ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜରେ ପୁଣି ବାଧକ ସାଜିଲା କୋରୋନା । ସିରିଜର ପ୍ରଥମ ଦିନିକିଆ ମ୍ୟାଚ ଆରମ୍ଭର ମାତ୍ର କିଛି ମିନିଟ ପରେ ପ୍ରଥମେ ସ୍ଥଗିତ ଓ ପରେ ମ୍ୟାଚ ବାତିଲ ହୋଇଥିବା ଜଣାପଡିଛି ।
ପୂର୍ବରୁ ମଧ୍ୟ ଦକ୍ଷିଣ ଆଫ୍ରିକା ଟିମର ଜଣେ ଖେଳାଳି ପଜିଟିଭ ଚ଼ିହ୍ନଟ ହେବାପରେ ସ୍ଥଗିତ ରହିଥିଲା । "ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) , ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ଦିନିକିଆ ସିରିଜ ଆରମ୍ଭରେ ବିଳମ୍ବରେ ସହମତି ପ୍ରକାଶ କରିଛନ୍ତି ।" ଏନେଇ ସିଏସଏ ପକ୍ଷରୁ ଏକ ଅଫିସିଆଲ ଘୋଷଣାନାମାରେ କୁହାଯାଉଛି ।
ଦୁଇଜଣ ହୋଟେଲ ଷ୍ଟାଫ୍ କୋରୋନା ପଜିଟିଭି ଚିହ୍ନଟ ହେବାପରେ, ଇଂଲଣ୍ଡ ଖେଳାଳି ଓ ମ୍ୟାନେଜମେଣ୍ଟ ଶନିବାର ଆଉ ଏକ ପିସିଆର ଟେଷ୍ଟର ସାମ୍ନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ