କାନବେରା: ମହିଳା ତ୍ରିରାଷ୍ଟ୍ରୀୟ ଟି-20 ସିରିଜରେ ରବିବାର ଦିନ ଟିମ ଇଣ୍ଡିଆକୁ ମାତ୍ ଦେଇଛି ଅଷ୍ଟ୍ରେଲିଆ ଦଳ । ଭାରତ ତା'ର 2ୟ ମ୍ୟାଚରେ ଆୟୋଜକ ଦଳ ଠାରୁ 4 ଓ୍ବିକେଟରେ ପରାସ୍ତ ହୋଇଛି । କଙ୍ଗାରୁ ଦଳ ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ।
ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ 9 ଓ୍ବିକେଟ ବିନିମୟରେ ଭାରତ 103 ରନ୍ କରିଥିଲା । ଦଳ ପକ୍ଷରୁ ସ୍ମୃତି ମନନ୍ଧାନୀ ସର୍ବାଧିକ 35 ରନ୍ କରିଥିବାବେଳେ ଅଧିନାୟିକା ହରମନପ୍ରୀତ କୌର 28ରନ୍ କରିଥିଲେ । ଭାରତୀୟ ଟିମ୍ରେ ଆଉ କୌଣସି ଖେଳାଳିଙ୍କ ବ୍ୟାଟ ଚାଲି ନଥିଲା ।
ତେବେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ 4ଟି ଓ୍ବିକେଟ ଓଏଲିସ ପେରି ନେଇଥିବାବେଳେ ଟାୟଲା 3ଟି ଓ୍ବିକେଟ ନେଇଥିଲେ । 104ରନ୍ର ବିଜୟଲକ୍ଷ୍ୟକୁ ପିଛା କରି 18.5 ଓଭରରେ 6 ଓ୍ବିକେଟ ବିନିମୟରେ ଅଷ୍ଟ୍ରେଲିଆ ଟାର୍ଗେଟ ପୂରଣ କରି ଭାରତକୁ ମାତ୍ ଦେଇଛି ।
ପରବର୍ତ୍ତୀ ମ୍ୟାଚ ଭାରତ ଏବେ 7ଫେବୃଆରୀରେ ଇଂଲଣ୍ଡ ବିପକ୍ଷରେ ଖେଳିବ ।