ETV Bharat / sports

ସୁରକ୍ଷିତ ହାତରେ ନ୍ୟୁଜିଲାଣ୍ଡ କ୍ରିକେଟ: କୋହଲି - ନ୍ୟୁଜିଲାଣ୍ଡ ଟିମର ଅଧିନାୟକତ୍ବ ନ୍ୟୁଜ

ନ୍ୟୁଜିଲାଣ୍ଡ ବିପକ୍ଷରେ 5-0ରେ ଟି-20 ସିରିଜ ବିଜୟୀ ହୋଇଛି ଭାରତୀୟ ଦଳ । ଏହାପରେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଟିମର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଛି । ତେବେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ନ୍ୟୁଜିଲାଣ୍ଡ କ୍ୟାପେଟେନ କେନ ୱିଲିୟମସନଙ୍କୁ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

New Zealand Cricket Is In Best Hands
ସୁରକ୍ଷିତ ହାତରେ ନ୍ୟୁଜିଲାଣ୍ଡ କ୍ରିକେଟ
author img

By

Published : Feb 3, 2020, 9:54 AM IST

ମାଉଣ୍ଟ ମାଉଙ୍ଗାନୁଇ: ନ୍ୟୁଜିଲାଣ୍ଡ ବିପକ୍ଷରେ 5-0ରେ ଟି-20 ସିରିଜ ବିଜୟୀ ହୋଇଛି ଭାରତୀୟ ଦଳ । ଏହାପରେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଟିମର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଛି । ତେବେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ନ୍ୟୁଜିଲାଣ୍ଡ କ୍ୟାପେଟେନ କେନ ୱିଲିୟମସନଙ୍କୁ ପ୍ରଶଂସା କରିଛନ୍ତି ।

New Zealand Cricket Is In Best Hands
ଏକାଠି ମ୍ୟାଚ ଦେଖୁଛନ୍ତି କୋହଲି- ୱିଲିୟମସନ-ଋଷଭ ପନ୍ତ

କୋହଲି କହିଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ସୁରକ୍ଷିତ ହାତରେ ରହିଛି । ୱିଲିୟମସନ ଜଣେ ଅନ୍ୟତମ ଶ୍ରେଷ୍ଠ କ୍ୟାପଟେନ । ବିଶ୍ବର ମାନଚିତ୍ରରେ ଭାରତ ଓ ନ୍ୟୁଜିଲାଣ୍ଡ ଦୁଇଟି ଅଲଗା ସ୍ଥାନ ହୋଇଥିଲେ ମଧ୍ୟ ୱିଲିୟମସନଙ୍କ ଲଢୁଆ ଚିନ୍ତାଧାରା, ବିଜୟ ପାଇଁ ସକରାତ୍ମକ ମନୋଭାବ ସହ ଶତପ୍ରତିଶତ ଚେଷ୍ଟା ଦୁଇ ଜଣଙ୍କୁ ସମାନ କରିଥିବା କୋହଲି କହିଛନ୍ତି । ୱିଲିୟମସନ ନ୍ୟୁଜିଲାଣ୍ଡର ସଠିକ ନେତୃତ୍ବ ନେଉଛନ୍ତି । ଆଗାମୀ ଭବିଷ୍ୟତରେ ସେ ହିଁ ନ୍ୟୁଜିଲାଣ୍ଡର କ୍ୟାପଟେନ ରହିବେ ବୋଲି କୋହଲି ଆଶା ରଖିଥିବା କହିଛନ୍ତି । ମ୍ୟାଚ ପରବର୍ତ୍ତୀ କାର୍ଯ୍ୟକ୍ରମରେ ନ୍ୟୁଜିଲାଣ୍ଡ କ୍ୟାପଟେନଙ୍କ ଉଦ୍ଦେଶ୍ୟରେ ଏମିତି କିଛି କହିଛନ୍ତି କ୍ୟାପଟେନ କୋହଲି । ବିଶ୍ବ କ୍ରିକେଟରେ ବର୍ତ୍ତମାନ ସମୟର 2 ଶ୍ରେଷ୍ଠ କ୍ରିକେଟର ବିରାଟ କୋହଲି ଓ କେନ ୱିଲିୟମସନ ଶେଷ ଟି-20ମ୍ୟାଚକୁ ଏକାଠି ବସି ଦେଖିଥିଲେ ।

New Zealand Cricket Is In Best Hands
ବିରାଟ କୋହଲି-କେନ ୱିଲିୟମସନ

ତେବେ ୱିଲିୟମସନଙ୍କ ଉଦ୍ଦେଶ୍ୟରେ କୋହଲିଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଷ୍ଟାଇଲିଷ୍ଟ କେନ ୱିଲିୟମସନଙ୍କ ଅଧିନାୟକତ୍ବକୁ ନେଇ ବିପଦ ଦେଖାଦେଇଥିବା କୁହାଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ କ୍ବିୱି ଟିମର ନୈରାଶ ଜନକ ପ୍ରଦର୍ଶନ ରହିଥିଲା । ଭାରତ ବିପକ୍ଷ ଟି20 ସିରିଜ ପୂର୍ବରୁ ଅଧିନାୟକତ୍ବକୁ ନେଇ ନିଜେ ୱିଲିୟମସନ ବଡ ବୟାନ ଦେଇଥିଲେ । ଦଳର ସ୍ବାର୍ଥ ପାଇଁ ସେ ଅଧିନାୟକତ୍ବ ଛାଡିବାକୁ କୁଣ୍ଠାବୋଧ କରିବେ ନାହିଁ ବୋଲି କହିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.