ETV Bharat / sports

ଇଂଲଣ୍ଡ-ଇଣ୍ଡିଜ୍ ଟେଷ୍ଟ ସିରିଜ: ପ୍ରଥମ ମ୍ୟାଚରେ ଟସ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି - ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ

ପ୍ରାୟ 4 ମାସ ପରେ ଆରମ୍ଭ ହେଲା କ୍ରିକେଟ । ସାଉଥମ୍ପଟନ ଠାରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଛି ଐତିହାସିକ #raisethebat ସିରିଜର ପ୍ରଥମ ଟେଷ୍ଟ । ଅଧିକ ପଢ଼ନ୍ତୁ...

Southampton, raisethebat Test, England opt to bat against West Indies, ସାଉଥମ୍ପଟନ, ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ, ଆରମ୍ଭ ହେଲା କ୍ରିକେଟ
#raisethebat ଟେଷ୍ଟ ସିରିଜ
author img

By

Published : Jul 8, 2020, 8:38 PM IST

ସାଉଥମ୍ପଟନ: କୋରୋନା ମହାମରୀ ଲକଡାଉନ ପରେ ପୁନଃ ଆରମ୍ଭ ହୋଇଛି କ୍ରିକେଟ । ନୂଆ ନୀତିନିୟମ ସହ, ଫ୍ୟାନ୍ସଙ୍କ ବିନା । ବୁଧବାର ସାଉଥମ୍ପଟନର ଏଜେସ ବୋଲରେ ତିନି ମ୍ୟାଚ୍ ବିଶିଷ୍ଟ #raisethebat ସିରିଜର ପ୍ରଥମ ଟେଷ୍ଟରେ ଇଂଲଣ୍ଡର ଷ୍ଟାଣ୍ଡ-ଇନ୍ ଅଧିନାୟକ ବେନ ଷ୍ଟୋକ୍ସ ଟସ ଜିତି ୱେଷ୍ଟଇଣ୍ଡିଜ ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବର୍ଷା ହେତୁ ପ୍ରଥମ ସେସନ ଧୋଇଯିବା ପରେ ଉଦ୍‌ଘାଟନୀ ଦିବସର ଦ୍ବିତୀୟ ସେସନରେ ଟସ ହୋଇଥିଲା ଓ ଯାହା ଖେଳାଳିମାନଙ୍କୁ ଶୀଘ୍ର ମଧ୍ୟାହ୍ନ ଭୋଜନ କରିବାକୁ ବାଧ୍ୟ କରିଥିଲା ​​। ମାର୍ଚ୍ଚରେ କୋରୋନା ଭାଇରସ ମହାମାରୀ ହେତୁ ଖେଳ ସ୍ଥଗିତ ରହିବା ପରେ ଏହା କ୍ରିକେଟ ପ୍ରତ୍ୟାବର୍ତ୍ତନକୁ ଚିହ୍ନିତ କରୁଥିବାରୁ ଏହା ଐତିହାସିକ ମହତ୍ତ୍ବ ଗ୍ରହଣ କରିଛି।

ଷ୍ଟୁଆର୍ଟ ବ୍ରଡଙ୍କ ସ୍ଥାନରେ ମାର୍କ ଉଡ ଆସିଥିବା ବେଳେ ଇଂଲଣ୍ଡ ପ୍ରଥମ ଟେଷ୍ଟ ପାଇଁ ଜେମ୍ସ ଆଣ୍ଡରସନଙ୍କ ସହ ଯିବାକୁ ପସନ୍ଦ କରିଛି। ଆୟୋଜକ ଦଳଙ୍କ ଏକାଦଶରେ ଡୋମିନିକ ବେସ ଏକମାତ୍ର ସ୍ପିନର ରହିଛନ୍ତି । ଏହି ସମୟ ମଧ୍ୟରେ ଅଧିନାୟକ ଜେସନ ହୋଲ୍ଡରଙ୍କ ନେତୃତ୍ବରେ ଏକ ଅଲ-ପେସ୍ ଆକ୍ରମଣ ସହିତ ଭ୍ରମଣକାରୀଦଳ ମ୍ୟାଚ ଖେଳୁଛନ୍ତି ।

ପ୍ଲେଇଙ୍ଗ ଇଲେଭେନ

ଇଂଲଣ୍ଡ: ରୋରୀ ବର୍ନ୍ସ, ଡୋମିନିକ୍ ସିବଲି, ଜୋ ଡେନଲି, ଜାକ କ୍ରଲି, ବେନ୍ ଷ୍ଟୋକ୍ସ (ଅଧିନାୟକ), ଓଲି ପୋପ୍, ଜସ୍‌ ବଟଲର୍ (ୱିକେଟକିପର), ଡୋମିନିକ୍ ବେସ୍, ଜୋଫ୍ରା ଆର୍ଚର, ମାର୍କ ଉଡ, ଜେମ୍ସ ଆଣ୍ଡରସନ

ୱେଷ୍ଟଇଣ୍ଡିଜ: ଜନ କ୍ୟାମ୍ପବେଲ୍, କ୍ରେଗ୍ ବ୍ରାଥୱାଇଟ୍, ଶାମର ବ୍ରୁକ୍ସ, ଶାଇ ହୋପ୍, ରୋଷ୍ଟନ ଚେଜ, ଜେରମାଇନ ବ୍ଲାକଉଡ୍, ଶେନ ଡୋରିଚ (ୱିକେଟ କିପର), ଜେସନ ହୋଲ୍ଡର (ଅଧିନାୟକ), ଅଲଜାରି ଜୋସେଫ, କେମର ରୋଚ, ଶାନନ ଗାବ୍ରିଏଲ

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.