ବ୍ରିସବେନ: ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ରିକି ପଣ୍ଟିଂ ଭାରତର ନିମ୍ନକ୍ରମ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ବିଶେଷ କରି ସପ୍ତମ ୱିକେଟ ଯୋଡିରେ ୱାସିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରେ ହୋଇଥିବା ଭାଗିଦାରୀରେ ପ୍ରଭାବିତ ହୋଇଛନ୍ତି ପଣ୍ଟିଂ ।
-
Washington Sundar joins the party 🙌
— ICC (@ICC) January 17, 2021 " class="align-text-top noRightClick twitterSection" data="
A fifty on Test debut 🔥#AUSvIND pic.twitter.com/b3jSgYGART
">Washington Sundar joins the party 🙌
— ICC (@ICC) January 17, 2021
A fifty on Test debut 🔥#AUSvIND pic.twitter.com/b3jSgYGARTWashington Sundar joins the party 🙌
— ICC (@ICC) January 17, 2021
A fifty on Test debut 🔥#AUSvIND pic.twitter.com/b3jSgYGART
ଉଭୟ ଶାର୍ଦ୍ଦୁଳ ଓ ୱାସିଂଟନ ଅର୍ଦ୍ଧଶତକୀୟ ଇଂନିସ ଖେଳିବା ସହ ଶତକୀୟ ଭାଗିଦାରୀ କରିଥିଲେ । ଫଳରେ 186 ରନରେ 6 ପ୍ରମୁଖ ୱିକେଟ ହରାଇ ସଂକଟରେ ପଡିଥିବା ଭାରତୀୟ ଟିମକୁ ଉଦ୍ଧାର କରିବା ସହ ଲଢୁଆ ଜବାବ ଦେଇଥିଲେ । ସପ୍ତମ ୱିକେଟ ଯୋଡିରେ ଉଭୟଙ୍କ ମଧ୍ୟରେ 123 ରନର ରେକର୍ଡ ଭାଗିଦାରୀ ହୋଇଥିଲା । ସୁନ୍ଦର 62 ଓ ଶାର୍ଦ୍ଦୁଳ 67 ରନର ଇଂନିସ ଖେଳିବା ପରେ ଭାରତ ପ୍ରଥମ ଇଂନିସରେ 336 ରନ କରିପାରିଥିଲା ।
-
Maiden Test fifty for Shardul Thakur – a brilliant knock studded with eight fours and two sixes 💥#AUSvIND | #WTC21 pic.twitter.com/Gihu3ORX6s
— ICC (@ICC) January 17, 2021 " class="align-text-top noRightClick twitterSection" data="
">Maiden Test fifty for Shardul Thakur – a brilliant knock studded with eight fours and two sixes 💥#AUSvIND | #WTC21 pic.twitter.com/Gihu3ORX6s
— ICC (@ICC) January 17, 2021Maiden Test fifty for Shardul Thakur – a brilliant knock studded with eight fours and two sixes 💥#AUSvIND | #WTC21 pic.twitter.com/Gihu3ORX6s
— ICC (@ICC) January 17, 2021
ପଣ୍ଟିଂ କହିଛନ୍ତି "ବ୍ୟାଟିଂ ସମୟରେ ସେମାନେ ସଂଘର୍ଷ କରିନଥିଲେ, ଧୈର୍ଯ୍ୟ ଓ ଆକ୍ରମଣ ଉଭୟ ଦେଖାଇଥିଲେ । ଯାହାକି ସେହି ସମୟରେ ଭାରତୀୟ ଟିମକୁ ଜରୁରୀ ଥିଲା । ମାତ୍ର କିଛି ଟେଷ୍ଟର ମ୍ୟାଚର ଅନୁଭବ ସହ ସେମାନେ ସଫଳ ହୋଇଛନ୍ତି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ