ETV Bharat / sports

ଝିଅମାନେ ବାହାରେ ଖେଳିବା ମନା କହି ହଟହଟା ହେଲେ ଆଫ୍ରିଦି

author img

By

Published : May 14, 2019, 11:10 PM IST

ଝିଅମାନେ ବାହାର ଖେଳିବା ବା ଆଉଟଡୋର ଗେମ ଖେଳିବା କଥା ନୁହେଁ ବୋଲି ଆଶ୍ଚର୍ଯ୍ୟକଲାଭଳି ଆଫ୍ରିଦି କହିଛନ୍ତି । ତାଙ୍କ ଝିଅଙ୍କୁ ସେ ବାହାରେ ଖେଳିବାକୁ ଅନୁମତି ଦେଉନଥିବା କହିଛନ୍ତି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ପାକିସ୍ତାନ: କ୍ରିକେଟ ପଡିଆରେ ହେଉ କି ବାହାରେ, ସବୁବେଳେ ଚର୍ଚ୍ଚାରେ ଥାନ୍ତି ଆଫ୍ରିଦି । ପାକିସ୍ତାନ ପାଇଁ ପ୍ରାୟ 20 ବର୍ଷ କ୍ରିକେଟ ଖେଳିବା ପରେ ବି ତାଙ୍କ ଅବସରକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ । କିଛି ରେକର୍ଡର ଅଧିକାରୀ ମଧ୍ୟ ସେ ରହିଛନ୍ତି । ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସେ ବହୁବାର ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି ।

Sports
ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ତେବେ ନିକଟରେ ତାଙ୍କର ଆତ୍ମଜୀବନୀ ଉନ୍ମୋଚନ ହୋଇଥିଲା । ଯାହାର ନାଁ ରହିଛି 'ଗେମ ଚେଞ୍ଜର' । ଏଥିରେ ଝିଅମାନଙ୍କୁ ନେଇ ସେ କରିଥିବା ଟିପ୍ପଣୀକୁ ସମାଲୋଚନା କରାଯାଉଛି । ଝିଅମାନେ ବାହାର ଖେଳିବା ବା ଆଉଟ ଡୋର ଗେମ ଖେଳିବା କଥା ନୁହେଁ ବୋଲି ଆଶ୍ଚର୍ଯ୍ୟ କଲାଭଳି ଆଫ୍ରିଦି କହିଛନ୍ତି । ତାଙ୍କ ଝିଅଙ୍କୁ ସେ ବାହାରେ ଖେଳିବାକୁ ଅନୁମତି ଦେଉ ନାହାଁନ୍ତି ବୋଲି କହିଛନ୍ତି ।

ଆଫ୍ରିଦି 4 ଝିଅଙ୍କର ପିତା ଅଟନ୍ତି । ସେମାନେ ହେଲେ ଅନଶା, ଅଜ୍ବା, ଅସମରା ଓ ଅକ୍ବାସା । ସାମାଜିକ ଓ ଧାର୍ମିକ କାରଣ ପାଇଁ ଆଫ୍ରିଦି ଏମିତି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି । ଏହି ନିଷ୍ପତ୍ତିକୁ ତାଙ୍କର ପତ୍ନୀ ସମର୍ଥନ କରୁଥିବା ସେ କହିଛନ୍ତି । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଆଫ୍ରିଦଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.