ETV Bharat / sports

ସୟଦ ମୁସ୍ତାକ ଅଲୀ ଟ୍ରଫି:ତାମିଲନାଡୁ ସାମ୍ନାରେ 121ରନର ବିଜୟ ଲକ୍ଷ୍ୟ

ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ସୟଦ ମୁସ୍ତାକ ଅଲୀ ଟି20ର ଫାଇନାଲ ଫାଇଟ ବରୋଦା ଓ ତାମିଲନାଡୁ ମଧ୍ୟରେ ଜାରି ରହିଛି । ଅଧିକ ପଢନ୍ତୁ...

author img

By

Published : Jan 31, 2021, 9:05 PM IST

Syed Mushtaq Ali Trophy: Baroda set a target of 121 runs vs tamilnadu
ସୟଦ ମୁସ୍ତାକ ଅଲୀ ଟ୍ରଫି: ତାମିଲନାଡୁ ସାମ୍ନାରେ 121ରନର ବିଜୟ ଲକ୍ଷ୍ୟ

ଅହମ୍ମଦାବାଦ: ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ସୟଦ ମୁସ୍ତାକ ଅଲୀ ଟି20ର ଫାଇନାଲ ଫାଇଟ ଜାରି ରହିଛି । ଟସ ଜିତି ପ୍ରଥମେ ବରୋଦାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ତାଲିମନାଡୁ କ୍ୟାପଟେନ ଦିନେଶ କାର୍ତ୍ତିକ । ଏହାପରେ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 120 ରନ ସଂଗ୍ରହ କରିପାରିଛି ବରୋଦା । ଏଥିସହ ତାମିଲନାଡୁ ସାମ୍ନାରେ 121 ରନର ବିଜୟ ଲକ୍ଷ୍ୟ ରଖିଛି ।

ବରୋଦା ପକ୍ଷରୁ 55 ବଲରୁ ସର୍ବାଧିକ 49 ରନର ଇଂନିସ ଖେଳିଛନ୍ତି ଭି ସୋଲାଙ୍କି । ଏହି ଇଂନିସରେ 2ଟି ଛକା ଓ ଗୋଟିଏ ଛକା ସାମିଲ ରହିଛି । ଏ. ସେଠ 30 ବଲରୁ 2ଟି ଚୌକା ଓ ଗୋଟିଏ ଛକା ସହାୟତାରେ 29 ରନର ଇଂନିସ ଖେଳିଛନ୍ତି । ତେବେ ତାମିଲନାଡୁ ବୋଲରଙ୍କ କଞ୍ଜୁସି ବୋଲିଂ ସହ ବଡ ସଟ୍‌ ଖେଳିବାକୁ ସୁଯୋଗ ଦେଇନଥିଲେ ।

ମନିମରନ ସିଦ୍ଧାର୍ଥ 4 ଓଭରରେ 20 ରନ ବ୍ୟୟରେ 4ଟି ୱିକେଟ ଦଖଲ କରିଥିଲେ । ଅପରାଜିତ, ସୋନୁ ଯାଦବ ଓ ଏମ. ମହମ୍ମଦ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.