ETV Bharat / sports

କ୍ବାରେଣ୍ଟାଇନ ପାଇଁ ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେନି ସିରାଜ

ଆରପାରିରେ ଭାରତୀୟ ପେସ୍‌ ବୋଲର ମହମ୍ମଦ ସିରାଜଙ୍କ ପିତା । ଦୀର୍ଘ ଦିନ ହେଲା ସିରାଜଙ୍କ ପିତା ମହମ୍ମଦ ଗୌସ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଭାରତୀୟ ଟେଷ୍ଟ ଟିମ ସହ ଅଷ୍ଟ୍ରେଲିଆରେ ସଙ୍ଗରୋଧରେ ରହିଛନ୍ତି ସିରାଜ । ଫଳରେ ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ପାରିବେ ନାହିଁ ।

siraj-to-miss-his-fathers-funeral-due-to-quarantine-rule

author img

By

Published : Nov 21, 2020, 1:57 PM IST

Updated : Nov 21, 2020, 2:31 PM IST

ସିଡନୀ: ଆରପାରିରେ ଭାରତୀୟ ପେସ୍‌ ବୋଲର ମହମ୍ମଦ ସିରାଜଙ୍କ ପିତା । ଦୀର୍ଘ ଦିନ ହେଲା ସିରାଜଙ୍କ ପିତା ମହମ୍ମଦ ଗୌସ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତେବେ ଶେଷ ନିଶ୍ବାସ ତ୍ୟାଗ ବେଳକୁ ସିରିଜଙ୍କ ପିତାଙ୍କ ବୟସ 53ବର୍ଷ ହୋଇଥିଲା ।

ତେବେ 26ବର୍ଷୀୟ ସିରିଜ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି । ଭାରତୀୟ ଟେଷ୍ଟ ଟିମ ସହ ଅଷ୍ଟ୍ରେଲିଆରେ ସଙ୍ଗରୋଧରେ ଅଛନ୍ତି । ଫଳରେ ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇ ପାରିବେ ନାହିଁ ସିରାଜ ।

  • Our heartfelt prayers and condolences go out to Mohammed Siraj & his family, on the loss of his father. The entire RCB family is with you during this difficult time. Stay strong, Miyan 🙏🏻

    — Royal Challengers Bangalore (@RCBTweets) November 20, 2020 " class="align-text-top noRightClick twitterSection" data=" ">

ଭାରତୀୟ ଦଳ ଆଇପିଏଲ-13ର ସମାପ୍ତ ପରେ 13 ନଭେମ୍ବରରେ ସିଡନୀ ପହଞ୍ଚି କ୍ବାରେଣ୍ଟାଇନରେ ରହିଛନ୍ତି ।

ସିରାଜଙ୍କ ସଫଳତା ପଛରେ ପିତା ଅହମ୍ମଦଙ୍କ ବେଶ୍‌ ଭୂମିକା ରହିଛି । ଏକ ଗରିବ ପରିବାରରେ ବଡ ହୋଇଥିଲେ ମଧ୍ୟ ପିତା ମହମ୍ମଦ ଗୌସ ପୁଅର ସ୍ବପ୍ନକୁ ପୂରଣ କରିବା ପାଇଁ ସର୍ବଦା ତାଙ୍କର ସମର୍ଥନ କରିଛନ୍ତି ।

ମହମ୍ମଦ ସିରାଜ
ମହମ୍ମଦ ସିରାଜ

ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୋର ବାପା ସବୁବେଳେ କହୁଥିଲେ ମୋର ପୁଅ ଦେଶର ନାଁ ଉଚ୍ଚା କରିବ । ମୋ ଜୀବନର ସବୁଠାରୁ ବଡ ସାହାରାକୁ ହରାଇଛି । ଦେଶ ପାଇଁ ଖେଳୁଥିବାର ଦେଖିବାକୁ ଚାହୁଁଥିଲେ ବାପା । ମୁଁ ଖୁସି ଅଛି ତାଙ୍କ ସ୍ବପ୍ନ ପୂରଣ କରିଛି ।

ତେବେ ପିତାଙ୍କ ନିଧନ ଖବର ତାଙ୍କୁ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲି ଦେଇଥିବାର ସେ କହିଛନ୍ତି । ସିରାଜ କହିଛନ୍ତି, କୋଚ ରବି ଶାସ୍ତ୍ରୀ ଓ ବିରାଟ ଭାଇ ମତେ ପିତାଙ୍କ ବିୟୋଗ ଖବର ଦେଇଥିଲେ ଓ କହିଥିଲେ ଧୈର୍ଯ୍ୟହରା ନହେବାକୁ ।

ସିରାଜ ଏଯାଏଁ ଭାରତ ପାଇଁ ଗୋଟିଏ ଦିନିକିଆ ଓ 3ଟି ଟି-20 ମ୍ୟାଚ ଖେଳିଛନ୍ତି । ଆଇପିଏଲ-13ରେ ଆରସିବି ପକ୍ଷରୁ ଖେଳି ଭଲ ପ୍ରଦର୍ଶନ କରିଥିଲେ ପେସ୍‌ ବୋଲର ସିରାଜ । ସେ 9ମ୍ୟାଚରୁ 11ଓ୍ବିକେଟ ହାତେଇବାରେ ସକ୍ଷମ ହୋଇଥିଲେ ।

Last Updated : Nov 21, 2020, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.