ETV Bharat / sports

ସଚିନ ଓ ଲକ୍ଷ୍ମଣଙ୍କୁ ବିସିସିଆଇର ସମନ - ସମନ

ସଚିନ ତେନ୍ଦୁଲକର ଓ ଭିଭିଏସ ଲକ୍ଷ୍ମଣଙ୍କୁ ବିସିସିଆଇ ସମନ କରିଛି । ବିସିସିଆଇ ସିଇଓ ରାହୁଲ ଜୋରୀ ଏହି ସମନ କରିଛନ୍ତି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 7, 2019, 1:36 PM IST

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର ଓ ଭିଭିଏସ ଲକ୍ଷ୍ମଣଙ୍କୁ ବିସିସିଆଇ ସମନ କରିଛି । ବିସିସିଆଇ ସିଇଓ ରାହୁଲ ଜୋରୀ ଏହି ସମନ କରିଛନ୍ତି ।

ଦିଲ୍ଲୀରେ ମେ 14ରେ ଉଭୟଙ୍କୁ ବିସିସିଆଇର ଲୋକପାଳଙ୍କ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ସମୟ ଓ ସ୍ଥାନ ପରବର୍ତ୍ତୀ ନୋଟିସରେ ଜଣାଇ ଦିଆଯିବ ବୋଲି କୁହାଯାଇଛି । ସିଏସି, ବିସିସିଆଇର ଏକ ସବ କମିଟି ବୋଲି ସ୍ପଷ୍ଟ କରାଯାଇଛି ।

ସଚିନ ଓ ଲକ୍ଷ୍ଣଣଙ୍କ ଉପରେ କନଫ୍ଲିକ୍ଟ ଅଫ ଇଣ୍ଟରେଷ୍ଟର ଆରୋପ ରହିଛି । ସଚିନ ଓ ଲକ୍ଷ୍ଣଣ କ୍ରିକେଟ ଆଡଭାଇଜରୀ କମିଟିର ସଦସ୍ୟ ଅଛନ୍ତି । ତେବେ ଏହି ପଦରେ ଥାଇ କିପରି ଆଇପିଏଲ ଫ୍ରାଞ୍ଚାଇଜ ସହିତ ଅଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

ସଚିନ ମୁମ୍ବାଇ ଇଣ୍ଡିଆନ୍ସର ମେଣ୍ଟର ବା ପରାମର୍ଶଦାତା ଭାବେ କାର୍ଯ୍ୟ କରିବାର ଅଭିଯୋଗ ହୋଇଛି । ଲକ୍ଷ୍ମଣ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ଦଳ ସହିତ ଅଛନ୍ତି ।
ସେପଟେ ଭାରତୀୟ ଦଳର ଦୁଇ ପୂର୍ବତନ ଖେଳାଳି ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ବିସିସିଆଇକୁ ଦାୟୀ କରିଥିଲେ ।

Intro:Body:

df

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.