ETV Bharat / sports

ପିଏମ କେୟାର ପାଣ୍ଠିକୁ ସୁନୀଲ ଗାଭାସ୍କର କଲେ ଦାନ

ପିଏମ କେୟାର୍ସ ପାଣ୍ଠି ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ 59 ଲକ୍ଷ ଟଙ୍କା ଦାନ କଲେ ସୁନୀଲ ଗାଭାସ୍କର । ଅଧିକ ପଢ଼ନ୍ତୁ...

author img

By

Published : Apr 7, 2020, 7:41 PM IST

sunil gavaskar contributes, sunil gavaskar donates 59 lakhs, pm cares fund, maharastra cm fund, ପିଏମ କେୟାର ପାଣ୍ଠି, ସୁନୀଲ ଗାଭାସ୍କର କଲେ ଦାନ
ପିଏମ କେୟାର ପାଣ୍ଠିକୁ ସୁନୀଲ ଗାଭାସ୍କର କଲେ ଦାନ

ନୂଆଦିଲ୍ଲୀ: ପୂର୍ବତନ କିମ୍ବଦନ୍ତୀ କ୍ରିକେଟ ଖେଳାଳି ସୁନୀଲ ଗାଭାସ୍କର ପିଏମ କେୟାର ପାଣ୍ଠି ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଅର୍ଥଦାନ କରିଛନ୍ତି । 59 ଲକ୍ଷ ଟଙ୍କା ସୁନୀଲ ଗାଭାସ୍କର ଦାନ କରିଥିବା ବେଳେ ଟେଷ୍ଟ ଖେଳାଳି ଚେତେଶ୍ବର ପୂଜାରା ମଧ୍ୟ ପାଣ୍ଠିକୁ ଦାନ କରିଥିବା ସୂଚନା ରହିଛି । କୋରୋନା ଭୁତାଣୁ ଯାହା ବର୍ତ୍ତମାନ ଦେଶରେ 100ରୁ ଅଧିକ ଲୋକଙ୍କ ଜୀବନ ନେଇ ସରିଲଣି ତାର ମୁକାବିଲା ପାଇଁ ଅନୁଦାନ ଦେଇଛନ୍ତି ଖେଳାଳି ।

ଆଗରୁ ବିରାଟ କୋହଲି, ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ, କେଦାର ଯାଦବ, ସଚିନ ତେନ୍ଦୁଲକର ଓ ଅନ୍ୟ କ୍ରିକେଟର ମଧ୍ୟ ପିଏମ କେୟାର୍ସ ପାଣ୍ଠିକୁ ଦାନ କରି ସାରିଛନ୍ତି ।

ତେବେ ଗାଭାସ୍କର କୋରୋନା ମୁକାବିଲା ପାଇଁ କେତେ ଅର୍ଥ ଦାନ କରିଛନ୍ତି ତାହା ଜଣାଇ ନଥିଲେ ବି ସେ 59 ଲକ୍ଷ ଦେଇଥିବା ସୁତ୍ରରୁ ଜଣାପଡିଛି । ପୂର୍ବତନ ମୁମ୍ବାଇ ଅଧିନାୟକ ଅମୋଲ ମଜୁମଦାର ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ।

ସେପଟେ ପୁଜାରା ମଧ୍ୟ କୋରୋନା ସହ ଯୁଦ୍ଧ କରୁଥିବା ସମସ୍ତ କୋରୋନା ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.