ETV Bharat / sports

ପ୍ରତୀକ୍ଷାର ଅନ୍ତ! ମାର୍ଚ୍ଚରେ ଫେରିବେ ମାହି - ଆଇପିଏଲ

ଜାତୀୟ ଗଣମଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଧୋନି ଆସନ୍ତା ମାର୍ଚ୍ଚ 1ରୁ ଦଳର ହୋମ ଗ୍ରାଉଣ୍ଡ ଚେପକ୍‌ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିବେ । ଅଧିକ ପଢନ୍ତୁ....

wait-is-over-ms-dhoni-to-make-comeback-on-march-1
ମାର୍ଚ୍ଚରେ ଫେରିବେ ମାହି
author img

By

Published : Feb 16, 2020, 9:15 PM IST

ଚେନ୍ନାଇ: 2019 ଇଂଲଣ୍ଡରେ ଖେଳାଯାଇଥିବା କ୍ରିକେଟ ବିଶ୍ବକପ ପରେ ଗ୍ରାଉଣ୍ଡରେ ଦେଖିବାକୁ ଆଉ ମିଳିନାହନ୍ତି ଦଳର ସେହି ମ୍ୟାଚ ଉଇନିଂ ପ୍ଲେୟାର । ଗତ ବର୍ଷ ଜୁଲାଇ 9 ତାରିଖ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ଥିଲା କ୍ୟାପେଟନ କୁଲଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ । ତେବେ ଆଜିକୁ ପ୍ରାୟ 7 ମାସ ହେବ ଅପେକ୍ଷା କରିଛନ୍ତି ଧୋନିଙ୍କ ଫ୍ୟାନ୍ସ, ଗ୍ରାଉଣ୍ଡରେ ତାଙ୍କ ଝଲକ ଟିକେ ଦେଖିାପାଇଁ । ଯାହା ଏବେ ସମାପ୍ତ ହେବାକୁ ଯାଉଛି । ଆସନ୍ତା ମାର୍ଚ୍ଚ 1 ତାରିଖରେ ଗ୍ରାଉଣ୍ଡକୁ ଓହ୍ଲାଇ ପାରନ୍ତି ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

wait-is-over-ms-dhoni-to-make-comeback-on-march-1
ଚେନ୍ନଇ ସୁପରକିଙ୍ଗ୍ସ

ମାତ୍ର ଏଥର ବ୍ଲୁ ଜର୍ସିରେ ନୂହେଁ ୟେଲୋ ଜର୍ସି ସହ ପଡିଆକୁ ଓହ୍ଲାଇବେ ଧୋନି । ଆଗାମୀ ମାର୍ଚ୍ଚ 29 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଫ୍ରାଞ୍ଚାଇଜ୍‌ ଚେନ୍ନଇ ସୁପରକିଙ୍ଗ୍ସର ଅଧିନାୟକ ପଡିଆରେ ଅଭ୍ୟାସ କରୁଥିବାର ନଜର ଆସିବେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଧୋନି ଆସନ୍ତା ମାର୍ଚ୍ଚ 1ରୁ ଦଳର ହୋମ ଗ୍ରାଉଣ୍ଡ ଚେପକ୍‌ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିବେ । ତେବେ ଗୋଟିଏ କିମ୍ବା ଦୁଇଟି ସପ୍ତାହ ଅଭ୍ୟାସ କରିବା ପରେ ଧୋନି ଘରକୁ ଫେରିବେ । ଆଉ ଠିକ୍‌ ଆଇପିଏଲ ଆରମ୍ଭ ଦିନ ଦଳରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ତେବେ ଯଦି ମାର୍ଚ୍ଚ 1 ତାରିଖ ଦିନ ଧୋନି ଦଳରେ ଯୋଗ ଦିଅନ୍ତି, ଏହା ତାଙ୍କର ଦଳରେ ସବୁଠାରୁ ଶୀଘ୍ର ଯୋଗ ଦେବା ହେବ । କାରଣ ଭାରତୀୟ ଦଳ ପାଇଁ ଖେଳୁଥିବା ସମୟରେ ସେ ଠିକ୍‌ ଆଇପଇଏଲ ପୂର୍ବଦିନ ହିଁ ଦଳରେ ଯୋଗ ଦିଅନ୍ତି । ଧୋନିଙ୍କ ଶୀଘ୍ର ଯୋଗ ଦେବା ଦଳର ଯୁବ ଓ ନୂତନ ଖେଳାଳିଙ୍କ ପାଇଁ ଫାଇଦା ହେବ । କାରଣ ବେଶ କିଛି ଦିନ ଧରି ସେମାନେ ଧୋନିଙ୍କ ସହ ଅଭ୍ୟାସ କରିବାର ସୂଯୋଗ ପାଇ ପାରିବେ । ଉଲ୍ଲେଖଥାଉ କି, ସିଏସକେ ପାଇଁ 4ର୍ଥ ଆଇପିଏଲ ଟ୍ରଫି ଲକ୍ଷ୍ୟରେ ଧୋନି ପଡିଆକୁ ଓହ୍ଲାଇବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.