ETV Bharat / sports

ଗାଭାସ୍କରଙ୍କ ଟେଷ୍ଟ ଡେବ୍ୟୁର 50ତମ ବାର୍ଷିକୀ, ବିସିସିଆଇର ସମ୍ବର୍ଦ୍ଧନା

ପୂର୍ବତନ ଭାରତୀୟ କ୍ୟାପଟେନ ସୁନୀଲ ଗାଭାସ୍କର ଶନିବାର ଟେଷ୍ଟ ପଦାର୍ପଣର 50ତମ ବାର୍ଷିକୀ । ଅଧିକ ପଢନ୍ତୁ...

author img

By

Published : Mar 6, 2021, 4:57 PM IST

Sunil Gavaskar celebrates 50th anniversary of Test debut, felicitated by BCCI
ଗାଭାସ୍କରଙ୍କ ଟେଷ୍ଟ ଡେବ୍ୟୁର 50ତମ ବାର୍ଷିକୀ, ବିସିସିଆଇର ସମ୍ବର୍ଦ୍ଧନା

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ୟାପଟେନ ସୁନୀଲ ଗାଭାସ୍କର ଶନିବାର ଟେଷ୍ଟ ପଦାର୍ପଣର 50ତମ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି ଲିଟିଲ ମାଷ୍ଟର । ପୁଅ ରୋହନ ଗାଭାସ୍କର ଟ୍ବିଟ ଯୋଗେଁ ପ୍ରଥମ କରି ଗାଭାସ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିବା ନେଇ ସୂଚନା ଦେଇଛନ୍ତି ।

ଭାରତୀୟ କ୍ରିକେଟକୁ କିମ୍ବଦନ୍ତୀ ଗାଭାସ୍କରଙ୍କ ଅବଦାନ ପାଇଁ ବିସିସିଆଇ ପକ୍ଷରୁ ସମ୍ପାଦକ ଜୟ ଶାହା ସମ୍ବର୍ଦ୍ଧିତ କରିଛନ୍ତି । ଇଂଲଣ୍ଡ ବିପକ୍ଷ 4ର୍ଥ ଟେଷ୍ଟର ତୃତୀୟ ଦିନର ଲଞ୍ଚ ବ୍ରେକ ସମୟରେ ଶାହା, ଗାଭାସ୍କରଙ୍କୁ ସମ୍ମାନର ପ୍ରତୀକ ବିସିସିଆଇ କ୍ୟାପ ଥିବା ମୋମେଣ୍ଟୋ ପ୍ରଦାନ କରିଥିଲେ ।

ବର୍ଷ 1971, ମାର୍ଚ୍ଚ 6ରେ ଗାଭାସ୍କର, ୱେଷ୍ଟଇଣ୍ଡିଜ ବିପକ୍ଷରେ ତ୍ରିନିଦାଦର ପୋର୍ଟ ଅଫ ସ୍ପେନରେ ଟେଷ୍ଟ ଡେବ୍ୟୁ କରିଥିଲେ । କ୍ରିକେଟ କ୍ୟାରିୟରରେ ଗାଭାସ୍କର ନିଜର ଯାଦୁଗରୀ ବ୍ୟାଟିଂ ମାଧ୍ୟମରେ ଅନେକ ବ୍ୟାଟିଂ ରେକର୍ଡକୁ ଭଙ୍ଗ କରିଛନ୍ତି ଓ ନୂଆ କରି ନିଜ ନାମରେ କରିଛନ୍ତି । କ୍ରିକେଟ ଇତିହାସର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହୋଇଆସିଛନ୍ତି ।

1970-71ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥିଲା ଭାରତ । ଏହି ସିରିଜ ଭାରତ ପାଇଁ ସର୍ବଦା ସ୍ମରଣୀୟ ହୋଇରହିଛି । କାରଣ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏହା ପ୍ରଥମ ସିରିଜ ବିଜୟ । ଅଜିତ ୱାଦେକର ନେତତ୍ବରେ ଭାରତ 1-0ରେ ସିରିଜ ବିଜୟୀ ହୋଇଥିଲା । 4ଟି ଶତକ ଓ ଗୋଟିଏ ଦ୍ବିଶତକ ସହ ଗାଭାସ୍କର ସିରିଜର ସର୍ବାଧିକ ରନସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ରହିଥିଲେ ।

ଟେଷ୍ଟ କ୍ୟାରିୟରରେ ଗାଭାସ୍କର ଭାରତ ପାଇଁ 125ଟି ଟେଷ୍ଟ ଓ 108ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି । ଏଥିସହ 1983 ବିଶ୍ବକପ ବିଜେତା ଓ 1985 କ୍ରିକେଟର ବିଶ୍ବ ଚମ୍ପିଆନସିପ ବିଜୟୀ ଦଳର ସଦସ୍ୟ ରହିଛନ୍ତି । ଗାଭାସ୍କରଙ୍କ ନାମରେ 10,122 ରନ କ୍ରିକେଟର ଲମ୍ବା ଫର୍ମାଟରେ ରହିଛି । 2005 ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକର ରେକର୍ଡ ଗାଭାସ୍କରଙ୍କ ନାମରେ ରହିଥିଲା । ସଚିନ ତେନ୍ଦୁଲକର 2005ରେ ତାଙ୍କର ରେକର୍ଡ ଭଙ୍ଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.