ହାଇଦ୍ରାବାଦ: ଗୁରୁବାର ସାରା ଭାରତ ପାଳନ କରିଛି ଶିଶୁ ଦିବସ । ତେବେ ଏହି ଦିନରେ ସାରା ଭାରତ ଜବାହାରଲାଲ ନେହରୁଙ୍କୁ ମନେ ପକାଉଥିବା ବେଳେ ଭାରତର ପୂର୍ବତନ ବ୍ୟାଟ୍ସ ମ୍ୟାନ ବିରେନ୍ଦ୍ର ସେହୱାଗ ମନେ ପକାଇଛନ୍ତି ଓଡି଼ଶା ମାଟିର ବୀର ପୁତ୍ର ବାଜି ରାଉତଙ୍କୁ । ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ଶିଶୁ ଦିବସରେ ସେ ଶହୀଦ ବାଜିଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି ।
ନିଜର ଇନଷ୍ଟାଗ୍ରାମ ଓ ଟ୍ବିଟରରେ ବାଜି ରାଉତଙ୍କ ଫଟୋ ସହ ତାଙ୍କ ବୀରତ୍ବର କାହାଣୀ ଲେଖିଛନ୍ତି ସେହୱାଗ । ଟ୍ବିଟର ପୋଷ୍ଟରେ ସେ ଲେଖିଛନ୍ତି, ‘‘ ଏମିତିରେ ସବୁଦିନ ଏପରି ଜଣେ ସାହାସୀ ବାଳକଙ୍କୁ ମନେ ପକାଇବା ଦରକାର, କିନ୍ତୁ ଶିଶୁଦିବସ ଉପଲେକ୍ଷେ ଟିକେ ଅଧିକ । ଦେଶର ସ୍ବାଧୀନତା ସଂଗ୍ରାମର ସର୍ବ କନିଷ୍ଠ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି । ବାଜି ଅମର ରହନ୍ତୁ ।’’
ସେହିପରି ଇନଷ୍ଟାଗ୍ରାମରେ ମଧ୍ୟ ସେହୱାଗ ବାଜିଙ୍କୁ ମନେ ପକାଇବା ସହ, ତାଙ୍କ ବୀରତ୍ବର କହାଣୀକୁ ଖୁବ ଆବେଗତାର ସହ ପ୍ରକାଶ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ