ମେଲବୋର୍ଣ୍ଣ: ଦକ୍ଷିଣ ଆଫ୍ରିକା ଗସ୍ତରୁ ଅଧାରୁ ଓହରି ଯାଇଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ । ପତ୍ନୀ ଏଲିସା ହେଲି ମହିଳା ଟି-20 ବିଶ୍ବକପରେ ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ମହିଳା ଦଳ ପକ୍ଷରୁ ଖେଳିବେ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମହିଳା ଦିବସରେ ହେବ ମେଗା ଫାଇଟ । ତେବେ ପତ୍ନୀଙ୍କ ଖେଳ ଦେଖିବାକୁ ଷ୍ଟାର୍କ ସିରିଜ ଅଧାରୁ ସ୍ବଦେଶ ଫେରିଥିବା ଜଣାପଡିଛି ।
![Starc leaves SA tour](https://etvbharatimages.akamaized.net/etvbharat/prod-images/6317533_swa.jpg)
ଷ୍ଟାର୍କଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି ଅଷ୍ଟ୍ରେଲିଆ ପୁରୁଷ ଦଳର କୋଚ ଜଷ୍ଟିନ ଲାଙ୍ଗର । ନିଜ ପତ୍ନୀଙ୍କୁ ଦେଶ ପାଇଁ ବିଶ୍ବକପ ଫାଇନାଲରେ ଖେଳୁଥିବାର ଦେଖିବାକୁ ଜୀବନରେ ଏକାଧିକ ଥର ସୁଯୋଗ ମିଳେନି । ସେଥିପାଇଁ ଷ୍ଟାର୍କଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ କହିଛନ୍ତି ଜଷ୍ଟିନ ଲାଙ୍ଗର । ତେବେ 3 ଟିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା 0-2ରେ ପଛୁଆ ରହିଛି । ଷ୍ଟାର୍କଙ୍କ ସ୍ଥାନରେ କେନ ରିଚାର୍ଡସନ କିମ୍ବା ଜଶ ହେଜେଲଉଡଙ୍କୁ ସ୍ଥାନ ମିଳିବା ସମ୍ଭାବନା ରହିଛି ।
![Starc leaves SA tour](https://etvbharatimages.akamaized.net/etvbharat/prod-images/6317533_eee.jpg)
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ