ETV Bharat / sports

କୋରୋନା ଭାଇରସ: ତାମିଲନାଡୁ ପ୍ରିମିୟର ଲିଗ ସ୍ଥଗିତ ଘୋଷଣା - କୋରୋନା ଭାଇରସ

ମହାମାରୀ କୋରୋ ଭାଇରସ ଲକଡାଉନ ଯୋଗୁଁ ତାମିଲନାଡୁ ପ୍ରିମିୟର ଲିଗ(TNPL)2020 ସ୍ଥଗିତ ଘୋଷଣା ହୋଇଛି ।

TNPL 2020 postponed due to coronavirus pandemic
କୋରୋନା ଭାଇରସ: ତାମିଲନାଡୁ ପ୍ରିମିୟର ଲିଗ ସ୍ଥଗିତ ଘୋଷଣା
author img

By

Published : May 19, 2020, 3:23 PM IST

ଚେନ୍ନାଇ: ମହାମାରୀ କୋରୋନା ଭାଇରସ ଲକଡାଉନ ଯୋଗୁଁ ଦେଶ ରେ ସମସ୍ତ ପ୍ରକାର କ୍ରୀଡା ଇଭେଣ୍ଟ ବନ୍ଦ ରହିଛି । କ୍ରିକେଟ ସମେତ ଏକାଧିକ କ୍ରୀଡା ଇଭେଣ୍ଟ ବାତିଲ କିମ୍ବା ସ୍ଥଗିତ ଘୋଷଣା ହୋଇଛି । ସଦ୍ୟ ସୂଚନା ଅନୁଯାୟୀ ତାମିଲନାଡୁ ପ୍ରିମିୟର ଲିଗ(TNPL)2020 ସ୍ଥଗିତ ଘୋଷଣା ହୋଇଛି ।

ଏଗି ଟୁର୍ଣ୍ଣାମେଣ୍ଟର 5ମ ସଂସ୍କରଣ ଜୁନ 10ରୁ ଆରମ୍ଭ ହେବା ନେଇ ସୂଚୀ ରହିଥିଲା । 4ର୍ଥ ପର୍ଯ୍ୟାୟ ଲକାଡାଉନର ଅବଧି ମେ 31 ରହିଛି । ଏହାପରେ ଜୁନ 1 ରେ ଟୁର୍ଣ୍ଣାମେଣ୍ଟ ପରିଚାଳନା ବୋର୍ଡର ବୈଠକ ଅନୁଷ୍ଠିତ ହେବ ।

ତେବେ ମାତ୍ର 10 ଦିନ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ଅସମ୍ଭବ ବୋଲି ତାମିଲନାଡୁ କ୍ରିକେଟ ଆସୋସିଏସନ ସମ୍ପାଦକ ଆର. ଏସ. ରାମାଶାମୀ କହିଛନ୍ତି । ସେପ୍ଟେମ୍ବରରେ ଆଇପିଏଲ ଆୟୋଜନର ସମ୍ଭାବନା ରହିଥିବାରୁ ଅଗଷ୍ଟ 3ୟ ସପ୍ତାହ ସୁଦ୍ଧା ଶେଷ ହେବା ନେଇ ମଧ୍ୟ ଅନିଶ୍ଚିନ୍ତତା ରହିଛି । ସେଥିପାଇଁ ସମସ୍ତ ଦିଗ ଓ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥଗିତ ନିଷ୍ପତି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.