ।

‘‘ମୁଁ ଭାବୁଛି ସମସ୍ତେ ଜାଣିଥିବେ ଯେ ଫ୍ୟାନ୍ସଙ୍କ ବିନା କ୍ରିକେଟର ମଜା ରହିବନି । ତେବେ ବର୍ତ୍ତମାନ ସମୟ ପାଇଁ ମୁଁ କ୍ୟାମେରା ଆଗକୁ ଦେଖି ମୋର ଥାଇ-ଫାଇଭ ସେଲିବ୍ରେସନ କରିବି ଯାହାଦ୍ବାରା ଫ୍ୟାନ୍ସ ମତେ ଟିଭିରେ ଦେଖି ଖୁସି ଅନୁଭବ କରିବେ,’’ ବୋଲି ଧୱନ ଦିଲ୍ଲୀ କ୍ୟାପିଟାଲ୍ସର ଲାଇଭ ଚାଟରେ କହିଛନ୍ତି ।

କୋରୋନା ଯୋଗୁଁ ଆଇପିଏଲ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରହିଥିବାରୁ ଖେଳାଳି ମାନେ ନିଜ ନିଜ ଘରେ ପରିବାର ସମୟ ଅତିବାହିତ କରୁଛନ୍ତି ।

ସେ କହିଛନ୍ତି, ‘‘ମୁଁ ମହାମାରୀକୁ ମୋ ପରିବାର ସହିତ ବାନ୍ଧି ହେବାର ଏକ ସୁଯୋଗ ଭାବେ ଗ୍ରହଣ କଲି । ସେମାନେ ଅଷ୍ଟ୍ରେଲିଆରେ ରହୁଥିଲେ ଏବଂ ନିରନ୍ତର ଯାତ୍ରା ଏବଂ କାର୍ଯ୍ୟସୂଚୀ ହେତୁ ମୁଁ ସେମାନଙ୍କ ସହ ଖୁବ କମ ସମୟ ବିତାଇ ପାରୁଥିଲି ।’’

ଧୱନ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ମୁଁ ଖୁସି ଯେ ଶେଷରେ ସେମାନଙ୍କ ସହ ଆରାମ କରିବାକୁ ଏବଂ ସେମାନଙ୍କ ନିକଟତର ହେବାକୁ ମତେ ସମୟ ମିଳିଛି। ଯଦିଓ ମୁଁ ବାହାରକୁ ଯାଇ ଖେଳିବାକୁ ଆତୁର ହୋଇଛି, ତଥାପି ମୁଁ ଦୁଃଖିତ ନୁହେଁ ଯେ ଆମେ ଘର ଭିତରେ ଏତେ ସମୟ ବିତାଉଛୁ।’’

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.