ETV Bharat / sports

ପ୍ରଥମ ଦେଖାରେ ହିଁ ସଚିନଙ୍କୁ ଖାସ ଲାଗିଥିଲେ କ୍ୟାପଟେନ କୁଲ୍ - 2011 worldcup winner

ଗୁଣ ଚିହ୍ନେ ଗୁଣିଆ । କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଧେନିଙ୍କ ଖେଳିବାର ଶୈଳୀରୁ ଅନ୍ଦାଜ ଲଗାଇ ସାରିଥିଲେ ଏହି ପ୍ଲେୟାରଟି ଭିତରେ ଖାସ ଗୁଣ ରହିଛି । ଆଉ ସେହି ପ୍ଲେୟାର ହିଁ ତାଙ୍କର ସ୍ବପ୍ନକୁ ସତ କରିଥିଲା 2011ରେ ବିଶ୍ବକପ ଜିତି ।

ମାହି ସଚିନ
ମାହି ସଚିନ
author img

By

Published : Aug 17, 2020, 4:53 PM IST

ହାଇଦ୍ରାବାଦ: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହ ପ୍ରଥମ ଦେଖାର ସ୍ମୃତିକୁ ମନେ ପକାଇଛନ୍ତି । ସେ କହିଛନ୍ତି ପ୍ରଥମ ଦେଖାରେ ହିଁ ଧୋନି ମତେ ଖାସ୍ ଲାଗିଥିଲେ ।

ସଚିନ କହିଛନ୍ତି ଯେ, ଧୋନି ଭାରତୀୟ ଟିମରେ ଯେ ପର୍ଯ୍ୟନ୍ତ ସାମିଲ ହୋଇ ନଥିଲେ , ମୁଁ ତାଙ୍କ ବିଷୟରେ ଶୁଣି ନଥିଲି । ମୁଁ ପ୍ରଥମେ ବାଂଲାଦେଶରେ ଦିନିକିଆ ସିରିଜରେ ଧୋନିଙ୍କୁ ଦେଖିଥିଲି । ମୁଁ ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରିଥିଲେ ମାହିଙ୍କ ସମ୍ବନ୍ଧରେ । ତାଙ୍କୁ କହିଥିଲି ଏହି ଖେଳାଳି ପାଖରେ କିଛି ବିଶେଷ୍ବତ ଅଛି । ଏହି ଖେଳାଳିଙ୍କ ପାଖରେ ବଲକୁ ହିଟ କରିବାର କ୍ଷମତା ରହିଛି । କିନ୍ତୁ ପ୍ରଥମ ଶ୍ରେଣୀ କ୍ରିକେଟ ସ୍ତରରେ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ବଡ ସଟ ମାରିବା 2ଟି ଭିନ୍ନ କଥା ।

ଭାରତ ପାଇଁ 200ଟି ଟେଷ୍ଟ ମ୍ୟାଚ ଖେଳିଥିବା ସଚିନ କହିଛନ୍ତି ଯେ, ଧୋନି ସେହି ମ୍ୟାଚରେ 2ଟା ବ୍ରାଉଣ୍ଡ୍ରୀ ମାରିଥିଲେ । ମୁଁ ସେତେବେଳେ ଦାଦାଙ୍କୁ କହିଥିଲି ଧୋନିଙ୍କ ହିଟ ମାରିବା ଶୈଳୀ ଭିନ୍ନ ରହିଛି ।

ସୂଚନାଥାଉକି, ଗତ ଶନିବାର ଧୋନିଙ୍କ ସନ୍ୟାସ ପରେ ସଚିନ ଏକ ଭାବୁକ ଭରା ପୋଷ୍ଟ ଟ୍ବିଟରରେ କରିଥିଲେ । ସେ ମାହିଙ୍କ ପାଇଁ ଲେଖିଥିଲେ ଯେ, ଭାରତୀୟ କ୍ରିକେଟରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ । ତମ ସହ 2011 ବିଶ୍ବକପ ଜିତିଲି । ତାହା ମୋ ଜୀବନର ସବୁଠାରୁ ଅଦଭୁତ କ୍ଷୀଣ ଥିଲା । ତମକୁ ଓ ତମ ପରିବାରକୁ 2ୟ ଇଂନିସ ପାଇଁ ବହୁତ ବହୁତ ଶୁଭେଚ୍ଛା ।

ଆହୁରି ମଧ୍ୟ କ୍ୟାପେଟନ କୁଲଙ୍କ ପ୍ରଶଂସା କରି ସଚିନ କହିଛନ୍ତି ଯେ, ଧୋନି ତାଙ୍କ ମନରେ ଏକ ଆଶା ସଂଚାର କରିଥିଲେ, ତାହା ହେଲା କିଛି ବି ଅସମ୍ଭବ ନୁହେଁ । ଧୋନି ପ୍ରତିଭାଶାଳୀ ଥିଲେ ପ୍ରତିଭାବାନ ବ୍ୟକ୍ତି । ସେ ନିଜ ରାସ୍ତା ନିଜେ ତିଆରି କରୁଥିଲେ । ରାଞ୍ଚି ପରି ସହରରୁ ଆସି 15ବର୍ଷ ଭାରତ ପାଇଁ ଖେଳିଥିବା ଧୋନିଙ୍କ ଯାତ୍ରା ବେଶ୍ ସାନଦାର ରହିଛି । ମୁଁ ତାଙ୍କ ସହ ଖେଳିବାର ସାନଦାର ଅନୁଭୂତି ସାଉଁଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.