ସୁରତ: ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳର ଭାରତ ଗସ୍ତ । ତେବେ ଆଜି ଖେଳାଯାଇଥିବା ପ୍ରଥମ ଟି-20 ମ୍ୟାଚକୁ 11ରନରେ ହାତେଇ ନେଇଛି ଘରୋଇ ଦଳ । ଫଳରେ ଏହି 5 ମ୍ୟାଚ ବିଶିଷ୍ଟ ସିରିଜରେ 1-0ରେ ଆଗରେ ରହିଛି । ଘରୋଇ ଦଳ ପକ୍ଷରୁ 3ଟି ୱିକେଟ ଅକ୍ତିଆର କରିଥିବା ଦିପ୍ତୀ ଶର୍ମାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ କରାଯାଇଛି ।
![ପ୍ରଥମ ମହିଳା ଟି-20: ଭାରତୀୟ ଦଳର ସହଜ ବିଜୟ](https://etvbharatimages.akamaized.net/etvbharat/prod-images/4542201_thuca.jpg)
ସ୍ଥାନୀୟ ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତୀୟ ମହିଳା ଟିମ୍ 8 ୱିକେଟରେ 130 ରନ୍ କରିଥିଲା । ଭାରତ ପକ୍ଷରୁ ଅଧିନାୟିକା ହରମନପ୍ରୀତ କୌର୍ ସର୍ବାଧିକ 43 ରନ୍ କରିଥିବା ବେଳେ ସ୍ମୃତି ମନ୍ଧାନା 21, ଜେମିମା ରୋଡ୍ରିଗ୍ସ 19, ଦୀପ୍ତି ଶର୍ମା 16 ରନ କରିଥିଲେ । ଦକ୍ଷିଣ ଆଫ୍ରିକା ମହିଳା ଟିମ୍ ପକ୍ଷରୁ ଶବନିମ୍ ଇସମାଇଲ୍ ୩ଟି ଓ ଡି କ୍ଲର୍କ ୨ଟି ୱିକେଟ୍ ନେଇଥିଲେ।
ତେବେ ଜବାବରେ ଦକ୍ଷିଣ ଆଫ୍ରିକା 19.5 ଓଭରରେ ସମସ୍ତ ୱିକେଟ୍ ହରାଇ 119 ରନ୍ କରିବାକୁ ସକ୍ଷମ ହୋଇଛି । ଅତିଥି ଦଳ ପକ୍ଷରୁ ମିଗନନ୍ ଡୁ' ପ୍ରିଜ୍ ସର୍ବାଧିକ 59 ରନ୍ କରିଛନ୍ତି ।