ETV Bharat / sports

ଟିମ ଇଣ୍ଡିଆର କଠିନ ପରିଶ୍ରମ ଥିଲା ପ୍ରେରଣାଦାୟୀ: ପ୍ରଧାନମନ୍ତ୍ରୀ

ଭାରତୀୟ କ୍ରିକେଟ ଟିମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ଅଧିକ ପଢନ୍ତୁ...

author img

By

Published : Jan 31, 2021, 3:59 PM IST

Team's hard work was inspiring: PM Modi hails India's historic win over Australia
ଟିମ ଇଣ୍ଡିଆର କଠିନ ପରିଶ୍ରମ ଥିଲା ପ୍ରେରଣାଦାୟୀ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ବିଜୟୀ ହୋଇଥିବା ଭାରତୀୟ ଦଳକୁ ଭୁରିଭୁରି ପ୍ରଶଂସା କରିଛନ୍ତି ମୋଦି । କଠିନ ପରିଶ୍ରମ ଓ ସାମୁହିକ ଦଳଗତ ପ୍ରଚେଷ୍ଟା ପ୍ରେରଣାଦାୟୀ ବୋଲି ବର୍ଷର ପ୍ରଥମ ମନ କି ବାତ୍‌ କହିଛନ୍ତି ପ୍ରଧାନମନ୍ତ୍ରୀ ।

Team's hard work was inspiring: PM Modi hails India's historic win over Australia
ଅଷ୍ଟ୍ରେଲିଆରେ ସିରିଜ ବିଜୟୀ ଟିମ ଇଣ୍ଡିଆ

ଏହାପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) କ୍ରିକେଟ ଟିମକୁ ପ୍ରଂଶସା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟ୍ବିଟ ଯୋଗେଁ ଧନ୍ୟବାଦ ଜଣାଇଛି । ଟିମ ଇଣ୍ଡିଆ ଭାରତର ତ୍ରୀରଙ୍ଗାକୁ ଉପରେ ଉଡାଇବାକୁ ଯାହା କିଛି ସମ୍ଭବ ସବୁକିଛି କରିବ ବୋଲି କହିଛି ।

ଜାନୁଆରୀ 19ରେ, ଦୀର୍ଘ 32 ବର୍ଷ ଧରି ଅଷ୍ଟ୍ରେଲିଆର ଅପରାଜେୟ ଗଡ, 'ଗାବା' କୁ ଧ୍ବସ୍ତ କରିଥିଲା ଟିମ ଇଣ୍ଡିଆ । କଙ୍ଗାରୁ ଟିମର ବିଜୟର ଅହଂକାର ଭାଙ୍ଗିବାକୁ 32 ବର୍ଷ 2 ମାସ ସମୟ ଲାଗିଥିଲା ।

ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଏହି କାମ କରିଦେଖାଇଥିଲା ଆହତ, କ୍ଷତାକ୍ତ ଓ ଯୁବ ଭାରତୀୟ ଟିମ । ଏହାପରେ ଭାରତ-ଅଷ୍ଟ୍ରେଲିଆ ସିରିଜକୁ ନେଇ ବିଶ୍ବର ଅନେକ କ୍ରିକେଟ ପଣ୍ଡିତଙ୍କ ପୂର୍ବାନୁମାନ ଗଣିତ ଓଲଟପାଲଟ ହୋଇଯାଇଥିଲା । ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ଗାବାଟେଷ୍ଟକୁ 3 ୱିକେଟରେ ଜିତିବା ସହ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ 2-1ରେ ଜିତି ତ୍ରୀରଙ୍ଗା ଉଡାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.