ETV Bharat / sports

ପରଲୋକରେ ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ସାର୍ ଏଭରଟନ ୱିକ୍ସ - Sir Everton Weekes dies

ୱେଷ୍ଟଇଣ୍ଡିଜର ଅନ୍ତିମ 'Three Ws' ସାର୍ ଏଭରଟନ ୱିକ୍ସଙ୍କ ପରଲୋକ । 95ବର୍ଷ ବୟସରେ ବୁଧବାର ଚିର ନିଦ୍ରାରେ ଶୋଇଯାଇଛନ୍ତି ଏହି ଭେଟେରାନ କ୍ରିକେଟର ।

West Indies batting great Sir Everton Weekes dies, aged 95
ପରଲୋକରେ ୱେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ ସାର୍ ଏଭରଟନ ୱିକ୍ସ
author img

By

Published : Jul 2, 2020, 12:30 PM IST

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜର ଅନ୍ତିମ 'Three Ws' ସାର୍ ଏଭରଟନ ୱିକ୍ସଙ୍କ ପରଲୋକ । 95ବର୍ଷ ବୟସରେ ବୁଧବାର ଚିର ନିଦ୍ରାରେ ଶୋଇଯାଇଛନ୍ତି ଏହି ଭେଟେରାନ କ୍ରିକେଟର । କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ୱିକ୍ସଙ୍କୁ, କାରବିୟନ କ୍ରୀଡାର 'ଫାଉଣ୍ଡର ଫାଦର' ବୋଲି କୁହାଯାଉଥିଲା ।

  • Our hearts are heavy as we mourn the loss of an icon. A legend, our hero, Sir Everton Weekes. Our condolences go out to his family, friends and many fans around the world. May he rest in peace. 🙏🏽 pic.twitter.com/RnwoJkhjPd

    — Windies Cricket (@windiescricket) July 1, 2020 " class="align-text-top noRightClick twitterSection" data=" ">

‘ଜଣେ ମହାନ, ହିରୋ ସାର୍ ଏଭରଟନ ୱିକ୍ସଙ୍କ ଦେହାନ୍ତରେ ଆମେ ମର୍ମାହତ ।’ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ପକ୍ଷରୁ ଏକ ଆବେଗପୂର୍ଣ୍ଣ ଟ୍ବିଟ କରାଯାଇଛି । ଏଥିସହିତ ବୋର୍ଡ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି ।

ୱିକ୍ସ ବର୍ଷ 1948ରୁ 1958 ମଧ୍ୟରେ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ଟିମର ଅନ୍ୟତମ ପ୍ରମୁଖ ସଦସ୍ୟ ରହିଥିଲେ । ସେ ଖେଳିଥିବା 48ଟି ଟେଷ୍ଟରୁ 58.61 ହାରରେ 4,455 ରନ ସଂଗ୍ରହ କରିଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ 207 ରନ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ରନ ।

  • Everton Weekes, one of West Indies' greatest batsmen and a former ICC match referee, has passed away at the age of 95. May he rest in peace. pic.twitter.com/m6aP7JamPE

    — ICC (@ICC) July 1, 2020 " class="align-text-top noRightClick twitterSection" data=" ">

ଏଭରଟନ ୱିକ୍ସଙ୍କ ଦେହାନ୍ତରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମଧ୍ୟ ଶୋକବ୍ୟକ୍ତ କରିଛି । ୱିକ୍ସ ୱେଷ୍ଟଇଣ୍ଡିଜର ଜଣେ ମହାନ ବ୍ୟାଟ୍ସମ୍ୟାନ ଓ ପୂର୍ବତନ ଆଇସିସି ମ୍ୟାଚ ରେଫ୍ରୀ ଥିଲେ ବୋଲି ଆଇିସିସି ପକ୍ଷରୁ ଟ୍ବିଟରେ ଉଲ୍ଲେଖ କରାଯାଇଛି । ଏଥିସହିତ ଶୋକସତନ୍ତପ୍ତ ପରିବାର ବର୍ଗକୁ ସମେବେଦନା ଜଣାଇବା ସହ, ଆତ୍ମାର ସଦଗତି କାମନା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.