ETV Bharat / sports

କୋହଲିଙ୍କ ନୂଆ କିର୍ତ୍ତୀମାନ, ଅନ୍ତର୍ଜାତୀୟ ଟି 20ରେ 3,000 ରନ୍‌

author img

By

Published : Mar 15, 2021, 5:30 PM IST

ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କ ନୂଆ କିର୍ତ୍ତୀମାନ । ଅନ୍ତର୍ଜାତୀୟ ଟି20ରେ ପ୍ରଥମ 3,000 ରନ୍‌ ପୂରଣ କରିବାରେ ବିଶ୍ବରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି ବିରାଟ । ଅଧିକ ପଢନ୍ତୁ...

Virat Kohli becomes first batsman to complete 3,000 runs in T20I cricket
କୋହଲିଙ୍କ ନୂଆ କିର୍ତ୍ତୀମାନ, ଅନ୍ତର୍ଜାତୀୟ ଟି20ରେ 3,000 ରନ୍

ଅହମ୍ମଦାବାଦ: ଭାରତୀୟ କ୍ୟାପଟେନ ବିରାଟ କୋହଲି ରବିବାର ଅନ୍ତର୍ଜାତୀୟ ଟି20ରେ ପ୍ରଥମ 3,000 ରନ୍‌ ପୂରଣ କରିବାରେ ବିଶ୍ବରେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି20 ମ୍ୟାଚରେ କୋହଲି ଏହି ମାଇନଷ୍ଟୋନ ହାସଲ କରିଛନ୍ତି । ମ୍ୟାଚ ପୂର୍ବରୁ ଏହି ବିରଳ କୀର୍ତ୍ତିମାନ ଠାରୁ 72 ରନ୍‌ ଦୂରରେ ଥିଲେ କୋହଲି ଓ ପରେ 73 ରନର ଅପରାଜିତ ଇଂନିସ ଖେଳିଥିଲେ । ଫଳରେ 7 ୱିକେଟରେ ଭାରତକୁ ବିଜୟ ମିଳିଥିଲା । 3,000 ରନ ପୂରଣ କରିବା ସହ ଏବେ 87ଟି ଟି20 ମ୍ୟାଚରୁ କୋହଲିଙ୍କ ନାମରେ 3,001 ରନ ରହିଛି ।

ଅନ୍ତର୍ଜାତୀୟ ଟି20ରେ ସର୍ବାଧିକ ରନ୍‌ ତାଲିକାରେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍ଟିଲ ଦ୍ବିତୀୟ ସ୍ଥାନରେ ରହିଛନ୍ତି । 99 ମ୍ୟାଚରୁ 2,839 ରନ ସଂଗ୍ରହ କରିସାରିଛନ୍ତି ଏହି କିୱି ଓପନର । ଭାରତୀୟ ଓପନର ରୋହିତ ଶର୍ମା 108 ମ୍ୟାଚରୁ 2,773 ରନ ସହ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ।

କୋହଲିଙ୍କ ବ୍ୟତୀତ ନିଜର ପଦାର୍ପଣ ମ୍ୟାଚ ଖେଳୁଥିବା ଯୁବ ଓପନର ଈଶାନ କିଶନଙ୍କ ବିସ୍ଫୋରକ ଇଂନିସ 165 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳକୁ ସହାୟକ ହୋଇଥିଲା।

19ତମ ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା ଘରୋଇ ଦଳ । ଈଶାନ ଡେବ୍ୟୁ ମ୍ୟାଚରେ ଦମଦାର 56 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

ଏଥିସହ ଘରୋଇ ଦଳ 5 ମ୍ୟାଚ ବିଶିଷ୍ଟ ଟି 20 ସିରିଜକୁ 1-1ରେ ବରାବର କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.