ETV Bharat / sports

କ୍ରିକେଟ ଜଗତରୁ ଆସିଲା ହୋଲିର ଶୁଭେଚ୍ଛା - ଭାରତୀୟ କ୍ରିକେଟରଙ୍କ ହୋଲି ଶୁଭେଚ୍ଛା

ହୋଲି ଅବସରରେ ବହୁ ଭାରତୀୟ କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି। ହୋଲିର ଶୁଭେଚ୍ଛା ସହ ଘରେ ସୁରକ୍ଷିତ ରହିବାକୁ କ୍ରିକେଟର ପରାମର୍ଶ ଦେଇଛନ୍ତି। ଅଧିକ ପଢ଼ନ୍ତୁ...

କ୍ରିକେଟ ଜଗତରୁ ଆସିଲା ହୋଲିର ଶୁଭେଚ୍ଛା
କ୍ରିକେଟ ଜଗତରୁ ଆସିଲା ହୋଲିର ଶୁଭେଚ୍ଛା
author img

By

Published : Mar 29, 2021, 8:11 PM IST

Updated : Mar 29, 2021, 8:33 PM IST

ନୂଆଦିଲ୍ଲୀ: ହୋଲି ଅବସରରେ ବହୁ ଭାରତୀୟ କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି। ହୋଲିର ଶୁଭେଚ୍ଛା ସହ ଘରେ ସୁରକ୍ଷିତ ରହିବାକୁ କ୍ରିକେଟର ପରାମର୍ଶ ଦେଇଛନ୍ତି। ଭାରତୀୟ ଧୂଆଁଦାର ଓପନର ଶିଖର ଧୱନ ଟ୍ବିଟ କରି କହିଛନ୍ତି ଯେ, "ସଭିଁଙ୍କୁ ହୋଲିର ଶୁଭେଚ୍ଛା। ଏହି ପର୍ବ ଆପଣଙ୍କ ଜୀବନରେ ଖୁସି, ଭଲ ପାଇବା ଓ ସୁଖ ଆଣି ଦେଉ। ଆପଣମାନେ ସୁରକ୍ଷିତ ରୁହନ୍ତୁ।"

ଭାରତୀୟ ଦଳର ଅଧିନାୟକ ରନ ମେସିନ ବିରାଟ କୋହଲି ଟ୍ବିଟ କରି କହିଛନ୍ତି ଯେ, "ରଙ୍ଗର ପର୍ବ ହୋଲି ଆପଣଙ୍କ ସଭିଁଙ୍କ ଜୀବନରେ ଖୁସି ଆଣି ଦେଉ। ହୋଲି ଅବସରରେ ଆପଣମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା।"

ଏହାପରେ ଭାରତୀୟ ଟେଷ୍ଟ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ କହିଛନ୍ତି ଯେ, "ସଭିଁଙ୍କୁ ହୋଲିର ଶୁଭେଚ୍ଛା। ଆଶା କରୁଛି ଆପଣମାନେ ଘରେ ରହି ନିଜ ପରିବାର ସହ ହୋଲି ପର୍ବ ପାଳନ କରିବେ।"

ଲୋକେଶ ଲାହୁଲ ମଧ୍ୟ ହୋଲି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, "ରଙ୍ଗର ପର୍ବ ହୋଲି ଆପଣଙ୍କ ଜୀବନରେ ଖୁସି ଆଣିଦେଉ। ହୋଲି ଅବସରରେ ଆପଣମାନଙ୍କୁ ଶୁଭେଚ୍ଛା। ସୁରକ୍ଷିତ ରୁହନ୍ତୁ ଓ ଦାୟିତ୍ବର ସହ ଏହି ପର୍ବର ଆନନ୍ଦ ନିଅନ୍ତୁ।"

ଯୁବ ୱିକେଟରକିପର ବ୍ୟାଟସମ୍ୟାନ ଋଷଭ ପନ୍ତ ମଧ୍ୟ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, "ହୋଲି ପର୍ବ ଅବସରରେ ଆପଣମାନଙ୍କୁ ସ୍ନେହ ଓ ଭଲ ପାଇବା। ସୁରକ୍ଷିତ ରହି ଆପଣମାନେ ହୋଲିର ଆନନ୍ଦ ନିଅନ୍ତୁ।"

ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗ ମଧ୍ୟ ହୋଲି ଅବସରରେ ଏକ କବିତା ଲେଖି ସଭିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, "ହୋଲିର ରଙ୍ଗ ଥାଉ... ରଙ୍ଗର ପସରା ଥାଉ... ଗୁଜିଆ ମିଠା ଥାଉ... ସଭିଁଙ୍କ ହୃଦୟରେ ଭଲ ପାଇବା ଥାଉ... ଏମିତି ହୋଲିପର୍ବ ହେଉ।"

ପୂର୍ବତନ ଅଲରାଉଣ୍ଡର ଅଲରାଉଣ୍ଡର ଯୁବରାଜ ସିଂହ ମଧ୍ୟ ହୋଲିର ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, "ଶୁଭ ହୋଲି ପର୍ବ ସଭିଁଙ୍କ ଜୀବନରେ ଭଲ ପାଇବା ଓ ଉନ୍ନତି ଆଣି ଦେଉ। ଆପଣମାନେ ଆପଣଙ୍କ ପ୍ରିୟଜନଙ୍କ ସହ ଘରେ ରହି ହୋଲି ପାଳନ କରନ୍ତୁ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 29, 2021, 8:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.