ETV Bharat / sports

ଆଇପିଏଲ 2021: ମୁମ୍ବାଇ ପହଞ୍ଚିଲେ ରସେଲ-ନାରିନ

ଆଇପିଏଲ 2021 ପାଇଁ ମୁମ୍ବାଇ ପହଞ୍ଚିଲେ ୱେଷ୍ଟଇଣ୍ଡିଜ ଟି20 ସୁପରଷ୍ଟାର ଆଣ୍ଡ୍ରେ ରସେଲ ଓ ସୁନୀଲ ନାରିନ । ଅଧିକ ପଢନ୍ତୁ...

author img

By

Published : Mar 23, 2021, 5:19 PM IST

Watch: KKR's Russell, Narine arrive in Mumbai ahead of IPL 14
ଆଇପିଏଲ 2021: ମୁମ୍ବାଇ ପହଞ୍ଚିଲେ ରସେଲ-ନାରିନ

ମୁମ୍ବାଇ: ଆଇପିଏଲ 2021 ପାଇଁ ମୁମ୍ବାଇ ପହଞ୍ଚିଲେ ୱେଷ୍ଟଇଣ୍ଡିଜ ଟି20 ସୁପରଷ୍ଟାର ଆଣ୍ଡ୍ରେ ରସେଲ ଓ ସୁନୀଲ ନାରିନ । ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣ ପାଇଁ ମଙ୍ଗଳବାର ମୁମ୍ବାଇ ପହଞ୍ଚିଛନ୍ତି ଉଭୟ କାରବିୟନ ଖେଳାଳି । କୋଲକାତା ନାଇଟ ରାଇଡର୍ସ ଟ୍ରେନିଂ କ୍ୟାମ୍ପ ଆରମ୍ଭ ପୂର୍ବରୁ ମୁମ୍ବାଇର ଏକ ହୋଟେଲରେ 7 ଦିନିଆ କ୍ବାରେଣ୍ଟିନ ଆରମ୍ଭ କରିଛି ।

"ଆଇପିଏଲ କଥା ଭାବିଲେ, ଆପେଆପେ ମନକୁ ଆସିଯାଏ ଭାରତ । ସେଥିପାଇଁ ଭାରତ ଫେରିଥିବାରୁ ଉତ୍ସାହିତ । ଗତ ସଂସ୍କରଣ ଠାରୁ ଭଲ ପ୍ରଦର୍ଶନ ଆଶାରେ ରହିଛୁ ।" ଏହା କହିଛନ୍ତି ନାରିନ । ଅନ୍ୟପଟେ ରସେଲ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ କହିଛନ୍ତି, "ଏବେ ଭାରତରେ ଖେଳାଯିବ । ଆମେ ପାଖରେ ରହିବୁ ।"

ପୂର୍ବରୁ ଦିନେଶ କାର୍ତ୍ତିକ, ବରୁଣ ଚକ୍ରବର୍ତ୍ତୀ, ରାହୁଲ ତ୍ରିପାଠୀ, କମଲେସ ନଗରକୋଟି, ସନ୍ଦୀପ ୱାରିୟର, ବୈଭବ ଆରୋରା, ସହକାରୀ କୋଚ ଅଭିଷେକ ନାୟର, ସହକାରୀ ବୋଲିଂ କୋ ଓମକାର ସାଲଭି ଓ ସପୋର୍ଟ ଷ୍ଟାଫ ପ୍ରଥମ ପର୍ଯ୍ୟାୟରେ ଶନିବାର ହୋଟେଲ ପହଞ୍ଚିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.