ରାଞ୍ଚି: ସୋମବାର ଶୁଭମନ ଗିଲ ରଚିଛନ୍ତି ଇତିହାସ । 47ତମ ଦେଓଧର ଟ୍ରଫିରେ ଇଣ୍ଡିଆ- ସିର ନେତୃତ୍ବ ନେଇଥିବା ଶୁଭମନ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ନେତୃତ୍ବ ନେଇଥିବା ସର୍ବ କନିଷ୍ଠ ଖେଳାଳି ହୋଇ ପାରିଛନ୍ତି । ଇଣ୍ଡିଆ-ବି ବିପକ୍ଷ ଫାଇନାଲ ମ୍ୟାଚରେ ଦଳର ଅଧିନାୟକ ଥିଲେ ଶୁଭମନ ।
ଡାହାଣ ହାତି ଏହି ବ୍ୟାଟ୍ସମ୍ୟାନ ବର୍ତ୍ତମାନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ 10 ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଭାରତ ରନ ମେସିନ ଦେଓଧର ଚ୍ରଫିରେ ଉତ୍ତର ଜୋନର ନେତୃତ୍ବ ନେଇଥିଲେ, ସେତେବେଳେ ତାଙ୍କୁ ମାତ୍ର 21 ବର୍ଷ 142 ଦିନ ହୋଇଥିଲା । ତେବେ ଗିଲଙ୍କୁ ହୋଇଛି 20 ବର୍ଷ 57 ଦିନ ।
ତେବେ ଦେଓଧର ଟ୍ରଫିର ଏହି ମ୍ୟାଚରେ ମାତ୍ର 1 ରନ କରି ଆଉଟ ହୋଇ ଯାଇଥିଲେ । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ-ବି ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ ହରାଇ 283 ରନ କରିଥିଲା । 284 ରନ ବିଜୟ ଲକ୍ଷ୍ୟକୁ ପିଛା କରି ଇଣ୍ଡିଆ-ସି 50 ଓଭରରେ 9 ୱିକେଟ ହରାଇ ମାତ୍ର 232ରନ କରିବାରେ ସକ୍ଷମ ହୋଇଥିଲା । 51 ରନରେ ବିଜୟୀ ହୋଇ ଟ୍ରଫି ହାତେଇଥିଲା ଇଣ୍ଡିଆ-ବି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ