ETV Bharat / sports

ସ୍ପିନର ବରୁଣ ଚକ୍ରବର୍ତ୍ତୀ ଫିଟନେସ ଟେଷ୍ଟରେ ଫେଲ୍

author img

By

Published : Mar 2, 2021, 5:09 PM IST

ଏକ ସ୍ପୋର୍ଟ୍ସ ୱେବସାଇଟର ରିପୋର୍ଟ ଅନୁଯାୟୀ, ସ୍ପିନର ବରୁଣ ଜାତୀୟ କ୍ରିକେଟ ଏକାଡେମୀ(NCA)ରେ ହୋଇଥିବା ଫିଟନେସ ଟେଷ୍ଟରେ ଫେଲ୍‌ ହୋଇଥିବା, ବିସିସିଆଇ ଓ ଟିମ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ସ୍ପିନର ବରୁଣ ଚକ୍ରବର୍ତ୍ତୀ ଫିଟନେସ ଟେଷ୍ଟରେ ଫେଲ୍
ସ୍ପିନର ବରୁଣ ଚକ୍ରବର୍ତ୍ତୀ ଫିଟନେସ ଟେଷ୍ଟରେ ଫେଲ୍

ମୁମ୍ବାଇ: ଟିମ ଇଣ୍ଡିଆର ସ୍ପିନ ବୋଲର ବରୁଣ ଚକ୍ରବର୍ତ୍ତୀ ଫିଟନେସ ଟେଷ୍ଟରେ ଫେଲ୍‌ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି । ଏକ ସ୍ପୋର୍ଟ୍ସ ୱେବସାଇଟର ରିପୋର୍ଟ ଅନୁଯାୟୀ, ସ୍ପିନର ବରୁଣ ଜାତୀୟ କ୍ରିକେଟ ଏକାଡେମୀ(NCA)ରେ ହୋଇଥିବା ଫିଟନେସ ଟେଷ୍ଟରେ ଫେଲ୍‌ ହୋଇଥିବା, ବିସିସିଆଇ ଓ ଟିମ ଅଧିକାରୀ ସୂଚନା ଦେଇଛନ୍ତି । ବରୁଣଙ୍କୁ ୟୋ ୟୋ ଟେଷ୍ଟ ଦେବାର ଥିଲା ଓ ସେ 17.1 ମାର୍କକୁ ପାର କରିପାରି ନାହାଁନ୍ତି ।

ବିସିସିଆଇ 34 ଖେଳାଳିଙ୍କୁ ଏନସିଏରେ ଫିଟନେସ ଟେଷ୍ଟ ପାଇଁ ପଠାଇଥିଲା । ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ବିପକ୍ଷ ଟି20 ସିରିଜ ପାଇଁ ସାମିଲ ଅନ୍ୟଜଣେ ଖେଳାଳି ମଧ୍ୟ ଫିଟନେସ୍‌ ଟେଷ୍ଟରେ ଫେଲ୍‌ ହୋଇଛନ୍ତି ।

ଟି20 ସିରିଜ ଆରମ୍ଭ ହେବାକୁ ଆହୁରି 10 ଦିନ ରହିଛି । ଏପରିସ୍ଥିତିରେ ବରୁଣ ଓ ଅନ୍ୟଖେଳାଳିଙ୍କୁ ୟୋ ୟୋ ଟେଷ୍ଟ ପାଇଁ ପୁଣିଥରେ ପଠାଯାଇପାରେ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପରେ, 12 ମାର୍ଚ୍ଚରୁ ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟି20 ସିରିଜ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.