କଲମ୍ବୋ: ଶ୍ରୀଲଙ୍କା ମହିଳା କ୍ରିକେଟ ଟିମର ଅନ୍ତରୀଣ ମୁଖ୍ୟ କୋଚ ନିଯୁକ୍ତ ହୋଇଛନ୍ତି, ପୂର୍ବତନ ଶ୍ରୀଲଙ୍କା ଟେଷ୍ଟ ୱିକେଟ କିପର ଲଙ୍କା ଦି ସିଲଭା । ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ସେ ଦାୟିତ୍ବରେ ରହିବେ । ତେବେ ପୂର୍ଣ୍ଣକାଳୀନ ମୁଖ୍ୟ କୋଚ ସନ୍ଧାନରେ ରହିଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ।
ପୂର୍ବରୁ 19ବର୍ଷରୁ କମ ପୁରୁଷ ଶ୍ରୀଲଙ୍କା ଟିମ ସହ କାର୍ଯ୍ୟ କରିସାରିଛନ୍ତି ଲଙ୍କା ।
ବର୍ଷ 2020 ଶେଷ ପର୍ଯ୍ୟନ୍ତ ଶ୍ରୀଲଙ୍କା ଟିମର କୌଣସି ମ୍ୟାଚ ସୂଚୀ ନାହିଁ । 2021 ଦିନିକିଆ ବିଶ୍ବକପର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଶ୍ରୀଲଙ୍କାରେ ଜୁଲାଇ ମାସରେ ଖେଳାଯିବା ନେଇ ପୂର୍ବରୁ ସୂଚୀ ରହିଥିଲା । ମାତ୍ର ଏହାକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି ।
ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଥିବା ମହିଳା ଦିନିକିଆ ବିଶ୍ବକପ 2021, ମହାମାରୀ କୋରୋନ ଭାଇରସ ଯୋଗୁଁ 2022କୁ ସ୍ଥଗିତ ରଖାଯାଇଛି ।