ETV Bharat / sports

'ୱେଷ୍ଟଇଣ୍ଡିଜ ପାଖରେ ଶ୍ରେଷ୍ଠ ବୋଲିଂ ଆଟାକ୍': ସହକାରୀ କୋଚ - ୱେଷ୍ଟଇଣ୍ଡିଜ ସରକାରୀ କୋଚ ରୋଡି ଇଷ୍ଟୱିକ

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଗତ ମାର୍ଚ୍ଚ ମାସରୁ ଅନ୍ତର୍ଜାତୀୟ କ୍ରିକେଟ ସ୍ଥଗିତ ରହିଛି । ତେବେ ଇଂଲଣ୍ଡ-ଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜରୁ ଅନ୍ତର୍ଜାତୀୟ କ୍ରିକେଟର ପୁନଃ ଆରମ୍ଭ ହେବ ।

West Indies pace attack can challenge any team in the world: Windies assistant coach
'ୱେଷ୍ଟଇଣ୍ଡିଜ ପାଖରେ ଶ୍ରେଷ୍ଠ ବୋଲିଂ ଆଟାକ୍': ସହକାରୀ କୋଚ
author img

By

Published : Jun 16, 2020, 11:24 AM IST

ଲଣ୍ଡନ: ୱେଷ୍ଟଇଣ୍ଡିଜ ସରକାରୀ କୋଚ ରୋଡି ଇଷ୍ଟୱିକଙ୍କ ବଡ ବୟାନ। ୱେଷ୍ଟଇଣ୍ଡିଜ ପାଖରେ ଦକ୍ଷ ବୋଲିଂ ଆଟାକ୍ ରହିଛି । ବିଶ୍ବର ଯେ କୌଣସି ଟିମକୁ ସାମ୍ନା କରିବାକୁ ୱେଷ୍ଟଇଣ୍ଡିଜ ଟିମ ସମର୍ଥ ବୋଲି ଇଷ୍ଟୱିକ କହିଛନ୍ତି ।

West Indies pace attack can challenge any team in the world: Windies assistant coach
ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର

80ଦଶକରେ ୱେଷ୍ଟଇଣ୍ଡିଜର ବୋଲିଂ ବିଭାଗ ବିଶ୍ବରେ ଶକ୍ତିଶାଳୀ ରହିଥିଲା । ସମସ୍ତ ବୋଲର ଫିଟନେସ ଉପରେ ଧ୍ୟାନ ଦେଉଥିଲେ । ବର୍ତ୍ତମାନ ବୋଲର ମାନେ ମଧ୍ୟ ଫିଟନେସକୁ ପ୍ରଭାବି ପ୍ରଦର୍ଶନର ମୂଳମନ୍ତ୍ର କରିଥିବା କୋଚ ରୋଡି ଇଷ୍ଟୱିକ କହିଛନ୍ତି। କେମାର ରୋଚ ଓ ସାନନଙ୍କ ଭଳି ଷ୍ଟାର ବୋଲର ଟିମରେ ରହିଛନ୍ତି । ରୋଚ ଜଣେ ଦକ୍ଷ ଓ ଅଭିଜ୍ଞ ବୋଲର । କ୍ୟାପଟେନ ଜେସନ ହୋଲ୍ଡର ଗତ ଦୁଇ ବର୍ଷ ଧରି ଟେଷ୍ଟ କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛନ୍ତି । ଆଜଲେରୀ ଜୋସେଫ ମଧ୍ୟ ଯୁବ ବୋଲର ଭାବେ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ।

West Indies pace attack can challenge any team in the world: Windies assistant coach
'ୱେଷ୍ଟଇଣ୍ଡିଜ ପାଖରେ ଶ୍ରେଷ୍ଠ ବୋଲିଂ ଆଟାକ୍': ସହକାରୀ କୋଚ

ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଓସାନେ ଥୋମାସ, ଚେମାର ହୋଲ୍ଡର, ଆଣ୍ଡରସନ ଫିଲିପଙ୍କ ପରି ବୋଲର ଟିମରେ ରହିଛନ୍ତି । ଫଳରେ କୌଣସି ବି ପିଚ୍ ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଟିମ ଆଶାବାଦୀ ରହିଛି ।

ଜୁଲାଇ 8ରୁ ଇଂଲଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜ 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ତେବେ ସମସ୍ତ ମ୍ୟାଚ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ । 3ଟି ଟେଷ୍ଟ ପାଇଁ ଏଜେସ ବାୱଲ ଓ ଏମିରେଟସ ଓଲ୍ଡ ଟ୍ରାଫଡ ଦୁଇଟି ଭେନ୍ୟୁ ସ୍ଥିର ହୋଇଛି ।

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଗତ ମାର୍ଚ୍ଚ ମାସରୁ ଅନ୍ତର୍ଜାତୀୟ କ୍ରିକେଟ ସ୍ଥଗିତ ରହିଛି । ତେବେ ଇଂଲଣ୍ଡ-ଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଏହି ସିରିଜରୁ ଅନ୍ତର୍ଜାତୀୟ କ୍ରିକେଟର ପୁନଃ ଆରମ୍ଭ ହେବ ।

ୱେଷ୍ଟଇଣ୍ଡିଜ ଦଳ: ଜେସନ ହୋଲ୍ଡର(କ୍ୟାପଟେନ), ଜର୍ମିନେ ବ୍ଳାକଉଡ, କ୍ରୁମହ ବ୍ରୁନର, ସମରାହ ବ୍ରୁକସ, ଜନ ଚାମ୍ପବେଲ, ରୋଷ୍ଟନ ଚେଜ, ରହକୀମ କର୍ଣ୍ଣୱାଲ, ସେନ ଡାୱରିଚ, ଚେମାର ହୋଲ୍ଡର, ସାଇ ହୋପ, ଅଲଜାରୀ ଜୋସେଫ, ରେମନ ରେଇଫର, କେମାର ରୋଚ ।

ରିଜର୍ଭ ଖେଳାଳି: ସୁନୀଲ ଆମ୍ରିସ, ଜୋସହୁଅ ଦ ସିଲଭା, ସେନନ ଗାବ୍ରିଏଲ, କିଓନ ହାର୍ଡିଂ, କେଲ ମେୟରସ, ପ୍ରିଷ୍ଟନ ମେକସ୍ବିନ, ମାର୍କ୍ୟୁନୋ ମିଣ୍ଡଲେ, ସେନ ମୋସଲେ, ଆଣ୍ଡରସନ ଫିଲିପ, ଓସାନେ ଥୋମାସ , ଜମେଲ ୱାରିକନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.